ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ବୈଭବ ରେଖୀଙ୍କ ପୂର୍ବତନ ସ୍ତ୍ରୀ, କହିଲେ, ‘ଏହି ବିବାହକୁ ନେଇ ମୋ ଝିଅ ଅଧିକ ଉତ୍ସାହିତ ରହିଛି’

ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ବିଜ୍‌ନେସ ମ୍ୟାନ ବୈଭବ ରେଖୀଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଏହି ବିବାହ ଦିୟାଙ୍କ ଘରେ ହିଁ ସମ୍ପନ୍ନ ହୋଇଛି। ବିବାହ ସମାରୋହରେ କେବଳ ପରିବାର ଏବଂ କିଛି ନିକଟତମ ଲୋକ ସାମିଲ ହୋଇଥିଲେ। ତେବେ ଏହାରି ଭିତରେ ବୈଭବଙ୍କ ପୂର୍ବତନ ସ୍ତ୍ରୀ ସୁନୈନା ରେଖୀ ଏହି ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସୁନୈନା ପେସାରେ ଜଣେ ଥେରାପିଷ୍ଟ, ଏହାସହିତ ଫିଟ୍‌ନେସ ଟ୍ରେନର ମଧ୍ୟ। ସେ ନିଜ ଇନ୍‌ଷ୍ଟଗ୍ରାମ ଆକାଉଣ୍ଟରେ ଷ୍ଟୋରୀ ଶେୟାର କରି ଲେଖିଛନ୍ତି, ‘ହଁ, ମୋ ପୂର୍ବତନ ସ୍ୱାମୀ ଦିୟା ମିର୍ଜାଙ୍କୁ ବିବାହ କରିଛନ୍ତି। ମୋତେ ସୋସିଆଲ ମିଡିଆରେ ଅନେକ ଲୋକଙ୍କର ମେସେଜ ଆସୁଛି ଏହା ଜାଣିବାକୁ କି, ମୁଁ ଠିକ୍‌ ଅଛି ନି ନାହିଁ। ପ୍ରଥମେ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେ ଆପଣମାନେ ମୋତେ ନିଜର ବୋଲି ଅନୁଭବ କରିଛନ୍ତି’।

ସେ ଆଗକୁ ଲେଖିଛନ୍ତି, ‘ମୁଁ ବିଲ୍‌କୁଲ ଠିକ୍‌ ଅଛି। ମୋ ଝିଅ ଏହି ବିବାହକୁ ନେଇ ବହୁତ ଏକ୍‌ସାଇଟେଡ ଅଛି। ମୁଁ କିଛି ଫଟୋ ମଧ୍ୟ ଦେଖିଛି, ଯେଉଁଥିରେ ସେ ନିଜ ବାପାଙ୍କ ଉପରେ ଫୁଲ ପକାଉଥିବା ଦେଖିବାକୁ ମିଳୁଛି’। ସୁନୈନା କହିଥିଲେ, ‘ସମିରା ମୋର ଏବଂ ବୈଭବଙ୍କ ମଧ୍ୟରେ ସେହି ଭଲ ପାଇବା ଦେଖିନାହିଁ, ଯାହା ଏକ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ହେବା ଦରକାର। ମୁଁ ଖୁସି ଯେ ସମିରା ଏବେ ସେହି ଭଲ ପାଇବା ଦେଖିପାରିବ। ସେ ଦେଖିପାରିବ କି, ଏକ ବିବାହରେ ପ୍ରେମର କେତେ ଗୁରୁତ୍ୱ ରହିଛି’। ସେପଟେ ଦିୟା ମିର୍ଜା ନିଜ ବିବାହର କିଛି ଫଟୋ ଶେୟାର କରି ଲେଖିଛନ୍ତି, ‘ପ୍ରେମ ଏକ ଘର ଭଳି ହୋଇଥାଏ। ମୁଁ ଜୀବନର ଏହି ଯାତ୍ରା ପାଇଁ ବହୁତ ଖୁସି ଏବଂ ଏକ୍‌ସାଇଟେଡ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.