ବେଷ୍ଟିବୁଲର ହାଇପୋଫଙ୍କ୍‌ସନ ରୋଗରେ ପୀଡ଼ିତ ଅଭିନେତା ବରୁଣ ଧାଓ୍ଵନ, ରଖିପାରୁ ନାହାନ୍ତି ନିଜ ଦେହର ସନ୍ତୁଳନ

ଦିନକୁ ଦିନ ଜୀବନଶୈଳୀରେ ପରିବର୍ତ୍ତନ ହେଉଥିବାରୁ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହେଉଛନ୍ତି। ନୂଆ ନୂଆ ରୋଗ ଉତ୍ପନ ହେଉଛି ଯାହାକୁ କେବେ ଆମେ ଶୁଣି ନଥିବା। ଯେମିତିକି ବଲିଉଡ ଅଭିନେତା ମଧ୍ୟ ଏହି ରୋଗରୁ ବଞ୍ଚି ପାରି ନାହାଁନ୍ତି। ବରୁଣ ଧାଓ୍ଵନ ନିଜର ସ୍ୱାସ୍ଥ୍ୟକୁ ନେଇ ବର୍ତ୍ତମାନ ଚିନ୍ତାରେ ଅଛନ୍ତି।

ସେ ବେଷ୍ଟିବୁଲର ହାଇପୋଫଙ୍କ୍‌ସନ ରୋଗରେ ପୀଡ଼ିତ ଅଛନ୍ତି। ଏହି ରୋଗରେ ବ୍ୟକ୍ତି ନିଜର ସନ୍ତୁଳନ ହରାଇ ବସେ। ଏମିତିକି ଶରୀରରେ ଅସନ୍ତୁଳନ ଦେଖାଦିଏ। ନିଜକୁ ସମ୍ଭାଳିବା ବଡକଷ୍ଟର ହୋଇଯାଏ। କରୋନାର ପରେ ପରେ ସେ ଏହି ରୋଗ ବିଷୟରେ ଜାଣିବାକୁ ପାଇଲେ। ସେ ଗୋଟିଏ ଇଣ୍ଟରଭ୍ୟୁ ଦେବାବେଳେ ତାଙ୍କର କିଛି ବ୍ୟକ୍ତିଗତ କଥା ମଧ୍ୟ ସେୟାର କରିଛନ୍ତି।

ବରୁଣ ଧାଓ୍ଵନ ଙ୍କର ଆଗାମୀ ଫିଲ୍ମ ‘ଭେଡ଼ିଆ ’ ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ତାଙ୍କ ସହିତ ଅଭିନେତ୍ରୀ କ୍ରୀତି ସାନନ ନାୟିକା ଭାବରେ ନଜର ଆସୁଛନ୍ତି। ଏହା ପୂର୍ବରୁ ଏହି ଦୁଇ ଯୋଡ଼ି ‘ଦିଲ୍‌ଓ୍ଵାଲେ’ ରେ ନଜର ଆସିଥିଲେ। ଏହି ଫିଲ୍ମରେ ବରୁଣ ଏବଂ କ୍ରୀତିଙ୍କ ବ୍ୟତୀତ ଅଭିଶେକ ବାନାର୍ଜୀ, ଦୀପକ ଦୋବ୍ରିୟାଲ ଅଭିନୟ ରାଜ ସିଂ ଏବଂ ଭବେଶ ଲୋହାରଙ୍କ ସହିତ ଅନ୍ୟ କଳାକାର ଅଛନ୍ତି।

ନିକଟରେ ଏହି ଫିଲ୍ମର ଟ୍ରେଲର ଆସିଥିଲା ଯାହାକୁ ଲୋକମାନେ ପସନ୍ଦ ବି କରିଛନ୍ତି। ଏଥିରେ ବରୁଣଙ୍କ ଇଚ୍ଛାଧାରୀ ଭେଡ଼ିଆ ରୂପକୁ ବହୁତ ପସନ୍ଦ କରିଛନ୍ତି ଦର୍ଶକ। ଏବେ ଏବେ ଏକ କନ୍‌କ୍ଲେବ୍‌ରେ ଏହି ଫିଲ୍ଵ ବିଷୟରେ କହିବା ସହିତ ନିଜ ଜୀବନର କିଛି ଅଜଣା କଥା ମଧ୍ୟ ସେ ସେୟାର କରିଛନ୍ତି। ବରୁଣ ଧାଓ୍ଵନ କହିଛନ୍ତି ସେ ବେଷ୍ଟିବୁଲର ହାଇପୋଫଙ୍କ୍‌ଶନ ରୋଗରେ ପିଡ଼ୀତ ଅଛନ୍ତି,ଏହି ରୋଗରେ ପିଡ଼ୀତ ଥିବା ବ୍ୟକ୍ତି ନିଜ ଦେହର ସନ୍ତୁଳନକୁ ହରାଇ ବସନ୍ତି।

କୋଭିଡ ପରେ ଏହି ରୋଗ ବିଷୟରେ ଅବଗତ ହେବା ପରେ ସେ ମଧ୍ୟ ଭାଙ୍ଗି ପଡ଼ିଛନ୍ତି। ବହୁତ ଅସୁବିଧାରେ ସାମ୍ନା କରିବାକୁ ପଡ଼ିଛି ତାଙ୍କୁ। ସ୍ୱତଃପ୍ରବୃତ ଭାବେ କାମ କରିବାକୁ ଇଛା ହେଉ ନାହିଁ। ନିଜକୁ ନିଜେ ନିଜକୁ ପୁଶ୍‌ କରିବାକୁ ପଡ଼ୁଛି। ନ ଚାହିଁବା ସତ୍ତ୍ୱେ ବି ତାଙ୍କୁ କାମରୁ ରେଷ୍ଟ ନେବାକୁ ପଡ଼ୁଛି। ବରୁଣ ଧାଓ୍ଵନ ଏହି ଇଣ୍ଟରଭ୍ୟୁ ମାଧ୍ୟମରେ ଆହୁରି ଅନେକ କଥା ସେୟାର କରିଛନ୍ତି।

କୋଭିଡ-୧୯ ପରେ ପରେ ସେ ଯେତେବେଳେ ପୁଣି କାମ କରିବାକୁ ଆରମ୍ଭ କଲେ ନିଜକୁ ପୂର୍ବ ପରି ସେ କରିପାରିଲେ ନାହିଁ। ନିଜକୁ ସେହି ରେସ୍‌ରେ ସାମିଲ କରାଇ ପାରିଲେ ନାହିଁ ଏବଂ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା। ତାଙ୍କୁ ତାଙ୍କର ଫିଲ୍ମ ‘ଯୁଗ ଯୁଗ ଜିୟୋ’ ପାଇଁ ଏତେ ଚାପରେ ରହିବାକୁ ପଡ଼ିଥିଲା ଯେ, ତାଙ୍କୁ କୌଣସି ଇଲେକ୍ସନରେ ଭାଗ ନେବା ପରି ଲାଗୁଥିଲା ବୋଲି ସେ କହିଥିଲେ।

ସେ କହିଥିଲେ କି ତାଙ୍କୁ ବେଷ୍ଟିବୁଲାର ହାଇପୋଫଙ୍କ୍‌ଶନ ରୋଗ ହୋଇଛି କିନ୍ତୁ ଏହି ରୋଗରେ ନିଜ ଉପରେ ସନ୍ତୁଳନ ରହେ ନାହିଁ ତଥାପି ମୁଁ ନିଜକୁ ଦୃଢ଼ କରିଥିଲି ଏବଂ ସେବେଠାରୁ ମୁଁ ନିଜକୁ ଠିକ୍ କରିବା ପାଇଁ ଚେଷ୍ଟା କରେ। ସମସ୍ତେ ଚାହାଁନ୍ତି ସମାଜର ମୁଖ୍ୟ ସ୍ରୋତରେ ରହିବା ପାଇଁ। ସେଥିପାଇଁ ସମସ୍ତେ ନିଜର ଏକ ବଡ଼ ଲକ୍ଷ୍ୟ ନେଇ ଆସିଥାନ୍ତି। ମୁଁ ମଧ୍ୟ ମୋ ଲକ୍ଷ୍ୟକୁ ଖୋଜୁଛି। ଆଶା କରୁଛି ସମସ୍ତେ ନିଜ ଲକ୍ଷ୍ୟକୁ ପାଇଯାଆନ୍ତୁ।

ବେଷ୍ଟିବୁଲର ହାଇପୋଫଙ୍କ୍‌ସନ ରୋଗ କ’ଣ ?

ବେଷ୍ଟିବୁଲର ହାଇପୋ ଫଙ୍କ୍‌ଶନହେଉଛି କାନ ଭିତରେ କାମ କରୁଥିବା ଏକ ପ୍ରକ୍ରିୟା ଯାହା ଠିକ୍‌ ଠାକ୍‌ କାମ କରେ ନାହିଁ । ଏହାର ସିଷ୍ଟମ ଆଖି ସହିତ ସଂଯୋଗ ଥାଏ ଏବଂ ମଶଲ୍ସ କୁ କଣ୍ଟ୍ରୋଲ କରିଥାଏ । ଯେତେବେଳେ ଏହା ଠିକ୍‌ ଭାବରେ କାମ କରେ ନାହିଁ କାନରେ ଶୁଣାଯାଉଥିବା ଶବ୍ଦ ମସ୍ତିଷ୍କ ଭିତରକୁ ଯାଇପାରେ ନାହିଁ। ଯାହା ଫଳରେ ବ୍ୟକ୍ତିକୁ ମୁଣ୍ଡ ବୁଲାଇବା ପରି ଲାଗେ ଏବଂ ସେ ଶରୀରର ସନ୍ତୁଳନ ହରାଇ ବସେ। ଯଦି ଆପଣଙ୍କ ପାଖରେ ମଧ୍ୟ ଏପରି ଲକ୍ଷଣ ଦେଖା ଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Leave A Reply

Your email address will not be published.