କରଣ ଜୋହରଙ୍କ ପ୍ରତି ବଢ଼ୁଛି ୟୁଜର୍ସଙ୍କ ଆକ୍ରୋଶ, ‘କଫି ଓ୍ଵିଥ୍‌ କରଣ’ ବ୍ୟାନ୍‌ କରିବାକୁ ସାଇନ୍‌ କରାଯାଉଛି ଅନ୍‌ଲାଇନ୍‌ ପିଟିସନ୍‌

ଥମିବାର ନଁ ଧରୁନି ଫିଲ୍ମ ନିର୍ମାତା କରଣ ଜୋହରଙ୍କ ବିବାଦ। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ବିରୋଧରେ ନେପୋଟିଜମ୍‌କୁ ନେଇ ସଙ୍ଗୀନ ଅଭିଯୋଗ ଆସିଥିଲା। ତା’ପରେ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର ତାଙ୍କ ବିରୋଧରେ ଫିଲ୍ମ ଟାଇଟଲ ଚୋରି କରିଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ। ଏବେ ପୁଣିଥରେ ହରଡ଼ଘଣାରେ ପଡ଼ିଛନ୍ତି କରଣ ଜୋହର। ସୋସିଆଲ ମିଡିଆରେ କରଣ ୟୁଜର୍ସଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ୟୁଜର୍ସ କେବଳ କରଣ ଜୋହର ନୁହଁନ୍ତି ବରଂ ତାଙ୍କ ଚାଟ୍‌ ଶୋ’ ‘କଫ୍‌ ଓ୍ଵିଥ୍‌ କରଣ’କୁ ବ୍ୟାନ୍‌ କରିବାକୁ ମଧ୍ୟ ଦାବି କରିଛନ୍ତି। ଏଥିପାଇଁ ୟୁଜର୍ସ ‘ଚେଞ୍ଜ ଡଟ୍‌ ଓଆରଜି’ରେ ଅନ୍‌ଲାଇନ୍‌ ପିଟିସନ୍‌ ସାଇନ୍‌ କରିବା ଆରମ୍ଭ କରିଛନ୍ତି।

ଏହି ଚାଟ୍‌ ଶୋ’ ସମେତ ୟୁଜର୍ସ କରଣଙ୍କ ଅନ୍ୟ ଟିଭି ଶୋ’, ୱେବ୍‌ ଶୋ’ ଓ ଫିଲ୍ମକୁ ମଧ୍ୟ ବହିଷ୍କାର କରିବାକୁ ଅପିଲ କରିଛନ୍ତି। ଜଣେ ୟୁଜର ଅନ୍‌ଲାଇନ୍‌ ପିଟିସନ୍‌ର ଲିଙ୍କ୍‌ ସେୟାର କରି ଲେଖିଛନ୍ତି ‘ମୁଁ ମୋ ଯୋଗଦାନ ଦେଇଛି। ଆପଣ ଜାଣିଛନ୍ତି କ’ଣ କରିବାକୁ ହେବ? କ୍ୟାନ୍ସଲ୍‌ ‘କଫି ଓ୍ଵିଥ୍‌ କରଣ’ ପିଟିସନ୍‌ ସାଇନ୍‌ କରନ୍ତୁ।’

ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ‘ଏସ୍‌ଏସ୍‌ଆରିୟନ୍ସ ପ୍ଲିଜ୍‌ ପିଟିସନ୍‌ ସାଇନ୍‌ କରନ୍ତୁ ଓ ଅଧିକରୁ ଅଧିକ ରିଟ୍ଵିଟ୍‌ କରନ୍ତୁ। କଫି ଓ୍ଵିଥ୍‌ କରଣକୁ ବ୍ୟାନ୍‌ କରନ୍ତୁ। କରଣ ଜୋହର ବହୁତ ଖରାପ ଟିଭି ଶୋ ଓ ଫିଲ୍ମ ବି ତିଆରି କରନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.