ଏହି ବିଳାସପୂର୍ଣ୍ଣ ମ୍ଯାନସନ ହାଉସରେ ହେବ ବରୁଣଙ୍କ ବିବାହ, ଯେଉଁଠି ଗୋଟେ ରାତିର ଭଡ଼ା ୪ ଲକ୍ଷ ଟଙ୍କା

ଅଭିନେତା ବରୁଣ ଧୱନ ଓ ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ବିବାହ ୨୪ଜାନୁଆରୀକୁ ହେବାକୁ ଯାଉଛି। ଏମାନଙ୍କ ବିବାହ ଏକ ପ୍ରାଇଭେଟ ଉତ୍ସବ ହେବ, ଯେଉଁଥିରେ ପରିବାର ସଦସ୍ଯଙ୍କ ଛଡା କେତେକ ଅନ୍ତରଙ୍ଗ ବନ୍ଧୁ ସାମିଲ ହେବେ। ଅତିଥିଙ୍କ ମଧ୍ୟରେ ଫିଲ୍ମ ନିର୍ମାତା କରଣ ଜୋହର, ସଲମାନ୍‌ ଖାନ୍‌, ଶାହାରୁଖ ଖାନ୍‌, ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରା, ବସୁ ଭଗନାନୀ, କୋରିଓଗ୍ରାଫର ରେମୋ ଡିସୁଜା, ଶଶାଙ୍କ ଖୟିତାନ୍‌ ସାମିଲ ହେବେ।

mansion
photo credit: aaj tak

ଖବର ମୁତାବକ, ଜାନୁଆରୀ୨୪ ରବିବାର ଦିନ ଉଭୟ ଅଲିବାଗରେ ବିବାହ କରିବେ ବୋଲି ସୂଚନା ମିଳିଛି। ବରୁଣ ଧୱନ ଏବଂ ନତାଶାଙ୍କ ବିବାହ ଅଲିବାଗର ଦ ମ୍ୟାନସନ୍ ହାଉସରେ ହେବ। ଏହା ଏକ ବିଳାସପୂର୍ଣ୍ଣ ହାଉସ୍। ଏହି ମ୍ୟାନସନ୍ ହାଉସରେ ପ୍ରାୟ ୨୫ଟି ରୁମ୍ ରହିଛି। ଖବର ମୁତାବିକ ଏହି ପୂରା ମ୍ୟାନସନ୍ ହାଉସରେ ଗୋଟିଏ ରାତି ବୁକ୍ କରିବା ପାଇଁ ୪ ଲକ୍ଷ ଟଙ୍କା ଭଡ଼ା ଦେବାକୁ ପଡ଼ିଥାଏ। ଏଥିରେ ଖାଇବା ମଧ୍ୟ ସାମିଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.