ଶ୍ରମିକ ଭାବେ କାମ କରୁଥିବା ବର୍ଷା ଜିତିଲେ DID Super Moms ଟାଇଟଲ, ଟ୍ରଫି ସହିତ ଜିତିଲେ ୫ ଲକ୍ଷ ଟଙ୍କା

ଜି ଟିଭିରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ରିଆଲିଟି ଶୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସୁପର ମମ୍ସ’ ସିଜିନ ୩ର ବିଜେତା ହୋଇଛନ୍ତି ବର୍ଷା ବୁମରା। ବର୍ଷା ଶୋର ଜିତିବା ପରେ ଟ୍ରଫି ସହିତ ପୁରସ୍କାର ରାଶି ବାବଦରେ ୫ ଲକ୍ଷ ଟଙ୍କା ପାଇଥିଲେ। ଏହାଛଡା ଶୋ’ର ପ୍ରଯୋଜକଙ୍କ ପକ୍ଷରୁ ବର୍ଷାଙ୍କୁ ଅଲଗା ୨.୫ ଲକ୍ଷର ଚେକ୍ ମଧ୍ୟ ଦିଆଯାଇଥିଲା। ବର୍ଷା ଏହି ଶୋ ଜିତିବା ପରେ ତାଙ୍କୁ ଅନେକ ଶୁଭେଚ୍ଛା ମିଳୁଛି। ଶୋର ଅନ୍ୟ ଫାଇନାଲିଷ୍ଟ ଭାବେ ଅନିଲା ରଂଜନ, ଅଳ୍ପନା ପାଣ୍ଡେ, ରିଦ୍ଧି ତିଓ୍ଵାରୀ, ସାଧନା ମିଶ୍ର ଏବଂ ସାଦିକା ଖାନ ସାମିଲ ଥିଲେ।
ଏହି ଶୋର ପ୍ରଥମ ରନର୍ସ ଅପ୍ ହୋଇଥିଲେ ସାଧନା ମିଶ୍ର। ଶୋ’ର ଫାଇନାଲ ଏପିସୋଡରେ ଅତିଥି ଜଜ୍ ଭାବେ ନଜର ଆସିଥିଲେ ରଶ୍ମିକା ମନ୍ଦାନା ଏବଂ ଗୋବିନ୍ଦା। ଷ୍ଟେଜରେ ରଶ୍ମିକା ଏବଂ ଗୋବିନ୍ଦାଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା। ସେହିପରି ରଶ୍ମିକା ଏବଂ ରେମୋ ମଧ୍ୟ ଶ୍ରୀବଲ୍ଲୀ ଗୀତରେ ଡ୍ୟାନ୍ସ କରିଥିଲେ।
ହରିୟାଣାର ବର୍ଷା ବୁମରା ଅନେକ ଦିନ ଧରି ଏପରି ପରିଶ୍ରମ କରିବା ପରେ ଲକ୍ଷ୍ୟକୁ ହାସଲ କରିଥିଲେ। ବର୍ଷା ଏହି ଶୋକୁ ଆସିବା ପୂର୍ବରୁ ହରିୟାଣାର ଏକ କନଷ୍ଟ୍ରକ୍ସନ ସାଇଟରେ ଜଣେ ଶ୍ରମିକ ଭାବେ କାମ କରୁଥିଲେ। ସବୁବେଳେ ଡ୍ୟାନ୍ସ ପ୍ରତି ରୁଚି ରଖୁଥିବା ବର୍ଷା ଶ୍ରମିକ କାମ ଯୋଗୁଁ ଡ୍ୟାନ୍ସ କରିପାରୁନଥିଲେ। ବର୍ଷା କେବଳ ୟୁଟ୍ୟୁବ ଭିଡିଓ ଦେଖି ଡ୍ୟାନ୍ସ ଶିଖିଥିଲେ। ବାହା ହେବା ଆଗରୁ ଅନେକ ଡ୍ୟାନ୍ସ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ବର୍ଷା। ନିଜର ପିଲା ଯୋଗୁଁ ଏହି ଶୋ’ରେ ଭାଗ ନେଇଥିଲେ ବର୍ଷା। ବର୍ଷାଙ୍କୁ ଏହି ଶୋରେ ତାଙ୍କ ଆଦର୍ଶ ବର୍ତ୍ତିକା ଝା ସହିତ ଡ୍ୟାନ୍ସ କରିବାକୁ ସୁଯୋଗ ମିଳିଥିଲା। ବର୍ଷା ପୂର୍ବରୁ ୟୁଟ୍ୟୁବରେ ବର୍ତ୍ତିକାଙ୍କ ଡ୍ୟାନ୍ସ ଭିଡିଓ ଦେଖୁଥିଲେ।
ଶୋ ଜିତିବା ପରେ ବର୍ଷା କହିଛନ୍ତି, ଯାହା ପାଖରେ ଏହି ଶୋର ସୁରକ୍ଷାକର୍ମୀଙ୍କ ସହିତ କଥା ହେବାର ଔକାତ ନଥାଏ, ସେ ଆଜି ଶୋ’ର ବିଜେତା। ମୋର ଏକମାତ୍ର ପ୍ରେରଣା ମୋ ପୁଅକୁ ଭଲ ଲାଇଫଷ୍ଟାଇଲ ହେବା। ଆଉ ମୁଁ ବିଶ୍ୱାସ କରୁଛି କି, ଏହାପରେ ଆମେ ଜୀବନ ଭଲ ହେବ। ମୁଁ ଆଗକୁ ଡ୍ୟାନ୍ସ କ୍ଷେତ୍ରରେ କିଛି କରିବାକୁ ଚାହୁଁଛି।
#Govinda with #Bhagyashree, #RemoDsouza, #UrmilaMatondkar and wife #SunitaAhuja at the Grand Finale of #DIDSuperMoms, which took place at Filmistaan Studios. pic.twitter.com/U31Wrr9gax
— KiaGia (@KiaGiacom) September 26, 2022
ବର୍ଷା ଶୋ ଜିତିବା ପରେ ତାଙ୍କୁ ଶୋ’ର ଜଜ୍ ରେମୋ ଡିସୁଜା, ଉର୍ମିଳା ମାତୋଣ୍ଡକର ଏବଂ ଭାଗ୍ୟଶ୍ରୀ ଶୁଭେଚ୍ଛା ଜଣାଇଥିଲେ। ରେମୋ ଡିସୁଜା ବର୍ଷାଙ୍କ ପୁଅ ପାଇଁ ଫଣ୍ଡ ଦେବେ ବୋଲି କହିଥିଲେ। ବର୍ଷା ନିଜ ପୁଅ ଏବଂ ଚଳିବା ପାଇଁ ଯେଉଁ କରଜ କରିଥିଲେ, ତାହାକୁ ଜଜ ରେମୋ ଡିସୁଜା ସୁଝିଥିଲେ। ତେବେ ବର୍ଷା ଶୋ ଜିତିବା ପରେ ତାଙ୍କ ଶ୍ରମିକ ସଂଗଠନ ମଧ୍ୟ ବେଶ୍ ଖୁସି ହୋଇଥିଲା।
Also Read : ମୁହଁ ଏବଂ ଛାତିରେ ଡିସ୍କୋ ବଲ୍ ଲଗାଇ ଭିଡିଓ କଲେ ଉର୍ଫି, ଲୋକେ କହିଲେ ଫିମେଲ ରାଜ କୁନ୍ଦ୍ରା