‘ଦୋଷୀକୁ ଦଣ୍ଡ ମିଳିଲେ ମୋ ଆତ୍ମା ଶାନ୍ତି ପାଇବ’, ବୈଶାଳୀଙ୍କ ସୁଇସାଇଡ ନୋଟରୁ ଖୁଲାସା ହେଲା ଆତ୍ମହତ୍ୟାର ଗୁମର

ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା ପୁଣି ଟେଲିଭିଜନ ଇଣ୍ଡଷ୍ଟ୍ରୀରେ ହଇଚଇ ସୃଷ୍ଟି କରିଛି। ବୈଶାଳୀଙ୍କ ମୃତ୍ୟୁରେ ଫ୍ୟାନ୍ସଙ୍କୁ ବଡ ଝଟକା ଲାଗିଛି। ସୁଶାନ୍ତଙ୍କ ଭଳି ବୈଶାଳୀଙ୍କ ମୃତ୍ୟୁକୁ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରୁନାହାନ୍ତି। ଗତକାଲି ବୈଶାଳୀଙ୍କ ମୃତଦେହ ଇନ୍ଦୋର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ପୋଲିସ ମୃତଦେହ ପାଖରୁ ଏକ ସୁଇସାଇଡ ନୋଟ ଜବତ କରିଥିଲା। ହେଲେ ବୈଶାଳୀ କାହିଁକି ଏମିତି ନିଷ୍ପତ୍ତି ନେଲେ, ସବୁକିଛି ଏକ ଡାଏରୀରେ ଲେଖିଯାଇଛନ୍ତି।

ଟିଭି ଅଭିନେତ୍ରୀ ବୈଶାଳୀ ଗତ ବର୍ଷେ ହେଲାଣି ଇନ୍ଦୋରରେ ରହୁଥିଲେ। ମାତ୍ର ୩୦ ବର୍ଷ ବୟସରେ ଜୀବନ ହାରିବାର ନିଷ୍ପତ୍ତି ନେଇଥିବା ବୈଶାଳୀ ନିଜ ପର୍ସନାଲ ଡାଏରୀରେ ସବୁକିଛି ଲେଖିଛନ୍ତି। ନିଜ ଜୀବନରେ ପାଇଥିବା କଷ୍ଟ ଏବଂ ଦୁଃଖ ଏହି ଡାଏରୀ ଲେଖାଥିବା ପୋଲିସ ଜାଣିବାକୁ ପାଇଛି। ଆଉ ଯେଉଁମାନେ ଆତ୍ମହତ୍ୟା କରିବା ପାଇଁ ଉସୁକାଇଛନ୍ତି, ସେମାନଙ୍କୁ ଦଣ୍ଡ ଦେବା ପାଇଁ ନିବେଦନ କରିଛନ୍ତି।

ବୈଶାଳୀଙ୍କ ଏହି ଡାଏରୀ ପଢି ସମସ୍ତେ ଭାବବିହ୍ଵଳ ହୋଇଛନ୍ତି। ତାଙ୍କ ଯନ୍ତ୍ରଣା ଶୁଣିବା ପରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଡାଏରୀରେ ଲେଖିଛନ୍ତି, ତାଙ୍କ ପଡୋଶୀ ରାହୁଲ ତାଙ୍କୁ ମାନସିକ ଭାବେ ନିର୍ଯାତନା ଦେଇଥିଲେ। କେବଳ ରାହୁଲ ନୁହେଁ, ତାଙ୍କ ପତ୍ନୀ ମଧ୍ୟ ବୈଶାଳୀଙ୍କୁ ନିର୍ଯାତନା ଦେଇଥିଲ। ଗତ ଅଢେଇ ବର୍ଷ ହେଲାଣି ମାନସିକ ଭାବେ ନିର୍ଯାତନା ସହୁଥିଲେ ବୈଶାଳୀ ବୋଲି ଡାଏରୀ ଲେଖାହୋଇଛି।

ପୋଲିସକୁ ଯେଉଁ ଡାଏରୀ ମିଳିଛି, ସେଥିରେ ରାହୁଲ ଏବଂ ଦିଶାଙ୍କୁ ଦଣ୍ଡ ଦେବାକୁ ବୈଶାଳୀ ଲେଖିଛନ୍ତି। ସେମାନେ ବୈଶାଳୀକୁ ଅଢେଇ ବର୍ଷ ହେଲା ମାନସିକ ନିର୍ଯାତନା ଦେଇଥିଲେ। ତାଙ୍କୁ ଦଣ୍ଡ ମିଳିବା ଉଚିତ ନହେଲେ ମୋ ଆତ୍ମାକୁ ଶାନ୍ତି ମିଳିବନି। ଏହି ସୁଇସାଇଡ ନୋଟ ଆଧାରରେ ରାହୁଏ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି।

ଏହାଛଡା ନିଜ ବାପାମାଙ୍କୁ ଲେଖିଛନ୍ତି, ତୁମ ଝିଅ ନରହିଲେ, ତା ସହିତ ଜଡିତ ସମସ୍ୟା ବି ରହିବ ନାହିଁ। ମୋତେ କ୍ଷମା କରିଦେବ। ମୁଁ ତୁମର ଭଲ ଝିଅ ହୋଇପାରିଲିନି। କିନ୍ତୁ ମୋ ରାଣ, ତୁମେ ସବୁବେଳେ ଖୁସିରେ ରହିବ।

 

View this post on Instagram

 

A post shared by Vaishali Takkar (@misstakkar_15)

ବୈଶାଳୀ ଗତ ୨୦୧୫ ମସିହାରେ ନିଜର ଅଭିନୟ କ୍ୟାରିୟର ଶୁଭାରମ୍ଭ କରିଥିଲେ । ସେ ଟେଲିଭିଜନ ଇଣ୍ଡଷ୍ଟ୍ରୀର ପପୁଲାର ଶୋ’ ‘ୟେ ରିଶତା କ୍ୟା କହଲତା’ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହି ଶୋ’ରେ ସେ ସଞ୍ଜନା ଭୂମିକାରେ ଆସିଥିଲେ । ଏହାପରେ ବୈଶାଳୀ ‘ଆଶିକୀ’ ଶୋ’ରେ ଅଭିନୟ କରିଥିଲେ । ସସୁରାଲ ସିମର କା ଶୋରେ ଅଞ୍ଜଳି ଭରଦ୍ୱାଜ ଭୂମିକାରେ ନଜର ଆସିଥିଲେ ବୈଶାଳୀ। ସସୁରାଲ ସିମର କା ଶୋରୁ ଅନେକ ଲୋକପ୍ରିୟତା ହାସଲ କରିଥିଲେ।  ଏହାଛଡ଼ା ସେ ‘ସୁପର ସିଷ୍ଟର’ ‘ମନମୋହିନୀ ସିଜନ ୨’ରେ ଅଭିନୟର ଯାଦୁ ଦେଖାଇଥିଲେ ।

Also Read : ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରରେ ଆତ୍ମହତ୍ୟା, ଇନ୍ଦୋର ଘରୁ ମିଳିଲା ଝୁଲନ୍ତା ମୃତଦେହ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.