ମନୋରଂଜନ

ଆଜି ରାଘବ ପରିଣୀତି ନିର୍ବନ୍ଧ, ଦିଲ୍ଲୀ କପୁରଥାଲା ହାଉସରେ ଗ୍ରାଣ୍ଡ ଇଭେଣ୍ଟ

କେନ୍ୟୁଜ୍‌(ବ୍ୟୁରୋ): ସଜେଇ ହୋଇଛି ଦିଲ୍ଲୀ କପୁରଥାଲା ହାଉସ । ଆଖି ଝଲସେଇ ଦେଲା ଭଳି ସାଜସଜ୍ଜା । ଏହାସହ ପରିନୀତିଙ୍କ ମୁମ୍ବାଇ ଘର ମଧ୍ୟ ସୁନ୍ଦର ଆଲୋକମାଲାରେ ସଜା ହୋଇଥିବା ଦେଖିବାକୁ ମିଳିଛି । ଆଜି ପାରମ୍ପରିକ ରୀତିନୀତି ଅନୁସାରେ ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରା ଓ ଆମ ଆଦମୀ ପାର୍ଟି ନେତା ରାଘବ ଚଡ୍ଡାଙ୍କ ନିର୍ବନ୍ଧ ହେବାକୁ ଯାଉଛି । ଏଥିପାଇଁ ଦିଲ୍ଲୀ ସ୍ଥିତ କପୁରଥାଲା ହାଉସ ପୁରା ପ୍ରସ୍ତୁତ ହୋଇ ରହିଛି । ସଞ୍ଜ ନଇଲେ ଏଇଠି ହେବ ଗ୍ରାଣ୍ଡ ଇଭେଣ୍ଡ । ପରସ୍ପରର ଜୀବନସାଥୀ ହେବାକୁ କଥାଦେବେ ଉଭୟ ନେତା ଓ ଅଭିନେତ୍ରୀ ।

ଆଜି ନୂଆଦିଲ୍ଲୀ ସ୍ଥିତ କପୁରଥାଲ ହାଉସରେ ଉଭୟଙ୍କ ନିର୍ବନ୍ଧ ହେବାକୁ ଯାଉଛି । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଉଭୟଙ୍କ ପରିବାର ସମେତ ଅତିଥି ଏଥିପାଇଁ ଉତ୍ସାହିତ ହୋଇ ସେହି ମୁହୁର୍ତ୍ତକୁ ଅପେକ୍ଷା କରିଛନ୍ତି । ଆଜି ସଂଧ୍ୟା ୫ଟା ବେଳକୁ ଏହି ସେରିମୋନୀ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଚଡ୍ଡା ପରିବାର ଓ ଚୋପ୍ରା ପରିବାର ପୁରା ପ୍ରସ୍ତୁତ ହୋଇ ଅଛନ୍ତି । ଶିଖ୍‌ ପରମ୍ପରା ଅନୁସାରେ ସୁବୁକିଛି ଆଗେଇବ । ଶିଖ୍‌ ଧର୍ମର ପାରମ୍ପରିକ ପ୍ରଥା ଅନୁସାରେ ନିର୍ବନ୍ଧ ସମାପନ ହେବ ।

ଏଭି ଇଭେଣ୍ଟଟି ବଲିଉଡ ଥିମରେ ହେବାକୁ ଯାଉଛି । ତାଙ୍କ ପରିବାରର ପ୍ରାୟ ୧୫୦ଜଣ ଲୋକ ଏଥିରେ ସାମିଲ ହେବାକୁ ଯାଉଛନ୍ତି । ଏହାସହ ଏଥିରେ ଉଭୟଙ୍କ କିଛି ଘନିଷ୍ଠ ବନ୍ଧୁ ସାମିଲ ହେବାର ସୂଚନା ମିଳିଛି । ଏହି ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୋଓ୍ଵାନ୍ତ ମନ ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହାସହ ବଲିଉଡ ତଥା ସିନେମା ଜଗତ ଅନେକ ସାମିଲ ହୋଇ ପାରନ୍ତି । ସେହିପରି ଏହି ଇଭେଣ୍ଟରେ ହେବିେଓ୍ଵଟ ନେତାଙ୍କୁ ମଧ୍ୟ ଦେଖିବାକୁ ମିଳିପାରେ ।

ଏହି ନିର୍ବନ୍ଧ ଉତ୍ସବରେ ରାଘବ ପଓ୍ଵନ ସୁକଦେବ ଡିଜାଇନ କରିଥିବା ଏକ ଲଙ୍ଗ କୁର୍ତ୍ତା ପିନ୍ଧିବାକୁ ଯାଉଛନ୍ତି । ସେହିପରି ପରିଣିତି ମନୀଷ ମାଲହୋତ୍ରା ଡିଜାଇନ କରିଥିବା ଡ୍ରେସ ପିନ୍ଧିବେ । କହିବାକୁ ଗଲେ ଏକ ଗ୍ରାଣ୍ଡ ଇଭେଣ୍ଟ ମାଧ୍ୟମରେ ଉଭୟ ଉଭୟଙ୍କ ହାତ ଧରିବାକୁ ଯାଉଛନ୍ତି । ପରିଣିତି ଓ ରାଘବ ଉଭୟ ଲଣ୍ଡନ ସ୍କୁଲ ଅଫ ଇକୋନୋମିସ୍କରେ ଏକାଠି ପାଠ ପଢୁଥିଲେ । ସେମାନେ ଦୀର୍ଘଦିନରୁ ଉଭୟଙ୍କ ବନ୍ଧୁ ଥିଲେ । ଉଭୟ ସାଙ୍ଗ ଆଜି ଉଭୟଙ୍କ ହାତ ଧିରିବାର ସପଥ ନେବାକୁ ଯାଉଛନ୍ତି । ଆମ ତରଫରୁ ମଧ୍ୟ ଉଭୟଙ୍କୁ ଅନେକ ଅନେକ ଶୁଭେଚ୍ଛା ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

5 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

6 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

6 hours ago