କାର୍‌ର କାଚ ଭାଙ୍ଗି ବାହାରକୁ ବାହାରିବା ପାଇଁ ଚେଷ୍ଟା କରିଥିଲେ ବୈଭବୀ, କିନ୍ତୁ ମୁଣ୍ଡରେ ଆଘାତ ଯୋଗୁଁ ବାହାରି ପାରିନଥିଲେ

ସିଟ୍‌ ବେଲ୍ଟ ପିନ୍ଧିଥିଲେ ହୁଏତ ବୈଭବୀଙ୍କ ଜୀବନ ବଞ୍ଚିଯାଇପାରିଥାନ୍ତା । ଦୁର୍ଘଟଣା ପରେ ବୈଭବୀ କାର୍‌ର କାଚ ଭାଙ୍ଗି ବାହାରକୁ ବାହାରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ମୁଣ୍ଡରେ ଆଘାତ ଲାଗିବା ଯୋଗୁଁ ସମ୍ଭବ ହୋଇପାରିନଥିଲା ।

ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ମୃତ୍ୟୁରେ ସମଗ୍ର ଟିଭି ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇପଡିଛି । ହିମାଚଳରେ କାର୍‌ ଦୁର୍ଘଟଣା ଯୋଗୁଁ ଅଭିନେତ୍ରୀଙ୍କ ଜୀବନ ଚାଲିଯାଇଥିଲା । ତେବେ ତାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଏବେ ବି ଜାରି ରହିଛି। ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଖବର ମୁତାବକ, ଅଭିନେତ୍ରୀ ଦୁର୍ଘଟଣା ପରେ ନିଜ ଜୀବନ ବଞ୍ଚାଇବାକୁ ଖୁବ୍ ଚେଷ୍ଟା କରି ମଧ୍ୟ ବଞ୍ଚାଇ ପାରିନଥିଲେ। ସେ ଦୁର୍ଘଟଣା ଘଟିବା ପରେ କାର୍ର କାଚ ଭିତରକୁ ବାହାରକୁ ବାହାରିବାକୁ ଉଦ୍ୟମ କରିଥିଲେ।

ପୋଲିସ କହିବା ମୁତାବକ, ବୈଭବୀ ଗାଡିର କାଚ୍‌ ଭାଙ୍ଗି ବାହାରକୁ ଆସିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ସେହି ସମୟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଗଲା। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବୈଭବୀ ସିଟ୍‌ ବେଲ୍ଟ ନ ପିନ୍ଧି ଥିବାରୁ ତାଙ୍କୁ ଅଧିକ ଆଘାତ ଲାଗିଥିଲା। ତାଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । କିନ୍ତୁ ଡ୍ରାଇଭର ଜଣକ ସୁସ୍ଥ ରହିଛନ୍ତି । ପୋଲିସ ବେପରୁଆ ଗାଡି ଚାଳନା ପାଇଁ କେସ୍‌ ରେଜିଷ୍ଟର କରିଛି ।

ବୁଧବାର ଦିନ ବୈଭବୀଙ୍କ ଅନ୍ତିମ ସଂସ୍କାର ହୋଇଛନ୍ତି । ଅନ୍ତିମ ସଂସ୍କାର ସମୟରେ ଅଭିନେତ୍ରୀ ମା’ ବାପା, ଭାଇ, ଉଉଣୀ, ଭାବିସ୍ୱାମୀଙ୍କ ସମେତ ଅନେକ ଟିଭି ଇଣ୍ଡଷ୍ଟ୍ରୀର ସେଲିବ୍ରିଟି ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ,  ବୈଭବୀଙ୍କର ନିର୍ବନ୍ଧ ସରିଥିବା ବେଳେ ବିବାହ ପୂର୍ବରୁ ସେ ନିଜ ଭାବୀ ସ୍ୱାମୀଙ୍କ ସହ ହିମାଚଳ ପ୍ରଦେଶର କୁଲୁ ବୁଲିବାକୁ ଯାଇଥିଲେ। କିନ୍ତୁ ଏକ ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡିଟି ଖାଇକୁ ଖସିପଡିବାରୁ ଘଟଣାସ୍ଥଳରେ ହିଁ ବୈଭବୀଙ୍କ ମୃତ୍ୟୁ ଘଟିଥିଲା।

ବୈଭବୀ  ‘ସାରାଭାଈ ଭର୍ସେସ୍‌ ସାରାଭାଈ’ ବ୍ୟତୀତ ବୈଭବୀ ‘କ୍ୟା କଶୁର୍‌ ହୈ  ଅମ୍‌ଲା କା’, ଡିଜିଟାଲ୍‌ ସିରିଜ୍‌ ‘ପ୍ଲିଜ୍‌ ଫାଇଣ୍ଡ୍‌ ଆଟାଚ୍‌ଡ୍‌’, ଦୀପିକା ପାଦୁକୋନ୍‌ଙ୍କ ‘ଛପାକ୍‌’ ଏବଂ ୨୦୨୩ ଚଳଚ୍ଚିତ୍ର ‘ତିମିର’ରେ ମଧ୍ୟ ସେ ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.