ଜାନୁଆରୀରେ ହିଁ ହାତକୁ ଦି’ହାତ ହେବେ ବରୁଣ ଧଓ୍ଵନ୍, ସାମ୍ନାକୁ ଆସିଲା ଡେଟ୍

ବଲିଉଡ୍ ଅଭିନେତା ବରୁଣ ଧଓ୍ଵନ୍ ଓ ତାଙ୍କ ଗାର୍ଲଫ୍ରେଣ୍ଡ ନତାଶ ଦଲାଲଙ୍କ ବିବାହ ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ଏବେ ସେମାନେ ବିବାହ କରୁଥିବା ନେଇ ସ୍ପଷ୍ଟ ହୋଇଛି। ଏଥିସହ ସେମାନଙ୍କ ବିବାହ ତାରିଖ ବି ଫିକ୍ସ ହୋଇଛି। ଜାନୁଆରୀ ୨୪ ତାରିଖରେ ଏହି ଲଭ୍ ବାର୍ଡସ୍ ବିବାହ ବନ୍ଧନରେ ବାନ୍ଧି ହେବେ। ବରୁଣ ଧଓ୍ଵନ୍ ବିବାହ କରୁଥିବା ନେଇ ତାଙ୍କ କକା ଅନୀଲ ଧଓ୍ଵନ୍ ସ୍ପଷ୍ଟ କରିଛନ୍ତି।
ଅନୀଲ କହିଛନ୍ତି, ଏବେ କରୋନା କାଳ ଚାଲିଥିବାରୁ ବିବାହରେ କେବଳ ପରିବାର ଲୋକ ହିଁ ଉପସ୍ଥିତ ରହିବେ। ମୁମ୍ବାଇରେ ବିବାହ ଅନୁଷ୍ଠିତ ହେବ। କୋଭିଡ୍ ସ୍ଥିତି ଟିକେ ସ୍ୱାଭାବିକ୍ ହେଲେ ସେମାନେ ଇଣ୍ଡଷ୍ଟ୍ରୀର ଲୋକଙ୍କୁ ପାର୍ଟି ଦେବେ। ବିବାହରେ ଇଣ୍ଡଷ୍ଟ୍ରୀର କେବଳ କିଛି ବଛାବଛା ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଜଣାଯାଇଛି।
ଅତିଥିଙ୍କ ମଧ୍ୟରେ ଫିଲ୍ମ ନିର୍ମାତା କରଣ ଜୋହର, ସଲମାନ୍ ଖାନ୍, ଶାହାରୁଖ ଖାନ୍, ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରା, ବସୁ ଭଗନାନୀ, କୋରିଓଗ୍ରାଫର ରେମୋ ଡିସୁଜା, ଶଶାଙ୍କ ଖୟିତାନ୍ ପ୍ରମୁଖ ଅଛନ୍ତି।
ପ୍ରକାଶ ଯେ ବରୁଣ ଓ ନତାଶା ଦଲାଲ ପରସ୍ପରକୁ ସ୍କୁଲ ଦିନଠାରୁ ହିଁ ଜାଣିଛନ୍ତି। ଉଭୟେ ପ୍ରଥମେ ସାଙ୍ଗ ଥିଲେ। ତା’ ପରେ ସମ୍ପର୍କ ବଢ଼ିଥିଲା ଓ ସେମାନେ ପରସ୍ପରକୁ ଡେଟ୍ କରିବାକୁ ଲାଗିଲେ। ଉଭୟ ବରୁଣ ଓ ନତାଶା ଏକାଠି ଛୁଟି କାଟିବାକୁ ବାହାରକୁ ମଧ୍ୟ ଯାଇଥାନ୍ତି। ସେମାନେ ଅନେକ ଥର ମିଡିଆ ସାମ୍ନାରେ ସ୍ପଟ୍ ମଧ୍ୟ ହୋଇଛନ୍ତି।