ଅମିତ ଶାହଙ୍କୁ ଦେଶର ହନୁମାନ କହି ଟ୍ରୋଲ ହେଲେ ଅଭିନେତା ବରୁଣ ଧୱନ

ବଲିଉଡ୍ ଅଭିନେତା ବରୁଣ ଧୱନଙ୍କର ଫିଲ୍ମ ବିବିଜାନ ଖୁବଶିଘ୍ର ସିନେମାହଲରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ରିଲିଜ ହେବା ପୁର୍ବରୁ ବରୁଣ ଧୱନ ଏକ ଇଭେଣ୍ଟରେ ଭାଗ ନେଇଥିଲେ । ଏହି ଇଭେଣ୍ଟରେ ଅମିତ ଶାହା ମଧ୍ୟ ଅତିଥୀ ହୋଇ ଆସିଥିଲେ । ଏହି ଅବସରରେ ବରୁଣ ଧୱନ ଅମିତ ଶାହାଙ୍କୁ ଦେଶର ହନୁମାନ ବୋଲି କହିଥିଲେ । ବରୁଣଙ୍କ ଏହି ବୟାନ ଯୋଗୁଁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଥିଲେ ।
ଲୋକେ କହୁଛନ୍ତି ନିକଟରେ ବରୁଣଙ୍କ ଫିଲ୍ମ ରିଲିଜ ହେବାକୁ ଯାଉଛି ଏହି ସମୟରେ ସେ ଜାଣିଶୁଣି ଖୋସାମତ କରୁଛନ୍ତି । ଏକ ଇଭେଣ୍ଟରେ ଅମିତ ଶାହା ଏବଂ ବରୁଣ ଧୱନ ଆସିଥିଲେ । ଏହି ଇଭେଣ୍ଟରେ ବରୁଣ ଧୱନ ଅମିତ ଶାହଙ୍କ ସହ କଥା ହୋଇଥିଲେ । ସେ ଅମିତ ଶାହଙ୍କୁ ଦେଶର ହନୁମାନ ବୋଲି କହିଥିଲେ । ଯିଏ କି ନିଃସ୍ବାର୍ଥପର ଭାବରେ ଦୀର୍ଘ ବର୍ଷ ହେବ ସେବା କରି ଆସୁଛନ୍ତି । ତେବେ ଏହି ଭିଡିଓଟି ଯେତେବେଳେ ଭାଇରାଲ ହେବାରେ ଆରମ୍ଭ ହେଲା ସେହି ସମୟରେ ଏହା ଟ୍ରୋଲିଙ୍ଗ ହେବାରେ ଲାଗିଲା ।

ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓ ଟିରେ କମେଣ୍ଟ କରିବା ଆରମ୍ଭ କରି ଦେଇଛନ୍ତି । ଜଣେ ଲେଖିଛନ୍ତି ବରୁଣ ଧୱନଙ୍କ ଫିଲ୍ମ ଆସୁଛି ଏଥି ପାଇଁ ସେ ଏମିତି କହୁଛନ୍ତି । ସେହିପରି ଆଉ ଜଣେ ଲେଖିଛନ୍ତି ବରୁଣ ଧୱନ ଖୋସାମତ କରୁଛନ୍ତି । କାରଣ ଆଗାମୀ ଦିନରେ ତାଙ୍କର ଫିଲ୍ମ ଆସୁଛି । ଆଉ ଜଣେ କହୁଛନ୍ତି ସମସ୍ତେ ଫିଲିମ ପ୍ରୋମସନ କରୁଛନ୍ତି । ଆଉ ଜଣେ ଲେଖିଛନ୍ତି ଏହା ବରୁଣଙ୍କ ମାଷ୍ଟର ଷ୍ଟୋକ ଅଟେ ।

ବରୁଣଙ୍କ କାମ କଥା କହିବା ତାହେଲେ ତାଙ୍କର ଆସୁଥିବା ଫିଲ୍ମ ବେବିଜନ କ୍ରିସମାସ ବା ଡିସେମ୍ବର ୨୫ରେ ରିଲିଜ ହେବ । ଏହି ଫିଲିମରେ ବରୁଣ ଧାୱନ ଜବରଦସ୍ତ ଆକ୍ସନ କରିଥିବା ଦେଖିବାକୁ ମିଳିବ । ଏହି ଫିଲିମରେ ଜାକି ଶ୍ରଫ,କ୍ରିତି ସୁରେଶ,ବାମିକା ଗବି ଭଳି ଆକ୍ଟରଙ୍କୁ ଦେଖିବାକୁ ମିଳିବ ।