ବରୁଣ ଧବନ୍‌-ନତାଶା ହାଇପ୍ରୋଫାଇଲ ମ୍ୟାରେଜ, କାଲି ପଡ଼ିବ ହାତଗଣ୍ଠି

ବଲିଉଡରେ ହାଇପ୍ରୋଫାଇଲ ମ୍ୟାରେଜ । ବହୁତ ଦିନରୁ ଅପେକ୍ଷା ରହିଥିବା ବରୁଣ ଧାଓ୍ଵନଙ୍କ ବାହାଘରକୁ ନେଇ ଚର୍ଚ୍ଚା । ମୁମ୍ବାଇ ଠାରୁ କିଛି ଦୂର ଆଲିବାଗରେ ବରୁଣଙ୍କ ବାହାଘର କାଲି ହେବାକୁ ଯାଉଛି । ହେଲେ ଆଜିଠୁ ଆଲିବାଗର ମାନସନ୍‌ ରିସୋର୍ଟରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ସଙ୍ଗୀତ ଓ ମେହେନ୍ଦୀ କାର୍ଯକ୍ରମ କରାଯାଉଛି । ଆସନ୍ତାକାଲି ବାହାଘରରେ ମାତ୍ର ୫୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଏହାପୂର୍ବରୁ ରିସୋର୍ଟରେ ପହଁଚି ସାରିଛନ୍ତି ବରୁଣ ଧାଓ୍ଵନ ଓ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ପରିବାର ।

ନତାଶା ହେଉଛନ୍ତି ବରୁଣଙ୍କ ପିଲାଦିନର ସାଙ୍ଗ । ନତାଶା ଜଣେ ଫ୍ୟାସନ ଓ ଡ୍ରେସ ଡିଜାଇନର । ଗତବର୍ଷ ଦୁହିଁଙ୍କ ବାହାଘର ହେବାର ଥିଲା । ହେଲେ କରୋନା ପାଇଁ ବାହାଘରକୁ ସ୍ଥଗିତ ରଖାଯାଇଥିଲା । ମାନସନ୍‌ ରିସୋର୍ଟରେ ୩୨ଟି ଅତ୍ୟାଧୁନିକ ରୁମ୍‌ ରହିଛି । ରିସୋର୍ଟରେ ସ୍ପା, ସୁଇମିଂପୁଲ ରହିଛି । ନତାଶା ଓ ବରୁଣଙ୍କ ଓ୍ଵିଡିଂ ଫଟୋ ଦେଖିବାକୁ ଫ୍ୟାନ ଅପେକ୍ଷା କରିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.