କରଣ ଜୋହରଙ୍କ ଏହି ସିନେମା ସେଟରେ ଲାଗିଲା ’କଳଙ୍କ’ : ଗୋଟିଏ ପରେ ଗୋଟିଏ କଳାକାର ହେଉଛନ୍ତି ଆହତ

 

କରନ୍ ଜୋହରଙ୍କ ଫିଲ୍ମ ’କଳଙ୍କ୍’ର ସୁଟିଙ୍ଗ୍ ବହୁତ୍ ଜୋରସରରେ ଚାଲିଛି । କିନ୍ତୁ ଲାଗୁଛି ଯେ ’କଳଙ୍କ୍’ ଫିଲ୍ମର ହିଟ୍ ପୂର୍ବରୁ ହିଁ ଏହି ଫିଲ୍ମରେ କଳଙ୍କ ଲାଗିସାରିଛି । ଏଥିପାଇଁ ତ’ ସୁଟିଙ୍ଗ ସମୟରେ ଜଣଙ୍କ ପରେ ଜଣେ ଅଭିନେତ୍ରୀ ଓ ଅଭିନେତା ଆଘାତ ହୋଇଥିବାର ସୂଚନା ମିଳୁଛି । ପ୍ରଥମେ ବରୁଣ ଧବନଙ୍କ ହାତରେ ଆଘାତ ଲାଗିଛି ସୁଟିଙ୍ଗ୍ ସମୟରେ । ଏହା ପରେ ଆଲିଆ ଭଟ୍ଟଙ୍କ ଆଘାତ ଲାଗିବା କଥା ମଧ୍ୟ ଶୁଣାଯାଇଛି । ପୁଣି ଏହା ପରେ ଆଉ ଏକ ସୂଚନା ଆସିଛି ।

ଫିଲ୍ମରେ ସୋନାକ୍ଷୀଙ୍କ ସହ ରୋମାନ୍ସ କରିବା ସମୟରେ ଅଭିନେତା ଆଦିତ୍ଯ ରୟ କପୁର ମଧ୍ୟ ଆହତ ହୋଇଛନ୍ତି  ।  ଏକ ସିନରେ ଅଭିନୟ କରିବା ସମୟରେ ପାଦ ଖସି ପଡିଯାଇଥିଲେ ଆଦିତ୍ଯ । ଯାହା ଫଳରେ ସେ ତାଙ୍କ ଦାନ୍ତରେ ଆଘାତ ପାଇଥିଲେ ଓ ଭାଙ୍ଗି ଯାଇଥିଲା । ସାଙ୍ଗେ ସାଙ୍ଗେ ହସପିଟାଲ୍ ନିଆଯାଇଥିଲା ଓ ୬ ରୁ ୭ ଦିନ ଆରାମ ପାଇଁ କହିଛନ୍ତି ଡାକ୍ତର ।

ଆଦିତ୍ଯ ଓ ବରୁଣ ଏହି ଫିଲ୍ମରେ ଦୁଇ ଭାଇର ଭୂମିକା କରୁଥିବା ସମୟରେ ସଞ୍ଜୟ ଦତ୍ତ ଓ ମାଧୁରୀ ଦୀକ୍ଷିତ୍ ଏମାନଙ୍କ ପିତା ମାତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।

ବରୁଣ ଏବଂ ଆଲିୟାଙ୍କର ଏହା ହେଉଛି ଚତୁର୍ଥ ସିନେମା । ଏହା ପୂର୍ବରୁ ଉଭୟ ୨୦୧୨ ମସିହାରେ ଏକାଠି କାମ କରିଥିଲେ । ତେବେ  ଏହି ସିନେମା ସାହାଯ୍ଯରେ ସଞ୍ଜୟ ଦତ୍ତ ଓ ମାଧୁରୀ ଦୀକ୍ଷିତ୍ ମଧ୍ୟ ୨୧ ବର୍ଷ ବ୍ଯବଧାନରେ କାମ କରିବାର ସୁଯୋଗ ପାଇଛନ୍ତି ।  ଏହି ସିନେମା ପାଇଁ ପ୍ରଥମେ ସଂଞ୍ଜୟ ଦତ୍ତଙ୍କ ସହ ଶ୍ରୀଦେବୀଙ୍କୁ ନିଆଯାଇଥିଲା । କିନ୍ତୁ ଅଚାନକ୍ ତାଙ୍କର ମୃତ୍ୟୁ ହେବା କାରଣରୁ ମାଧୁରୀଙ୍କୁ ନିଆଗଲା । ଏ ଦୁଇ ଯୋଡି ଅନେକ ହିଟ୍ ସିନେମା ଆଗରୁ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.