ଆଲିୟା ଭଟ୍ଟଙ୍କୁ ‘ମା’ କହି ଡାକିଥାନ୍ତି ବରୁଣ ଧୱନ

ମଙ୍ଗଳବାର ମୁମ୍ବାଇରେ କରନ ଜୋହରଙ୍କ ଫିଲ୍ମ ‘କଲଙ୍କ’ର ଟିଜର ଲଞ୍ଚ ହୋଇଥିଲା। ଏହି ସମୟରେ ଏହି ଫିଲ୍ମର ଟିମ ମାଧୁରୀ ଦୀକ୍ଷିତ, ଆଲିୟା ଭଟ୍ଟ, ସୋନାକ୍ଷୀ ସିନହା, ବରୁଣ ଧୱନ, ଆଦିତ୍ୟ ରାୟ କପୁର ଏବଂ ସଞ୍ଜୟ ଦତ୍ତ ଉପସ୍ଥିତ ଥିଲେ। ଏହି ସମୟରେ ଫିଲ୍ମର ସମସ୍ତ ଷ୍ଟାର୍ସ ସେଠାରେ ଥିବା ମିଡିଆର ପ୍ରଶ୍ନର ଉତ୍ତର ଦେଉଥିଲେ। ଏହି ପ୍ରଶ୍ନ ଉତ୍ତର ମଧ୍ୟରେ ଆଲିୟା ଏବଂ ବରୁଣ ଧୱନଙ୍କ ମଧ୍ୟରେ ମଜାକ ଝଗଡା ହେଉଥିଲା।

ବରୁଣ ମଜାକରେ କହିଲେ ଯେ ଫିଲ୍ମର ସେଟରେ ସଞ୍ଜୟ ଦତ୍ତ ମାଧୁରୀଙ୍କୁ ‘ମ୍ୟାମ୍’ କହି ଡାକୁଛନ୍ତି, କିନ୍ତୁ ସେମାନେ ସାଥିରେ ବହୁତ ଫିଲ୍ମ କରିଛନ୍ତି। ସେତେବେଳେ ଆଲିୟା ବରୁଣଙ୍କୁ କହିଲେ ଯେ ସଞ୍ଜୟଙ୍କୁ ଠାରୁ ଶିଖି ତୁମେ ମୋତେ ବି ‘ମ୍ୟାମ୍’ ଡାକିବା ଉଚିତ। ବରୁଣ ଏହା ଶୁଣି କହିଲେ ଯେ ମୁଁ ତୁମକୁ ମା’ କହି ଡାକିବି।

kalankଏହି ଟୀଜର ଲଞ୍ଜ କରିବା ସମୟରେ ସଞ୍ଜୟ ଦତ୍ତ କହିଲେ ଯେ,‘ମୁଁ ଜେଲ ଯାଇଥିଲି, ଏହା କଳଙ୍କ ମୋ ଉପରେ ଏବେ ଲାଗୁଛି ଯେ ତାହା ମିଳେଇଯିବ।‘ ‘କଲଙ୍କ ’ ଭଳି ଫିଲ୍ମରେ କାମ କରିବାର ପ୍ରଶ୍ନରେ ସଞ୍ଜୟ କହିଲେ ଯେ ବରୁଶ, ଆଲିୟା, ସୋନାକ୍ଷୀ, ଆଦିତ୍ୟ ଏବଂ ମ୍ୟାଡମ୍, ମାଧୁରୀଙ୍କ ସହିତ ବହୁତ ବର୍ଷ ପରେ କାମ କରୁଛି। ଧର୍ମା ପ୍ରଡକସନ ସହିତ ସବୁବେଳେ ଯୋଡି ହୋଇ ରହିବାକୁ ଚାହେଁ।

ଏହା ସହ ପଢ଼ନ୍ତୁ :ପ୍ରେମ, ସମ୍ପର୍କ, କଷ୍ଟ ଏବଂ ଘୃଣାର ଐତହାସିକ କାହାଣୀ . . . ଜବରଦସ୍ତ ଏହି ‘କଲଙ୍କ’ର ଟିଜର

କରନ ଜୋହରଙ୍କ ଫିଲ୍ମ ‘କଲଙ୍କ’ ଏପ୍ରିଲ ୧୯ରେ ଦେଶର ସବୁ ସିନେମା ହଲରେ ରିଲିଜ ହେବାର ପ୍ରସ୍ତୁତିରେ ରହିଛି। ଏହି ଫିଲ୍ମ ପାଇଁ ପୂର୍ବରୁ ଶ୍ରୀଦେବୀଙ୍କୁ ନିଆଯାଇଥିଲା କିନ୍ତୁ ତାଙ୍କର ନିଧନ ପରେ ତାଙ୍କ ସ୍ଥାନରେ ମାଧୁରୀଙ୍କୁ ନିଆଯାଇଛି।

Leave A Reply

Your email address will not be published.