ମନୋରଂଜନ

ହ୍ରିତିକ ରୋଶନଙ୍କ ଆପାର୍ଟମେଣ୍ଟରେ ଭଡାରେ ରହିବେ କି ବରୁଣ ! ହେବେ ଅକ୍ଷୟ କୁମାରଙ୍କ ପଡୋଶୀ

ବଲିଉଡ ଅଭିନେତା ବରୁଣ ଧୱନ ଆଜିକାଲି ପ୍ରଫେସନାଲ ଏବଂ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ନିକଟରେ ଅଭିନେତା ପିତା ହୋଇଛନ୍ତି । ବାସ୍ତବରେ ତାଙ୍କ ପତ୍ନୀ ନତାଶା ଦଲାଲ ଏକ ସୁନ୍ଦର ଝିଅକୁ ଜନ୍ମ ଦେଇଛନ୍ତି । ଏହା ବ୍ୟତୀତ ଖୁବ୍‌ ଶୀଘ୍ର ବରୁଣଙ୍କୁ ଆକ୍ସନ୍ ପ୍ୟାକ୍ ହୋଇଥିବା ଫିଲ୍ମ ବେବି ଜନ୍‌ରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଚଳିତ ବର୍ଷ ଶେଷରେ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି । ଏସବୁ ମଧ୍ୟରେ ବରୁଣ ବର୍ତ୍ତମାନ ତାଙ୍କ ଝିଅ ଏବଂ ପତ୍ନୀଙ୍କ ସହ ଏକ ନୁଆ ଘରକୁ ସିପ୍ଟ କରିବାକୁ ପ୍ଲାନିଙ୍ଗ୍‌ କରୁଛନ୍ତି ।

ତେବେ ପିତାମାତା ହୋଇଥିବା ବରୁଣ ଏବଂ ନତାଶା ବର୍ତ୍ତମାନ ଜୁହୁର ଏକ ଆପାର୍ଟମେଣ୍ଟରେ ରହୁଛନ୍ତି । ବରୁଣ ଏହାକୁ ୨୦୧୭ ରେ କିଣିଥିଲେ । ଏପରି ଭାବେ ଅଭିନେତା ହ୍ରିତିକ ରୋଶନଙ୍କ ମୁମ୍ବାଇର ଜୁହୁରେ ଘର ପାଖକୁ ସିପ୍ଟ୍‌ କରିବା ପାଇଁ ଚିନ୍ତା କରିଛନ୍ତି । ସୂଚନା ମୁତାବକ, ବରୁଣ ଏବଂ ନତାଶା ଝିଅ ସହିତ ଏହି ଘରକୁ ଯିବେ । ଏହା ଏକ ସି ଫେସିଙ୍ଗ ଆପାର୍ଟମେଣ୍ଟ । ଏପରି ମଧ୍ୟ କୁହାଯାଉଛି ଏହି ଘର ହ୍ରିତିକ ରୋଶନଙ୍କର ଯାହା ଜୁହୁର ଅନ୍ୟ ଏକ ଆପାର୍ଟମେଣ୍ଟକୁ ସିପ୍ଟ କରାଯାଇଛି । ଏହା ସହ ବରୁଣ ଅକ୍ଷୟ କୁମାର ଏବଂ ସାଜିଦ ନାଦିଆଡୱାଲାଙ୍କ ପଡ଼ୋଶୀ ହେବେ ।

ବରୁଣ ଧୱନ ଏବଂ ନତାଶା ଦଲାଲଙ୍କ ଝିଅ ଜୁନ୍ ୩ରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଜନ୍ମ ନେଇଛନ୍ତି । ବରୁଣ ଏବଂ ନତାଶା ଇନଷ୍ଟାଗ୍ରାମରେ ଏକ ସୁନ୍ଦର ପୋଷ୍ଟ ମାଧ୍ୟମରେ ତାଙ୍କ ଝିଅର ଜନ୍ମ ହେବା କଥା ଫ୍ୟାନ୍ସଙ୍କୁ ଜଣାଇଥିଲେ । ସେହି ପୋଷ୍ଟର କ୍ୟାପ୍‌ସନରେ ଲେଖିଛନ୍ତି, “ଆମର ଶିଶୁ କନ୍ୟା ଏଠାରେ ଅଛି । ବରୁଣ ଏପରି ମଧ୍ୟ ଲେଖିଥିଲେ, ମା ଏବଂ ପିଲାଙ୍କ ପାଇଁ ଶୁଭେଚ୍ଛା ପାଇଁ ଆପଣଙ୍କୁ ଧନ୍ୟବାଦ ।

ଏପରି ଭାବେ ଅଭିନେତାଙ୍କ ଓ୍ଵର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ଖୁବ୍ ଶୀଘ୍ର ବରୁଣଙ୍କୁ ‘ବେବି ଜନ୍’ରେ ଦେଖିବାକୁ ମିଳିବ, ଯାହାକୁ’ ଜୱାନ୍ ‘ନିର୍ଦ୍ଦେଶକ ଅଟଲେ ନିର୍ଦ୍ଦେଶନା ଦେବେ । ଫିଲ୍ମ ‘ବେବି ଜନ୍’ ହେଉଛି କାଲିସୱାରାନ୍ ନିର୍ଦ୍ଦେଶିତ ଏକ ଆକ୍ସନ୍ ଏଣ୍ଟଟେନ୍‌ମେଣ୍ଟ । ଏହି ଫିଲ୍ମରେ ବରୁଣ ଧୱନଙ୍କ ବ୍ୟତୀତ କିର୍ତ୍ତୀ ସୁରେଶ ଏବଂ ଭାମିକା ଗାବି, ଜ୍ୟାକି ଶ୍ରଫ ଏବଂ ରାଜପାଲ ଯାଦବ ମଧ୍ୟ ନଜର ଆସିବେ ।

D Sonali

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago