ଏନ୍‌ସିବି ରାଡାରରେ A ନାମକ ସୁପରଷ୍ଟାରଙ୍କ ନାଁ ଆସିବା ପରେ ଏବେ ଚର୍ଚ୍ଚାରେ ଅକ୍ଷୟ କୁମାର, ଫ୍ୟାନ୍‌ କହୁଛନ୍ତି-ଏବେ ସୁପରଷ୍ଟାର ମାନିବୁ ନା…

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଳାସା କରୁଛନ୍ତି। ଏହି କେସ୍‌ରେ ଗୋଟେ ପଟେ ବଲିଉଡ୍‌ର ଟପ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧା କପୁରଙ୍କୁ ଶନିବାର ଦିନ ପଚରାଉଚରା କରାଯାଇଥିବା ବେଳେ ଅନ୍ୟପଟେ ଏହି କେସ୍‌ରେ ତିନି ଜଣ ମେଲ ସୁପରଷ୍ଟାର୍ସଙ୍କ ନାଁ ଏବେ ସାମ୍ନାକୁ ଆସିଛି। ଏକ ମିଡିଆ ରିପୋର୍ଟ ମୁତାବକ ଏନ୍‌ସିବି ଖୁବ୍‌ଶୀଘ୍ର A, R ଓ S ନାମ୍ନୀ ସୁପରଷ୍ଟାରଙ୍କୁ ପଚରାଉଚରା କରିବ। ରିପୋର୍ଟରେ କୁହାଯାଇଛି ଯେ ଏହି ସୁପରଷ୍ଟାର ଦୀପିକାଙ୍କ ସହ କାମ କରିଛନ୍ତି। ଏଥିସହ A ନାମର ସୁପରଷ୍ଟାର ନିଜେ ଡ୍ରଗ୍ସ ନେବା ସହ ଅନ୍ୟମାନଙ୍କୁ ବି ଦେଇଥାନ୍ତି।

A ନାଁ ସାମ୍ନାକୁ ଆସିବା ପରେ ବଲିଉଡ୍‌ର ଖିଲାଡି ଅର୍ଥାତ୍‌ ଅକ୍ଷୟ କୁମାରଙ୍କ ଫ୍ୟାନ୍‌ମାନେ ହଡ଼ବଡ଼େଇ ଯାଇଛନ୍ତି। କିଛି ଲୋକ ଏହି A ନାମକ ଷ୍ଟାର ଅକ୍ଷୟ କୁମାର ବୋଲି ଦାବି କରୁଥିବା ବେଳେ ଅକ୍ଷୟଙ୍କ ଫ୍ୟାନ୍‌ମାନେ ଖିଲାଡ଼ି କୁମାରଙ୍କୁ ବଞ୍ଚାଇବାକୁ ଲାଗିପଡ଼ିଛନ୍ତି। କେବଳ ଏତିକି ନୁହେଁ ଆଉ କିଛି ଲୋକ ଏହାକୁ ନେଇ ମଜାକ୍‌ ଉଡ଼ାଉଥିବା ମଧ୍ୟ ଦେଖାଯାଇଛି।

film

ଜଣେ ୟୁଜର ଲେଖିଛନ୍ତି ବଡ଼ କନ୍‌ଫ୍ୟୁଜନ୍‌ ଅକ୍ଷୟ କୁମାରଙ୍କୁ ସୁପରଷ୍ଟାର ମାନିବୁ ନା ନାହିଁ। ଜଣେ ଡ୍ରଗ୍ସ କେସ୍‌ରେ ନାଁ ନେଉଥିବା ବେଳେ ଆଉ ଜଣେ କହୁଛନ୍ତି ମୁଁ ଡ୍ରଗ୍ସ ନିଏନି କାରଣ ମୁଁ ସୁପରଷ୍ଟାର ନୁହେଁ।

ସୂଚନାଯୋଗ୍ୟ ଯେ ଦୀପିକା ଅକ୍ଷୟ କୁମାରଙ୍କ ସହ ୩ଟି ଫିଲ୍ମରେ କାମ କରିସାରିଛନ୍ତି। ସେ ଚାନ୍ଦିନୀ ଚୌକ ଟୁ ଚାଇନା, ହାଉସଫୁଲ ଓ ଦେଶୀ ବଏଜ୍‌ରେ ଏକାଠି କାମ କରିଛନ୍ତି।