ସାମ୍ନାକୁ ଆସିଲା ‘ଭେଡ଼ିଆ’ର ଫାଷ୍ଟଲୁକ୍‌, ପ୍ରଥମ ଥର ପାଇଁ ଭୟଙ୍କର ଅନ୍ଦାଜରେ ନଜର ଆସିଲେ ବରୁଣ ଧଓ୍ଵନ୍‌; ନଜର ପକାନ୍ତୁ

ସାମ୍ନାକୁ ଆସିଲା ବରୁଣ ଧଓ୍ଵନ୍‌ ଓ କୃତି ସେନନ୍‌ଙ୍କ ଅଭିନୀତ ଫିଲ୍ମ ‘ଭେଡ଼ିଆ’ର ଫାଷ୍ଟ ଲୁକ୍‌। ଏହି ଫିଲ୍ମ ୨୫ ନଭେମ୍ବର ୨୦୨୨ରେ ହଲ୍‌କୁ ଆସିବ। ଫାଷ୍ଟ ଲୁକ୍‌ ପୂର୍ବରୁ ବୁଧବାର ଦିନ ବରୁଣ ଫିଲ୍ମର ଏକ ମୋସନ୍‌ ପୋଷ୍ଟର ରିଲିଜ୍‌ କରିଥିଲେ। ଏଥିସହ ସେ ପ୍ରତିଶ୍ରୁତି ଦେଇଥିଲେ ଯେ ଗୁରୁବାର ଦିନ ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରିବେ। ଫ୍ୟାନ୍‌ଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ବରୁଣ। ସେ ସକାଳୁ ସକାଳୁ ହିଁ ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରି ଫ୍ୟାନ୍‌ଙ୍କୁ ସରପ୍ରାଇଜ୍‌ ଦେଇଛନ୍ତି।

ଫିଲ୍ମର ଫାଷ୍ଟଲୁକ୍‌ରେ ବରୁଣ ବେଶ୍‌ ଭୟଙ୍କର ଅନ୍ଦାଜରେ ନଜର ଆସିଛନ୍ତି। ଅନ୍ଧାରରେ ଚମକୁଥିବା ଆଖି ଓ ପ୍ରବଳ ରାଗରେ ଥିବା ବରୁଣଙ୍କୁ ଦେଖିଲେ ଭୟ ଲାଗୁଛି। ତେବେ ପୂର୍ବରୁ ବରୁଣଙ୍କର ଏଭଳି ଲୁକ୍‌ ଦର୍ଶକେ ବଦଲାପୁରରେ ଦେଖିଛନ୍ତି। ରିପୋର୍ଟ ମୁତାବକ, ଏହା ଏକ ହରର କମେଡି ଫିଲ୍ମ। ଏଥିରେ ବରୁଣ ଧଓ୍ଵନ୍‌ ମିଲିଟାରୀ ଅଫିସର କ୍ଷେତ୍ରପାଲଙ୍କ ଭୂମିକାରେ ଅଭିନୟ କରୁଥିବା ନଜର ଆସିବେ।

ଦେଖନ୍ତୁ ଫାଷ୍ଟଲୁକ୍‌:

 

View this post on Instagram

 

A post shared by BHEDIYA (@varundvn)

ଅରୁଣାଚଳ ପ୍ରଦେଶର ଘଞ୍ଚ ଜଙ୍ଗଲରେ ଫିଲ୍ମର ସୁଟିଂ କରାଯାଇଛି। ପ୍ରଥମେ ଏହି ଫିଲ୍ମକୁ ୨୦୨୨ ଏପ୍ରିଲ ମାସରେ ରିଲିଜ୍‌ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ନିର୍ମାତା ଅଚାନକ ଏହାର ରିଲିଜ୍‌ ତାରିଖ ବଦଳାଇ ନଭେମ୍ବର କରିଦେଇଥିଲେ।

ଏକ ରିପୋର୍ଟ ମୁତାବକ, ଏବେ ଫିଲ୍ମର VFX ଉପରେ ଅଳ୍ପ କାମ ବାକି ଅଛି। ମେକର୍ସ ଚେଷ୍ଟା କରୁଛନ୍ତି ଯେ ଏହି ଫିଲ୍ମ ଜରିଆରେ ଦର୍ଶକଙ୍କୁ ଏକ ଅଲଗା ଦୁନିଆକୁ ନେଇଯିବେ। ବରୁଣ ଧଓ୍ଵନ୍‌ ଓ କୃତି ସାନନ୍‌ଙ୍କ ବ୍ୟତୀତ ଏହି ଫିଲ୍ମରେ ଅଭିଷେକ ବାନାର୍ଜୀ ଓ ଦୀପକ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମକୁ ନେଇ ଉଭୟ କୃତି ଓ ବରୁଣ ବେଶ୍‌ ଉତ୍ସାହିତ ଅଛନ୍ତି। ଦିଲଓ୍ଵାଲେ ଓ କଳଙ୍କ ପରେ ଏହି ଫିଲ୍ମରେ ତୃତୀୟ ଥର ପାଇଁ ଏକାଠି ସ୍କ୍ରିନ୍‌ ସେୟାର କରିବେ।

 

View this post on Instagram

 

A post shared by BHEDIYA (@varundvn)

ପ୍ରକାଶ ଯେ ଭେଡିଆ ବ୍ୟତୀତ ବରୁଣ ଧଓ୍ଵନ୍‌ଙ୍କ ‘ଯୁଗ ଯୁଗ ଜିଓ’ ଫିଲ୍ମ ମଧ୍ୟ ରିଲିଜ୍‌ ପାଇଁ ପ୍ରସ୍ତୁତ ଅଛି। ଫିଲ୍ମରେ ତାଙ୍କ ସହ କିଆରା ଆଡଭାନୀ ଲିଡ୍‌ ରୋଲ୍‌ରେ ନଜର ଆସୁଛନ୍ତି। ସେହିଭଳି କୃତି ସେନନ୍‌ଙ୍କୁ ମଧ୍ୟ ବଚ୍ଚନ ପାଣ୍ଡେ ଓ ଆଦିପୁରୁଷ ଆଦି ସିନେମାରେ ଦର୍ଶକେ ଖୁବ୍‌ ଶୀଘ୍ର ଦେଖିବାକୁ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.