ରଶ୍ମିକା ମନ୍ଦାନା ସହିତ ବିଚ୍‌ରେ ଡ୍ୟାନ୍ସ କଲେ ବରୁଣ, ଫ୍ୟାନ୍ସ କହିଲେ ‘ପୁଷ୍ପା ଆ ଜାଏଗା’

ବରୁଣ ଧଓ୍ଵନ ଏଥର ଆଉ କାହା ସହିତ ନୁହେଁ ବରଂ ପୁଷ୍ପା ସହିତ ପଙ୍ଗା ନେଇଛନ୍ତି। ଏକଥା ଆମେ ନୁହେଁ ବରଂ ୟୁଜର୍ସ କହୁଛନ୍ତି। ବରୁଣ ନ୍ୟାସନାଲ କ୍ରସ ରଶ୍ମିକା ମନ୍ଦାନା ସହିତ ଜବରଦସ୍ତ ଡ୍ୟାନ୍ସ କରିଥିବା ନଜର ଆସିଛନ୍ତି। ଦୁହିଁଙ୍କର ଏକ ଭିଡିଓ ଭାଇରଲ ହେଉଛି। ଯେଉଁଥିରେ ଦୁହେଁ ‘ଅରବୀ କୁଥୁ ଚ୍ୟାଲେଞ୍ଜ’ କରୁଥିବା ନଜର ଆସିଛନ୍ତି।

ସାଉଥ ସୁପରଷ୍ଟାର ଥଲପତି ବିଜୟ ଏବଂ ପୂଜା ହେଗେଡଙ୍କ ଭାଇରଲ ଗୀତ ‘ହଲମିଥି ହବିବୋ’ରେ ନାଜି ବରୁଣ ଏକ ଭିଡିଓ ସେୟାର କରିଥିଲେ। ଦୁହେଁ ଏହି ଲୋକପ୍ରିୟ ଚ୍ୟାଲେଞ୍ଜ ଯୋଗୁଁ ଲୋକଙ୍କ ହୃଦୟ ଜିତିନେଇଛନ୍ତି । ଭିଡିଓରେ ଦୁହେଁ ସମୁଦ୍ର କୂଳରେ ବାଲିରେ ଠିଆ ହୋଇ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ଦେଖି ଫ୍ୟାନ୍ସ ମଜାଳିଆ ଅନ୍ଦାଜରେ ବରୁଣଙ୍କୁ ପୁଷ୍ପା ଆସିବର ଧମକ ଦେଉଛନ୍ତି। ଆପଣ ଭିଡିଓ ଦେଖିଲେ ନିଶ୍ଚିତ ଜାଣିପାରିବେ…

 

View this post on Instagram

 

A post shared by VarunDhawan (@varundvn)

ଏଥିରେ ରଶ୍ମିକା ମନ୍ଦାନାଙ୍କୁ ‘ଶ୍ରୀବଲ୍ଲୀ’ ଭାବେ ବେଶ୍‌ ପସନ୍ଦ କରାଯାଉଛି। ସେ ନିଜ କ୍ୟାରିଅର ଆରମ୍ଭ ଏକ ବିଜ୍ଞାପନ ଜରିଆରେ କରିଥିଲେ। ଏହା ପରେ ‘କିରିକ ପାର୍ଟି’ରେ ରକ୍ଷିତ ସେଟ୍ଟୀଙ୍କ ସହିତ ଲିଡ୍‌ ରୋଲରେ ନଜର ଆସିଥିଲେ। ପ୍ରଥମ ଫିଲ୍ମର ସଫଳତା ପରେ ରଶ୍ମିକା ମନ୍ଦାନା ପୁନୀତ ରାଜକୁମାରଙ୍କ ସହିତ ‘ଅଞ୍ଜନୀ ପୁତ୍ର’ ଏବଂ ଗଣେଶଙ୍କ ସହିତ ‘ଚମକ’ ଫିଲ୍ମ କରିଥିଲେ। ଏହାଛଡା ମହେଶ ବାବୁଙ୍କ ସହିତ ‘ସରିଏରୁ ନିକେେଓ୍ଵରୁ’ ମଧ୍ୟ ବେଶ୍‌ ପ୍ରଶଂସା ପାଇଥିଲେ।