ଆଗାମୀ ଫିଲ୍ମ ‘ୟେ ୱତନ୍…ମେରେ ୱତନ୍’ର ଘୋଷଣା କଲେ ବରୁଣ ଧାୱନ୍, ସତ ଘଟଣା ଉପରେ ଆଧାରିତ କାହାଣୀ

ବଲିଉଡ୍‌ ଚକଲେଟ ହିରୋ ବରୁଣ ଧାୱନ ନିଜର ଆଗାମୀ ଫିଲ୍ମ ‘ୟେ ୱତନ୍…ମେରେ ୱତନ୍’ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଫିଲ୍ମରେ ତାଙ୍କ ହିରୋଇନ୍‌ ହେଉଛନ୍ତି ସାରା ଅଲି ଖାନ । ଫିଲ୍ମର କାହାଣୀ ବାସ୍ତବ ଘଟଣା ଉପରେ ଆଧାରିତ। ଯାହାର କାହାଣୀ ଲେଖିଛନ୍ତି ଦାରୁବ ଫାରୁକ୍କି ଏବଂ କନ୍ନନ୍ ଆୟର। ଚଳଚ୍ଚିତ୍ରଟି କରଣ ଜୋହରଙ୍କ ଧର୍ମାଟିକ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ୍ସ ଏବଂ ଅପୂର୍ଭା ମେହେତା ମିଳିତ ଭାବେ ନିର୍ମାଣ କରୁଛନ୍ତି । ନିର୍ଦ୍ଦେଶନା ଦେଉଛନ୍ତି କନ୍ନନ୍ ଆୟର । ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ।

 

 

View this post on Instagram

 

A post shared by Sara Ali Khan (@saraalikhan95)

ଏହା ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କ ଆଗାମୀ ଐତିହାସିକ ତିହାସିକ ଚଳଚ୍ଚିତ୍ର ହେବାକୁ ଯାଉଛି। ସେ ଏବଂ ତାଙ୍କ କୋ-ଷ୍ଟାର ଭରୁଣ ଧୱନ୍ ସୋସିଆଲ ମିଡିଆରେ ଏହି ଫିଲ୍ମକୁ ନେଇ ବଡ଼ ଘୋଷଣା କରିଛନ୍ତି। ୧୯୪୨ ମସିହାରେ ଭାରତ ଛାଡିବା ଆନ୍ଦୋଳନର ପୃଷ୍ଠଭୂମିରେ ଏକ କାଳ୍ପନିକ କାହାଣୀରେ ସାରାଙ୍କୁ ଜଣେ ସାହସୀ ସ୍ୱାଧୀନତା ସଂଗ୍ରାମୀ ଭାବେ ଦେଖିବାକୁ ମିଳିବ।
ଏହି ଚଳଚ୍ଚିତ୍ର ବିଷୟରେ ଭରୁଣ ଧାୱନ ପ୍ରକାଶ କରିଛନ୍ତି ଯେ ସେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ସେ କୁହନ୍ତି, ‘ମୁଁ ଆପଣଙ୍କ ପାଇଁ ବିଗ୍ ନ୍ୟୁଜ୍ ଆଣିଛି। ତେବେ ଏହି ଚଳଚ୍ଚିତ୍ରଟି ପ୍ରକୃତ ଘଟଣା ଉପରେ ଆଧାରିତ ହୋଇଛି। ତେବେ ସାରଙ୍କୁ ଶେଷ ଥର ପାଇଁ ଧନୁଷ ଏବଂ ଅକ୍ଷୟ କୁମାରଙ୍କ ବିପକ୍ଷରେ ଆନନ୍ଦ ରାୟଙ୍କ ‘ଅତ୍ରଙ୍ଗି ରେ’ ଫିଲ୍ମରେ ଦେଖିବାକୁ ମିଳିଥିଲା।

ନିଜ ନୂଆ ଫିଲ୍ମକୁ ନେଇ ସାରା ଅଲି ଖାନ ଓ ବରୁଣ ଧାୱନ ନିଜ ସୋସିଆଲ ମିଡ଼ିଆ ପେଜରେ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ସାରା କହିଛନ୍ତି ଏହା ମୋ ପାଇଁ ମଧ୍ୟ ଏକ ବଡ ସୁଯୋଗ ନିଜର ଅଭିନୟ ଦେଖାଇବା ପାଇଁ କାରଣ ଏହା ଏକ ଦେଶାତ୍ମବୋ ଧକା ଫିଲ୍ମ।  ଏହି ଫିଲ୍ମ ସତ ଘଟଣା ଉପରେ ଆଧାରିତ ଥିବାରୁ ଏହା ଦୁହିଁ କଳାକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବାକୁ ଜୁଅଛି ବୋଲି ସେମାନେ କହିଛନ୍ତି। ବଲିଉଡ ଚକଲେଟ ହିରୋ ବରୁଣ କହିଛନ୍ତି ଏହି ଫିଲ୍ମ ରିଲିଜ ହେବ ପରେ 240 ରୁ ଅଧିକ ଦେଶରେ ଏହା ପ୍ରାଇମେ ମେମ୍ବରଙ୍କ ପାଇଁ ଉପଲବ୍ଧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.