ବଡ଼ ପଦକ୍ଷେପ ନେଲେ ବାଣୀ କପୁର, ଇନଷ୍ଟାଗ୍ରାମରୁ ହଟାଇଲେ ଆଗାମୀ ଫିଲ୍ମର ପୋଷ୍ଟ

ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନ ମୋଡରେ ରହିଛି ଭାରତ । ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତୀୟମାନଙ୍କ ମଧ୍ୟରେ ବହୁତ କ୍ରୋଧ ରହିଛି ଏବଂ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ମଧ୍ୟ ବୃଦ୍ଧି ପାଉଛି । ଆକ୍ରମଣ ପରେ ଭାରତ ସରକାର ଅନେକ କଠୋର ପଦକ୍ଷେପ ନେଇଥିଲେ ।
ପୁଣି ଥରେ ପାକିସ୍ତାନୀ କଳାକାରଙ୍କ ପାଇଁ ବଲିଉଡର ବାଟ ବନ୍ଦ ହୋଇଗଲା । କେବଳ ଏତିକି ନୁହେଁ, ଏବେ ସୋସିଆଲ ମିଡିଆରେ ଅନେକ ପାକିସ୍ତାନୀ କଳାକାରଙ୍କ ଆକାଉଣ୍ଟକୁ ବ୍ଲକ୍ କରାଯାଇଛି ଏବଂ ୟୁଟ୍ୟୁବ୍ରେ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ମଧ୍ୟ ବ୍ଲକ୍ କରାଯାଇଛି । ଏହି ସମୟରେ, ବାଣୀ କପୁର ମଧ୍ୟ ଏକ କଠୋର ପଦକ୍ଷେପ ନେଇଛନ୍ତି ।
ପହଲଗାମ ଆକ୍ରମଣର ପ୍ରଭାବ ପରେ ବାଣୀ କପୁର ଏବଂ ଫୱାଦ ଖାନଙ୍କ ଫିଲ୍ମ ଉପରେ ମଧ୍ୟ ଦେଖାଯାଇଥିଲା । ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମେ ଭାରତରେ ଏବଂ ତା’ପରେ ପାକିସ୍ତାନରେ ଏହି ଚଳଚ୍ଚିତ୍ରକୁ ବାନ କରାଯାଇଥିଲା ଏବଂ ଚଳଚ୍ଚିତ୍ରର ଗୀତ ଏବଂ ସମସ୍ତ ପ୍ରଚାରମୂଳକ ବିଷୟବସ୍ତୁକୁ ମଧ୍ୟ YouTube ରୁ ହଟାଇ ଦିଆଯାଇଥିଲା ।
ଏହା ସହିତ ଫୱାଦ ଖାନଙ୍କ ବଲିଉଡକୁ ଫେରିବାର ବାଟ ବନ୍ଦ ହୋଇଗଲା । ଫୱାଦ ଖାନ ଏବଂ ଭାନି କପୁରଙ୍କ ଅଭିନୀତ ଫିଲ୍ମ ‘ଅବୀର ଗୁଲାଲ’ ମେ ୯ ତାରିଖରେ ସିନେମା ହଲରେ ରିଲିଜ ହେବାର ଥିଲା । ଏବେ ବାଣୀ କପୁର ଫୱାଦ ଖାନଙ୍କ ସହିତ ତାଙ୍କର ଆଗାମୀ ଫିଲ୍ମ ‘ଅବୀର ଗୁଲାଲ’ ସହିତ ଜଡିତ ସମସ୍ତ ପୋଷ୍ଟକୁ ମଧ୍ୟ ହଟାଇ ଦେଇଛନ୍ତି ।
ବାଣୀ କପୁରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରେଡ୍ ୨’ ସହ ଜଡିତ ପୋଷ୍ଟଗୁଡ଼ିକ ଦେଖାଯାଉଛି, କିନ୍ତୁ ଅବୀର ଗୁଲାଲ ସହ ଜଡିତ ପୋଷ୍ଟଗୁଡ଼ିକ ଦେଖାଯାଉନାହିଁ । ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଅବୀର ଗୁଲାଲ ସହ ଜଡିତ ସମସ୍ତ ପୋଷ୍ଟ ଗାଏବ । ୟୁଜର୍ସମାନେ କହିଛନ୍ତି ଯେ ଅଭିନେତ୍ରୀ ଏହି ପୋଷ୍ଟଗୁଡ଼ିକୁ ଡିଲିଟ୍ କରିଦେଇଛନ୍ତି କିମ୍ବା ସେଗୁଡ଼ିକୁ ଆର୍କାଇଭ୍ କରି ରଖିଛନ୍ତି ।
Also read : ପ୍ରଥମ ଥର ପାଇଁ ମେଟ୍ ଗାଲାରେ ନଜର ଆସିବେ ଦିଲଜିତ ଦୋସାଞ୍ଜ, ସୋସିଆଲ ମିଡିଆରେ ଦେଲେ ସୂଚନା