ଖୁବ୍ ଶୀଘ୍ର ରିଲିଜ ହେବ ‘‘ବର୍ଡର ୨’’ ଫିଲ୍ମ, ବରୁଣ ଧୱନଙ୍କୁ ଆଶୀର୍ବାଦ ଦେଲେ ମେଜର ହୋଶିୟାର ସିଂଙ୍କ ପତ୍ନୀ

ଚଳିତ ବର୍ଷ ବହୁ ପ୍ରତୀକ୍ଷିତ ‘‘ବର୍ଡର ୨’’ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଏବଂ କ୍ରେଜ୍ ଦେଖିବାକୁ ମିଳିଛି ।  ଯାହା ୨୩ ଜାନୁଆରୀରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମଟି ଦେଶପ୍ରେମ ଉପରେ ଆଧାରିତ । ଏହି ଫିଲ୍ମରେ ସନି ଦେଓଲ, ସିଲଜିତ୍ ଦୋସାଞ୍ଜ, ବରୁଣ ଧାୱନ ଏବଂ ଆହାନ୍ ସେଟ୍ଟିଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । କିନ୍ତୁ ଏହାରି ମଧ୍ୟରେ ବରୁଣ କିଛି ଖାସ୍ ଆଶୀର୍ବାଦ ପାଇଥିଲେ । ଯାହାଫଳରେ ସେ ଭାବବିହ୍ବଳ ହୋଇଥିଲେ ।

ବରୁଣଙ୍କୁ ଏହି ଫିଲ୍ମରେ ୱାର୍ ହିରୋ ସହିଦ ମେଜର ହୋଶିୟାର ସିଂ ଦହିୟାଙ୍କ ଭୂମିକାରେ ଅଭିନୟ କରିବେ । ଫିଲ୍ମ ରିଲିଜ ପୂର୍ବରୁ ପ୍ରଥମେ ଏକ ପ୍ରମୋସନାଲ ଇଭେଣ୍ଟରେ ସହିଦ ମେଜର ହୋଶିଦାର ସିଂଙ୍କ ସ୍ତ୍ରୀ ସହ ଭେଟିଥିଲେ । ସହିଦ ମେଜର ହୋଶିୟାର ସିଂଙ୍କ ପତ୍ନୀଙ୍କ ସହ ବରୁଣ ଧାୱନଙ୍କ ସ୍ପେଶାଲ ଇଣ୍ଟରଭ୍ୟୁର ଅନେକ ଭିଡିଓ ଏବେ ଭାଇରଲ ହେଉଛି । ଯେଉଁଥିରେ ସେ ବରୁଣଙ୍କୁ କେବଳ ପ୍ରଶଂସା କରିନଥିଲେ ବରଂ ଆଶୀର୍ବାଦ ମଧ୍ୟ ଦେଇଥିଲେ ।

‘‘ବର୍ଡର ୨’’ର ଘର କବ୍ ଆଓଗେ ଗୀତ ରିଲିଜ୍ ହେବା ପରଠାରୁ ବରୁଣଙ୍କ ଅଭିନୟ ପାଇଁ ତାଙ୍କୁ ଟ୍ରୋଲ କରାଯାଇଛି । ତାଙ୍କ ଅଭିନୟକୁ ନେଇ ସୋସିଆଲ ମିଡିଆରେ ଅନେକ ମିମ୍ ସେୟାର କରାଯାଇଛି । ନିକଟରେ ବରୁଣ ତାଙ୍କ ଇନଷ୍ଟାଗ୍ରାମରେ ନିଜର କିଛି ଫଟୋ ସେୟାର କରି ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କିନ୍ତୁ ଅନେକ ଲୋକ ତାଙ୍କ ଅଭିନୟ ପାଇଁ ବରୁଣଙ୍କୁ ଟାର୍ଗେଟ୍ କରିଥିଲେ । ଯାହାର ଉତ୍ତର ବରୁଣ ଧର୍ଯ୍ୟ ଏବଂ ଶାନ୍ତ ଭାବରେ ଦେଇଥିଲେ ।

ଯଦି ଏହି ଫିଲ୍ମ ସମ୍ପର୍କରେ କୁହାଯାଏ ତେବେ ‘‘ବର୍ଡର ୨’’ ଅନୁରାଗ ସିଂଙ୍କ ଦ୍ବାରା ନିର୍ଦ୍ଦେଶିତ । ଏହା ୧୯୯୭ ମହିସାର ବ୍ଲକବଷ୍ଟର ଫିଲ୍ମ ‘‘ବର୍ଡର’’ର ସିକ୍ବେଲ ।

Also Read : ୫୨ତମ ଜନ୍ମଦିନ ପାଳନ କଲେ ହ୍ରିତିକ୍ ରୋଶନ୍, AI ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଲେ ରାକେଶ ରୋଶନ୍