ସରିଲା ବରୁଣ ତେଜ ଏବଂ ଲାଭନ୍ୟା ତ୍ରିପାଠୀଙ୍କ ନିର୍ବନ୍ଧ, ଯୋଗଦେଲେ ଅନେକ କାଳାକାର

ସରିଲା ନିର୍ବନ୍ଧ ଆଗକୁ ହେବ ବାହାଘର । ନିଜ କାମ ପାଇଁ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବରୁଣ ତେଜ ଏବଂ ଲାଭନ୍ୟା ତ୍ରିପାଠୀଙ୍କର ଗତକାଲି ଶୁକ୍ରବାର ଦିନ ହାଇଦ୍ରାବାଦରେ ନିର୍ବନ୍ଧ ଶେଷ ହୋଇଛି। ଏହି ସମାରୋହରେ ଅଲୁ ଅର୍ଜୁନ, ରାମ ଚରଣ ଏବଂ ପତ୍ନୀ ଉପସାନା କୋନିଡେଲା ଏବଂ ବରୁଣଙ୍କ ମାମୁଁ ତଥା ମେଗାଷ୍ଟାର ଚିରଞ୍ଜୀବୀ ଉପସ୍ଥିତ ଥିଲେ ।

ସରିଲା ନିର୍ବନ୍ଧ ଆଗକୁ ହେବ ବାହାଘର । ନିଜ କାମ ପାଇଁ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବରୁଣ ତେଜ ଏବଂ ଲାଭନ୍ୟା ତ୍ରିପାଠୀଙ୍କର ଗତକାଲି ଶୁକ୍ରବାର ଦିନ ହାଇଦ୍ରାବାଦରେ ନିର୍ବନ୍ଧ ଶେଷ ହୋଇଛି । ଏହି ସମାରୋହରେ ଅଲୁ ଅର୍ଜୁନ, ରାମ ଚରଣ ଏବଂ ପତ୍ନୀ ଉପସାନା କୋନିଡେଲା ଏବଂ ବରୁଣଙ୍କ ମାମୁଁ ତଥା ମେଗାଷ୍ଟାର ଚିରଞ୍ଜୀବୀ ଉପସ୍ଥିତ ଥିଲେ । ବିବାହ ସମାରୋହରର ଫଟୋ ଗୁଡିକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ବରୁଣ । ସେ ଫଟୋ ଗୁଡ଼ିକ ସେୟାର କରି ଏହାର କ୍ୟାପସନ୍ ଦେଇଛନ୍ତି, “Found my Lav!♥️ @itsmelavanya.”

ଦୀର୍ଘ ଦିନ ଧରି ବରୁଣ ତେଜ ଏବଂ ଲାଭନ୍ୟା ତ୍ରିପାଠୀ ପରସ୍ପରକୁ ଡେଟିଂ କରୁଥିବା ଶୁଣିବାକୁ ମିଥିଲା। ତଥାପି, ସେମାନଙ୍କ ମଧ୍ୟରୁ କେହି ସେମାନଙ୍କ ସମ୍ପର୍କକୁ ଅସ୍ୱୀକାର କିମ୍ବା ଗ୍ରହଣ କରୁନଥିଲେ । ବହୁ କଳ୍ପନାଜଳ୍ପନା ପରେ ଶେଷରେ ଏହି କପଲ୍ ନିଜ ନିଜ ପରିବାର ସଦସ୍ୟଙ୍କ ମାଧ୍ୟମରେ ଗୁରୁବାର ଦିନ ବିବାହ ବନ୍ଧନରେ ଆବଦ୍ଧ ହେବା ନେଇ ଘୋଷଣା କରିଥିଲେ ।

ବିବାହ ଘୋଷଣାରେ ଲେଖାଥିଲା, “Two hearts, one love. Congratulations Mega Prince Varun Tej and Lavanya Tripathi. Wishing a lifetime of happiness together. Engagement: 9th June, 2023.”। ଅର୍ଥାତ୍ “ଦୁଇଟି ହୃଦୟ, ଗୋଟିଏ ପ୍ରେମ। ମେଗା ପ୍ରିନ୍ସ ବରୁଣ ତେଜ ଏବଂ ଲାଭନ୍ୟା ତ୍ରିପାଠୀଙ୍କୁ ଅଭିନନ୍ଦନ।ଏକତ୍ର ଜୀବନସାରା ସୁଖରେ ରହିବାକୁ ଶୁଭ କାମନା। ନିର୍ବନ୍ଧ: ୯ ଜୁନ୍, ୨୦୨୩ ।”

 

View this post on Instagram

 

A post shared by Varun Tej Konidela (@varunkonidela7)

ବରୁଣ ତେଜ ଅଭିନେତା-ନିର୍ମାତା ନାଗେନ୍ଦ୍ର ବାବୁଙ୍କ ପୁଅ। ସେ ଚିରଞ୍ଜୀବ ଏବଂ ପୱନ କଲ୍ୟାଣଙ୍କ ଭଣଜା  । ୨୦୧୨ ଚଳଚ୍ଚିତ୍ର ଆଣ୍ଡାଲା ରାକ୍ଷସୀ ମାଧ୍ୟମରେ ଲାଭନ୍ୟା ତ୍ରିପାଠୀ ତେଲୁଗୁ ସିନେମାରେ ପ୍ରବେଶ କରିଥିଲେ । ନିଜର ନିଖୁଣ କଳା ପାଇଁ ସେ ଖୁବ୍ ଶୀଘ୍ର ଦର୍ଶକଙ୍କର ନିକଟର ହୋଇପାରିଥିଲେ । ବରୁଣ ତେଜ ବି ନିଜର ଅଭିନୟ ପାଇଁ ବେଶ୍ ଜଣାଜଣା ।

ଖବର ମୁତାବକ ଏହି ଲଭ୍ ବାର୍ଡ ୨୦୧୭ମସିହାରେ ଚଳଚ୍ଚିତ୍ର ମିଷ୍ଟରର ସେଟରେ ସାକ୍ଷାତ ହୋଇଥିଲେ । ଉଭୟ ଉଭୟଙ୍କ ସହ କିଛି ସମୟ ଅତିବାହାତ କରିବାପରେ ଶେଷରେ ଉଭୟଙ୍କ ଭିତରେ ପ୍ରେମ ହୋଇଯାଇଥିଲା  । ବର୍ତ୍ତମାନ ଉଭୟ ନିଜ ଭଲପାଇବାକୁ ଆହୁରି ମଜବୁତ୍ କରିବାକୁ ଆଶା ନେଇ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.