ହଟ୍‌ ବିକିନୀକୁ ନେଇ ବିବାଦରେ ଫସିଗଲେ ବାଣୀ, ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ

ବଲିଉଡ ଅଭିନେତ୍ରୀ ବାଣୀ କପୁର ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଫସିଯାଇଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଏବେ ଝଡ ସୃଷ୍ଟି ହୋଇଛି। ନିକଟରେ ନିଜ ଆକାଉଣ୍ଟରେ ବାଣୀ ଏକ କ୍ରପ୍ ଟପ୍ ପିନ୍ଧା ଫଟୋ ଶେୟାର କରିଥିଲେ। ବାଣୀଙ୍କ ଏହି ଲାଟେଷ୍ଟ ଲୁକକୁ ଫ୍ୟାନ୍ ପସନ୍ଦ ମଧ୍ୟ କରିଥିଲେ। ହେଲେ ତାଙ୍କ ଟପରେ କିଛି ଏଭଳି ଲେଖା ହୋଇଥିଲା, ଯାହାକୁ ନେଇ ଏତେ ବିବାଦ ଉପୁଜିଛି। ପ୍ରକୃତରେ ବାଣୀଙ୍କ ଏହି ହଟ୍ ବିକିନୀ ଟପରେ ‘ହରେ ରାମ ହରେ କୃଷ୍ଣ’ ଲେଖାଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ବାଣୀଙ୍କୁ କଡ଼ା ସମାଲୋଚନା କରାଯାଉଛି।

vaani troll

ଲୋକଙ୍କ ଅଭିଯୋଗ ହେଲା, ଯେଉଁଭଳି ଟପ୍ ବାଣୀ ପିନ୍ଧିଛନ୍ତି, ଏଭଳି ପୋଷାକରେ ‘ହରେ ରାମ ହରେ କୃଷ୍ଣ’ ଲେଖାଯିବା କଥା ନୁହେଁ। ଏହା ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଉଛନ୍ତି। ଏହାଛଡ଼ା ବାଣୀଙ୍କ ଫିଲ୍ମକୁ ବୟକଟ୍ କରିବାକୁ ସୋସିଆଲ ମିଡିଆରେ ହ୍ୟାଶ୍ ଟ୍ୟାଗ୍ ସହ ବାଣୀ କପୁର ଟ୍ରେଣ୍ଡ୍ ହେଉଛି। ସେହିପରି ତାଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି ଉଠିଛି। ଅନ୍ୟପକ୍ଷରେ ଏଭଳି ବିବାଦ ଉପୁଜିବା ପରେ ବାଣୀ ଏହି ଫଟୋଟିକୁ ସୋସିଆଲ ମିଡିଆରୁ ଡିଲିଟ୍ କରିଦେଇଥିଲେ ମଧ୍ୟ ଫଟୋଟି ଏବେ ବି ହ୍ୟାଶ୍ ଟ୍ୟାଗ୍ ସହ ଭାଇରାଲ ହେଉଛି।

ଏହାସହ ପଢ଼ନ୍ତୁ ; ପୁଣି ହଇଚଇ ସୃଷ୍ଟି କଲା ନୋରା ଫତେହୀଙ୍କ ଡ୍ୟାନ୍ସ ଭିଡିଓ

ସୂଚନାଯୋଗ୍ୟ, ନିକଟରେ ରିଲିଜ୍ ହୋଇଥିବା ‘ୱାର୍’ ଫିଲ୍ମରେ ବାଣୀ ଥିଲେ। ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.