ବାପା ହେଲେ ବରୁଣ ଧଓ୍ଵନ, କନ୍ୟା ସନ୍ତାନ ଜନ୍ମ ଦେଲେ ନତାଶା

ବଲିଉଡ ଅଭିନେତା ବରୁଣ ଧୱନ ହେଲେ ବାପା । ପତ୍ନୀ ନତାଶା ଦଲାଲ ଜନ୍ମ ଦେଲେ ଝିଅ । ବରୁଣଙ୍କ ବାପା ଅର୍ଥାତ ଫିଲ୍ମ ନିର୍ମାତା ଡେଭିଡ ଧୱନ ହସପିଟାଲ ଛାଡିବା ସମୟରେ ଏହି ଖୁସି ଖବର ଦେଇଛନ୍ତି । ବିବାହର ଦୁଇ ବର୍ଷ ପରେ ବରୁଣ ଧୱନ ଏବଂ ନତାଶା ଦଲାଲ ପିତାମାତା ହୋଇଛନ୍ତି । ଜୁନ୍ ୩ରେ ନତାଶା ଦଲାଲଙ୍କୁ ମୁମ୍ବାଇର ହିନ୍ଦୁଜା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ସହ ବରୁଣ ଧୱନଙ୍କୁ ହସପିଟାଲ ବାହାରେ ଦେଖିବାକୁ ମିଳିଥିଲା ।

ଏହା ବ୍ୟତୀତ ଡେଭିଡ ଧୱନ ତାଙ୍କ ନାତୁଣୀ ଏବଂ ବୋହୂଙ୍କୁ ଭେଟିବା ପାଇଁ ହସପିଟାଲରେ ପହଞ୍ଚିଛନ୍ତି । ସେହି ସମୟରେ ସେ ସେଠାରେ ଉପସ୍ଥିତ ଥିବା ପାପାରାଜିଙ୍କୁ ସୂଚନା ଦେଇଥିଲେ ଯେ ତାଙ୍କ ଘରେ ଲକ୍ଷ୍ମୀ ଜନ୍ମ ହୋଇଛି । ବାପାଙ୍କ ସହ ହସପିଟାଲରୁ ବାହାରକୁ ଆସୁଥିବା ବେଳେ ବରୁଣ ଧୱନ ମଧ୍ୟ ଏହି ଭିଡିଓରେ ନଜର ଆସିଛନ୍ତି । ଏହି ଦମ୍ପତିଙ୍କ ପ୍ରଶଂସକ ଏବଂ ଷ୍ଟାରମାନେ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ନିକଟରେ ବରୁଣଙ୍କୁ ହିନ୍ଦୁଜା ହସପିଟାଲ ବାହାରେ ଦେଖିବାକୁ ମିଳିଥିଲା । ଏହି ସମୟରେ ଅଭିନେତା ହାତରେ ଅରେଞ୍ଜ କଲରର ବ୍ୟାଗ ଧରିଥିବାର ନଜର ଆସିଥିଲେ । ସେ ହିନ୍ଦୁଜା ହସପିଟାଲରୁ ବାହାରି କାରରେ ବସି ସେଠାରୁ ବାହାରକୁ ଆସିଥିଲେ । ଏହି ସମୟରେ ଅଭିନେତାଙ୍କୁ ଧଳା ରଙ୍ଗର ଟି ସାର୍ଟ ଏବଂ ଡେନିମ୍ ଜିନ୍ସ ପିନ୍ଧିଥିବାର ଦେଖିବାକୁ ମିଳିଛି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା ।

ତେବେ ବରୁଣ ଧୱନ ଏବଂ ନତାଶା ଦଲାଲ ଜାନୁୟାରୀ ୨୪,୨୦୨୧ରେ ଆଲିବାଗରେ ବିବାହ ବନ୍ଧନରେ ବନ୍ଧି ହୋଇଥିଲେ । କରୋନା ମହାମାରୀ ସମୟରେ ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଥିଲେ । ଅଭିନେତା ବରୁଣଙ୍କ ଓ୍ଵର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଖୁବ୍ ଶୀଘ୍ର ‘ବେବି ଜନ୍’ରେ ନଜର ଆସିବେ । ଏହି ଫିଲ୍ମଟି ହେଉଛି ଏ. କାଲିଶ୍ୱରନ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ମୁରାଦ ଖେତାନି, ପ୍ରିୟା ଏଟଲି ଏବଂ ଜ୍ୟୋତି ଦେଶପାଣ୍ଡେଙ୍କ ଦ୍ୱାରା ନିର୍ମିତ । ଏହି ଫିଲ୍ମରେ ବରୁଣ ଧୱନ, କିର୍ତ୍ତୀ ସୁରେଶ, ଭାମିକା ଗାବି, ଜ୍ୟାକି ଶ୍ରଫ ଏବଂ ରାଜପାଲ ଯାଦବ ମଧ୍ୟ ଦେଖିବାକୁ ମିଳିବେ ।