ଭେଡିୟା ପାଇଁ ଘଞ୍ଚ ଜଙ୍ଗଲରେ ରାତିରେ ଦୌଡିଲେ ବରୁଣ ଧଓ୍ଵନ, ଅଭିନେତାଙ୍କୁ ଦେଖି ଡରିଲେ ଫ୍ୟାନ୍ସ

ବରୁଣ ଧଓ୍ଵନ ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ଭେଡିୟା’ର ଟିଜର ରିଲିଜ ହୋଇଛି। ଟିଜରରେ ବରୁଣ ଧଓ୍ଵନଙ୍କ ଲୁକ୍‌ ଦେଖି ଦର୍ଶକଙ୍କ ମନରେ ଉତ୍ସାହ ବଢିଯାଇଛି। ଅନେକ ଦିନରୁ ଫିଲ୍ମକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଥିଲା। ତେବେ ଏମିତିରେ ଲୋକଙ୍କ ଉତ୍ସାହକୁ ଦ୍ୱିଗୁଣା କରିବା ପାଇଁ ଫିଲ୍ମର ଟିଜର ରିଲିଜ ହୋଇଛି। ଏହାସହିତ ଫିଲ୍ମ କେବେ ରିଲିଜ ହେବ, ତାହାର ତାରିଖ ମଧ୍ୟ ଘୋଷଣା କରାଯାଇଛି।

ଫିଲ୍ମର ପୋଷ୍ଟର ରିଲିଜ ହେବା ଦିନରୁ ଫ୍ୟାନ୍ସ ଏହାର ଟ୍ରେଲରକୁ ଅପେକ୍ଷା କରି ରହିଛନ୍ତି। ଏବେ ଫ୍ୟାନ୍ସଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ଫିଲ୍ମର ଟ୍ରେଲର ଆସନ୍ତା ଅକ୍ଟୋବର ୧୯ରେ ରିଲିଜ ହେବ। ଆଉ ଫ୍ୟାନ୍ସ ଫିଲ୍ମର ଟିଜର ଦେଖି ଭୟ କରୁଛନ୍ତି। ଟିଜରରେ ଭୟଙ୍କର ଶବ୍ଦ ଶୁଣି ଫ୍ୟାନ୍ସ ଡରିଯାଉଛନ୍ତି।

ଅନ୍ଧକାର ଏବଂ ଦମଦାର ର‍୍ୟାପ୍‌ ସହିତ ଟିଜର ଆରମ୍ଭ ହୋଇଛି। ଯାହାକୁ ଶୁଣିବା ପରେ ଦର୍ଶକଙ୍କ ଲୋମ ଟାଙ୍କୁରି ଉଠିଛି। ଏକ ମିନିଟ୍‌ ଟିଜରରେ ଏକ ଜଙ୍ଗଲରେ ରହସ୍ୟ ଲୁଚି ରହିଥିବା ଦେଖିବାକୁ ମିଳିଛି। ଟିଜର ଭିଡିଓରେ ଆପଣ ମଧ୍ୟ ଦେଖିପାରିବେ କି, କିପରି ଘନ ଜଙ୍ଗଲରେ ରାତିରେ ବରୁଣ ଧଓ୍ଵନ ଦୌଡୁଛନ୍ତି। ସେହିତ ଅନ୍ୟପଟେ ଗାଁର କିଛି ଲୋକ କୌଣସି ଜନ୍ତୁଙ୍କୁ ପୋଡୁଛନ୍ତି। ଏହା ନିଆଁରେ ଭେଡିୟା ଭଳି ଦେଖିବାକୁ ଲାଗୁଛି।

 

View this post on Instagram

 

A post shared by VarunDhawan (@varundvn)

ଫିଲ୍ମର ଫାଷ୍ଟଲୁକ୍‌ରେ ବରୁଣ ବେଶ୍‌ ଭୟଙ୍କର ଅନ୍ଦାଜରେ ନଜର ଆସିଥିଲେ। ଅନ୍ଧାରରେ ଚମକୁଥିବା ଆଖି ଓ ପ୍ରବଳ ରାଗରେ ଥିବା ବରୁଣଙ୍କୁ ଦେଖିଲେ ଭୟ ଲାଗୁଛି। ତେବେ ପୂର୍ବରୁ ବରୁଣଙ୍କର ଏଭଳି ଲୁକ୍‌ ଦର୍ଶକେ ବଦଲାପୁରରେ ଦେଖିଛନ୍ତି। ରିପୋର୍ଟ ମୁତାବକ, ଏହା ଏକ ହରର କମେଡି ଫିଲ୍ମ। ଏଥିରେ ବରୁଣ ଧଓ୍ଵନ୍‌ ମିଲିଟାରୀ ଅଫିସର କ୍ଷେତ୍ରପାଲଙ୍କ ଭୂମିକାରେ ଅଭିନୟ କରୁଥିବା ନଜର ଆସିବେ। ଫାଷ୍ଟ ଲୁକ୍‌ ପୂର୍ବରୁ ବରୁଣ ଫିଲ୍ମର ଏକ ମୋସନ୍‌ ପୋଷ୍ଟର ରିଲିଜ୍‌ କରିଥିଲେ।

ଫିଲ୍ମରେ କ୍ରିତି ସାନନ, ଅଭିଷେକ ବାନାର୍ଜୀ ଓ ଦୀପକ ମୁଖ୍ୟ ଭୂମିକାରେ ରହିଛନ୍ତି। ଦିଲଓ୍ଵାଲେ ଓ କଳଙ୍କ ପରେ ବରୁଣ ଧଓ୍ଵନ ଏବଂ କ୍ରିତି ଏହି ଫିଲ୍ମରେ ତୃତୀୟ ଥର ପାଇଁ ଏକାଠି ସ୍କ୍ରିନ୍‌ ସେୟାର କରିବେ। ଟିଜର ଦେଖି ସତରେ ଲୋମ ଟାଙ୍କୁରି ଉଠୁଛି। ଫିଲ୍ମରେ ଜବରଦସ୍ତ ଭିଏଫଏକ୍ସ ସହିତ ଷ୍ଟୋରୀ ଲାଇନ ଭଲ ରହିଛି। ଭେଡିୟା ଫିଲ୍ମ ଭାରତର ପ୍ରଥମ କ୍ରିଏଚର କମେଡି ଫିଲ୍ମ। ଏହାର ଟ୍ରେଲର ଆସନ୍ତା ୧୯ ତାରିଖରେ ରିଲିଜ ହେବ। ଅମର କୌଶିକ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମଟି ଆସନ୍ତା ୨୫ ନଭେମ୍ବରରେ ରିଲିଜ ହେବ।

 

View this post on Instagram

 

A post shared by VarunDhawan (@varundvn)

ଅରୁଣାଚଳ ପ୍ରଦେଶର ଘଞ୍ଚ ଜଙ୍ଗଲରେ ଫିଲ୍ମର ସୁଟିଂ କରାଯାଇଛି। ପ୍ରଥମେ ଏହି ଫିଲ୍ମକୁ ୨୦୨୨ ଏପ୍ରିଲ ମାସରେ ରିଲିଜ୍‌ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ନିର୍ମାତା ଅଚାନକ ଏହାର ରିଲିଜ୍‌ ତାରିଖ ବଦଳାଇ ନଭେମ୍ବର କରିଦେଇଥିଲେ।

Also Read : ଭାଙ୍ଗିପଡିଲେ ମହେଶ ବାବୁ, ସବୁଦିନ ପାଇଁ ହାତ ଛାଡିଚାଲିଗଲେ ମା ଇନ୍ଦିରା ଦେବୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.