୨ ଫେବୃଆରୀରେ ମୁମ୍ବାଇରେ ହେବ ବରୁଣ ଧଓ୍ଵନ-ନତାଶ ଦଲାଲ୍‌ଙ୍କ ବିବାହର ଗ୍ରାଣ୍ଡ ରିସେପ୍ସନ !

ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ ପିଲାଦିନର ସାଥୀ ତଥା ପ୍ରେମିକା ନତାଶା ଦଲାଲ୍‌ଙ୍କ ସହିତ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିଜ ବର୍ଷ ବର୍ଷର ସମ୍ପର୍କକୁ ସେମାନେ ୨୪ ଜାନୁଆରୀରେ ନୂଆ ନାମ ଦେଇଛନ୍ତି। ମୁମ୍ବାଇର ଅଲିବାଗସ୍ଥିତ ‘ଦ ମ୍ୟାଶନ୍‌ ହାଉସ୍‌’ରେ ଉଭୟଙ୍କ ବିବାହ ବଡ଼ ଧୁମ୍‌ଧାମରେ ସମ୍ପନ୍ନ ହୋଇଛି। କରୋନା ଯୋଗୁ ଧଓ୍ଵନ ଓ ଦଲାଲ୍‌ ପରିବାର ବିବାହରେ ବହୁତ କମ୍‌ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ।

ଏବେ ଖବର ରହିଛି କି, ବରୁଣ ଜଲ୍‌ଦି ହିଁ ନିଜ ବିବାହ ଭୋଜି ଦେବାକୁ ଯାଉଛନ୍ତି। ଅଲିବାଗରେ ବିବାହ ପରେ ଏବେ ମୁମ୍ବାଇରେ ରୟାଲ୍‌ ରିସେପ୍ସନ ହେବାକୁ ଯାଉଛି। ରିପୋର୍ଟ ମୁତାବକ, ବଲିଉଡ୍‌ ସେଲିବ୍ରିଟିମାନଙ୍କ ପାଇଁ ଆସନ୍ତା ଫେବୃଆରୀ ୨ରେ ରିସେପ୍ସନ ଆୟୋଜନ ହେବ। ଏଥିରେ ବଲିଉଡ୍‌ର ବହୁ ନାମୀଦାମୀ ଲୋକ ଏବଂ ସେଲିବ୍ରିଟି ସାମିଲ ହେବେ। ତେବେ ପୂର୍ବରୁ ଖବର ରହିଥିଲା କି, ବରୁଣ ଓ ନତାଶାଙ୍କ ବିବାହ ରିସେପ୍ସନ ୨୬ ଜାନୁଆରୀରେ ହେବ। କୁହାଯାଉଛି ଯେ
୨୬ ଜାନୁଆରୀରେ ଗଣତନ୍ତ୍ର ଦିବସ ଥିବାରୁ ପରିବାର ଲୋକ ରିସେପ୍ସନ ପାର୍ଟିର ତାରିଖକୁ ବଦଳାଇ ଦେଇଛନ୍ତି।