ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ ଖେତ୍ରପାଲଙ୍କ ବାୟୋପିକ୍‌ରେ ନଜର ଆସିବେ ବରୁଣ, ପୂରଣ ହେବ ସ୍ୱପ୍ନ

ବିକି କୌଶଲ ଏବଂ ଅକ୍ଷୟ କୁମାରଙ୍କ ପରେ ଏବେ ବରୁଣଙ୍କ ପାଳି। ଏବେ ଏମାନଙ୍କ କ୍ଲବରେ ସାମିଲ ହୋଇଛନ୍ତିଅଭିନେତା ବରୁଣ ଧଓ୍ଵନ। ଖୁବଶୀଘ୍ର ପୂରଣ ହେବ ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନଙ୍କ ସ୍ୱପ୍ନ। ନିଜେ ବରୁଣ ଇନ୍‌ଷ୍ଟାଗ୍ରାମ୍‌ରେ ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ ଖେତ୍ରପାଲଙ୍କ ଜନ୍ମଦିନରେ ଏକ ପୋଷ୍ଟ ସେୟାର କରି ଏହା କହିଛନ୍ତି। କଥା କ’ଣ କି, ପରମବୀର ଚକ୍ରରେ ସମ୍ମାନିତ ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ ଖେତ୍ରପାଲଙ୍କ ବାୟୋପିକ୍‌ ହେବାକୁ ଯାଉଛି। ଏଥିରେ ବରୁଣ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ।

varun dhawan

ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ନାମ ଫାଇନାଲ ହୋଇ ନାହିଁ। ତେବେ ଏହାର ନିର୍ଦ୍ଦେଶନା ବଦଲାପୁର ନିର୍ଦ୍ଦେଶକ ଶ୍ରୀରାମ ରାଘବନ ଦେବେ । ଦେଶର ଜଣେ ସୈନିକ ଚରିତ୍ରରେ ଅଭିନୟ କରିବା ମୋର ସ୍ୱପ୍ନ ଥିଲା। ଏବେ ତାହା ପୂରଣ ହେବାକୁ ଯାଉଛି ବୋଲି ବରୁଣ କହିଛନ୍ତି। ବରୁଣଙ୍କ ଅପ୍‌କମିଙ୍ଗ ଫଲ୍ମ ‘କୁଲି ନଂ ୧’ ର ସୁଟିଂରେ ବ୍ୟସ୍ତ ରହିଛନ୍ତି।

Leave A Reply

Your email address will not be published.