କାର୍ତ୍ତିକ ଆର୍ଯ୍ଯନଙ୍କର ଲାଗିଲା ଲଟେରୀ, ବାସୁ ଭାଗନାନୀଙ୍କ ତରଫରୁ ମିଳିଲା ୩ଟି ଫିଲ୍ମ ଡିଲ୍

କାର୍ତ୍ତିକ ଆର୍ଯ୍ଯନ ଧୀରେ ଧୀରେ ଇଣ୍ଡଷ୍ଟ୍ରୀରେ ନିଜର ଜାଗା କାଏମ କରିସାରିଲେଣି। କରନ ଜୋହରଙ୍କ ଫିଲ୍ମରୁ କାର୍ତ୍ତିକକୁ ବାହାର କରିଥିବା ନେଇ ଚର୍ଚ୍ଚାରେ ରହିଥିଲେ। ଏବେ କାର୍ତ୍ତିକଙ୍କ ଲଟେରୀ ଲାଗିଯାଇଛି।
ଏବେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଡିମାଣ୍ଡ ଏବେ ବଢ଼ିଯାଇଛି। ତାଙ୍କୁ ପ୍ରଯୋଜକ ବାସୁ ଭଗନାନୀ ଏକାଥରରେ ୩ଟି ଫିଲ୍ମ ଅଫର ଦେଇଛନ୍ତି। ତେବେ କାର୍ତ୍ତିକ ଏହି ଅଫର ଗ୍ରହଣ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନି।

ପୂର୍ବରୁ କରନ ଜୋହର ତାଙ୍କ ଫିଲ୍ମ ‘ଦୋସ୍ତାନା ୨’ରୁ ବାହାର କରି ଦେଇଥିଲେ। ଏହାପରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚା ଯାଉଥିବା ଆଶଙ୍କା କରାଯାଇଥିଲା। ଏବେ କାର୍ତ୍ତିକଙ୍କ ହାତରେ ଧମାକା, ଭୁଲ ଭୁଲେୟା, ଫ୍ରେଡୀ, ଅଲ୍ଲାବୈକୁଣ୍ଠପୁରମଲୋରର ହିନ୍ଦୀ ରିମେକ ଫିଲ୍ମ ରହିଛି। ପ୍ୟାର କା ପଞ୍ଚନାମା ଫିଲ୍ମ ମାଧ୍ୟମରେ କାର୍ତ୍ତିକ ବଲିଉଡରେ ଚର୍ଚ୍ଚାକୁ ଆସିଥିଲେ।

Leave A Reply

Your email address will not be published.