ଫିଲ୍ମ ରିଲିଜ ପୂର୍ବରୁ ଉଜ୍ଜୈନର ମହାକାଳ ମନ୍ଦିରରେ ପହଞ୍ଚିଲେ ‘ବେବି ଜନ୍’ ର ପୁରା ଟିମ
ବରୁଣ ଧୱନ ଏବଂ କିର୍ତ୍ତୀ ସୁରେଶଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଫିଲ୍ମ ‘ବେବି ଜନ୍’ ସିନେମା ହଲରେ ରିଲିଜ ହେବା ପାଇଁ ପ୍ରସ୍ତୁତ । ତେବେ ଏହି ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ ବରୁଣ ଧୱନ, କିର୍ତ୍ତୀ ସୁରେଶ, ୱାମିକା ଗାବି ଏବଂ ଫିଲ୍ମର ପୁରା ଟିମ୍ ମଧ୍ୟପ୍ରଦେଶ ଉଜ୍ଜୈନରେ ମହାକାଳ ଦର୍ଶନ କରିବାକୁ ଆସିଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବରୁଣ ଧୱନ ଏବଂ କିର୍ତ୍ତୀ ସୁରେଶଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଅଭିନେତା ତଥା ଚଳଚ୍ଚିତ୍ର ଟିମ ନିର୍ଦ୍ଦେଶକ ଅଟଲେଙ୍କ ସହ ବାବାଙ୍କ ମନ୍ଦିରରେ ଭଷ୍ମ ଆଳତିରେ ବସିଥିବାର ନଜର ଆସିଥିଲେ । ଚଳଚ୍ଚିତ୍ରର ସଫଳତା ପାଇଁ ଟିମ ମହାକାଳଙ୍କ ମନ୍ଦିରରେ ପହଞ୍ଚିଥିଲା ।
ବରୁଣ ଧୱନ ଯେପରି ବାବା ମହାକାଳେଶ୍ଵରଙ୍କ ଆଳତି ଦର୍ଶନ କରିବାକୁ ପହଞ୍ଚିଲେ, ସାଧାରଣ ଭକ୍ତମାନେ ଦେଖିବା ପରେ ଆଶ୍ଚଯ୍ୟ ହୋଇଯାଇଥିଲେ । ବରୁଣ ଧୱନ ଭଷ୍ମ ଆଳତିରେ ଅଂଶଗ୍ରହଣ କରିଥିଲେ, ଯାହାକି ସମଗ୍ର ବିଶ୍ୱରେ ଶିବ ଭକ୍ତଙ୍କ ଆକର୍ଷଣର କେନ୍ଦ୍ର କରିଛି । ଏହା ପରେ ସେ ଗଣମାଧ୍ୟମ ସହିତ ମଧ୍ୟ କଥା ହୋଇଥିଲେ । ଆଲୋଚନା ସମୟରେ ଚଳଚ୍ଚିତ୍ର ଅଭିନେତା ବରୁଣ ଧୱନ କହିଛନ୍ତି ଯେ ମହାକାଳ ମନ୍ଦିରରେ ଅନୁଷ୍ଠିତ ଭଷ୍ମ ଆଳତିକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । ଭଷ୍ମ ଆଳତି ସମୟରେ ମନ୍ଦିରରେ କିପରି ଭକ୍ତିର ପରିବେଶ ସୃଷ୍ଟି ହୁଏ ତାହା ଦେଖିବା ଯୋଗ୍ୟ ଥିଲା । ସେ କହିଛନ୍ତି ଯେ ତାଙ୍କୁ ଭଷ୍ମ ଆଳତିରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଛି, ଏହା ତାଙ୍କ ପାଇଁ ଭାଗ୍ୟର ବିଷୟ । ସେ କହିଛନ୍ତି ଯେ ଫିଲ୍ମ ବେବି ଜନ୍ ବିଷୟରେ ସେ ପ୍ରଭୁ ମହାକାଳଙ୍କୁ ମଧ୍ୟ ପ୍ରାର୍ଥନା କରିଛନ୍ତି ଯେ ଦର୍ଶକ ଏହି ଫିଲ୍ମକୁ ପସନ୍ଦ କରନ୍ତୁ ।
ତେବେ ବରୁଣ ଧୱନଙ୍କ ସହ ଅଭିନେତ୍ରୀ କିର୍ତ୍ତୀ ସୁରେଶ, ୱାମିକା ଗାବି, ଜ୍ୟାକି ଶ୍ରଫ ଏବଂ ରାଜପାଲ ଯାଦବ ‘ବେବି ଜନ୍’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ପ୍ରଶଂସକମାନେ ମଧ୍ୟ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମ ଡିସେମ୍ବର ୨୫ ଅର୍ଥାତ କ୍ରିସ୍ମାସରେ ବଡ ପରଦାରେ ଆସିବାକୁ ଯାଉଛି । ଏହା କଲିସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଅଟଲେ ଦ୍ୱାରା ନିର୍ମିତ ।