ମନୋରଂଜନ

କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ପିଙ୍କ୍‌ ଗାଉନ୍‌ରେ ନଜର ଆସିଲେ ଉର୍ବଶୀ, ଫଟୋ ଦେଖି ଦୀପିକାଙ୍କୁ ମନେ ପକାଇଲେ ଫ୍ୟାନ୍ସ

କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୪ ଆରମ୍ଭ ହୋଇଛି । ଏଥର କାନ୍ସରେ ଯୋଗଦେଉଥିବା ଅନେକ ଅଭିନେତା ଏବଂ ଅଭିନେତ୍ରୀଙ୍କ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିକଟରେ ଖବର ଆସିଥିଲା ଯେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଭାରତରୁ କାନ୍ସ ଫିଲ୍ମ ଫେଷ୍ଟିଭାଲର ଏକ ପାଟ୍‌ ହେବାକୁ ଯାଉଛନ୍ତି । ଏହି ସମୟରେ ସୋ ‘ତାରାକ ମେହେତାରେ ନଜର ଆସିଥିବା ଦୀପ୍ତି ସାଧୱାନୀ ତାଙ୍କ ଡେବ୍ୟୁ ଦ୍ୱାରା ପ୍ରଶଂସକଙ୍କୁ ସରପ୍ରାଇଜ୍‌ କରିଥିଲେ । ଏହା ବ୍ୟତୀତ ବଡିଉଡ୍‌ ଷ୍ଟାର ଉର୍ବଶୀ ରୌତେଲା ମଧ୍ୟ ଇଭେଣ୍ଟର ପ୍ରଥମ ଦିନରେ ତାଙ୍କ ଲୁକ୍ ସେୟାର କରିଛନ୍ତି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଅଭିନେତ୍ରୀ ଉର୍ବଶୀ ରୌତେଲା ନିକଟରେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ପିଙ୍କ୍‌ କଲରର ଗାଉନ୍ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଗାଉନ୍ ଷ୍ଟ୍ରାପଲେସ୍ ଥିଲା । ତେବେ ସେ ଏହି ଡ୍ରେସ୍‌ରେ ବାର୍ବୀ ଠାରୁ କମ୍ ଲାଗୁ ନାହାନ୍ତି । ଏହି ଡ୍ରେସ୍‌ରେ ଅଭିନେତ୍ରୀ ତାଙ୍କ ମୁଣ୍ଡରେ ଏକ ଷ୍ଟୋନ୍‌ ପିନ୍ଧିଥିବା ବ୍ୟାଣ୍ଡ ପିନ୍ଧିଥିବାବେଳେ ଉର୍ବଶୀ ମଧ୍ୟ ତାଙ୍କ ହାତରେ ଏକ ସୁନ୍ଦର ଚୁଡି ପିନ୍ଧିଛନ୍ତି । ଏହା ସହ ଉର୍ବଶୀଙ୍କ ମେକ୍‌ଅପ୍‌ ତାଙ୍କ ଲୁକ୍‌କୁ ସମସ୍ତଙ୍କ ଠାରୁ ଭିନ୍ନ କରିଥିଲେ । ତେବେ ଉର୍ବଶୀଙ୍କୁ ଏହି ଲୁକ ଦେଖିବା ପରେ କିଛି ଲୋକ ଦୀପିକା ପାଦୁକୋନଙ୍କୁ ମନେ ପକାଇଛନ୍ତି । ବାସ୍ତବରେ ଦୀପିକା ପାଦୁକୋନ୍ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୧୮ରେ ଠିକ୍‌ ଏହି ଡ୍ରେସ୍‌ ଭଳି ପିଙ୍କ କଲରର ଗାଉନ୍ ପିନ୍ଧିଥିଲେ । ତେବେ ଏଥର ଦୀପିକା ପାଦୁକୋନ୍ କାନ୍ସକୁ ଆସୁନାହାଁନ୍ତି । ଦୀପିକା ନ ଆସିବାର କାରଣ ସେ ଏବେ ଗର୍ଭଧାରଣ ସମୟକୁ ଏଞ୍ଜଏ୍‌ କରୁଛନ୍ତି ।

ତେବେ ବବି ଦେଓଲ, ଦୁଲକର ସଲମାନ, ନନ୍ଦାମୁରୀ ବାଲକ୍ରିଷ୍ଣା ଏବଂ ସନ୍ନି ଦେଓଲ ଏବଂ ସଞ୍ଜୟ ଦତ୍ତଙ୍କ ସହ ‘ବାପ୍‌’ ଭଳି ଫିଲ୍ମରେ ଉର୍ବଶୀଙ୍କୁ ଦେଖିବାକୁ ମିଳିବ । ଏହା ବ୍ୟତୀତ ଉର୍ବଶୀଙ୍କୁ ‘ଜେଏନୟୁ’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟି ଏପ୍ରିଲ ୧ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା । ଉର୍ବଶୀ ରୌତେଲାଙ୍କ ବ୍ୟତୀତ ରବି କିଶନ, ରଶ୍ମୀ ଦେଶାଇ, ସିଦ୍ଧାର୍ଥ ବୋଡକେ, ପୀୟୁଷ ମିଶ୍ର, ବିଜୟ ରାଜ, ସୋନାଲି ସେହଗାଲଙ୍କ ଭଳି ଷ୍ଟାର ମଧ୍ୟ ଏହି ଫିଲ୍ମରେ ନଜର ଆସିଥିଲେ ।

D Sonali

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

2 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

3 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

7 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

30 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

37 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

44 mins ago