ଗତକାଲି ମୁମ୍ବାଇରେ ଆୟୋଜିତ ହୋଇଥିବା ଜରୀନ ଖାନଙ୍କ ପ୍ରାର୍ଥନା ସଭାରେ ନଜର ଆସିଲେ ବଲିଉଡର ଦିଗଜ ଅଭିନେତା ଜିତେନ୍ଦ୍ର । ସେହି ସଭାରେ ତାଙ୍କ ସହ ଏକ ଛୋଟ ଦୁର୍ଘଟଣା ଘଟିଥିଲା । କିନ୍ତୁ ବିଶେଷ କ୍ଷତି ହୋଇନଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ଜରୀନ ଖାନଙ୍କ ପ୍ରାର୍ଥନା ସଭାରେ ଏଣ୍ଟ୍ରି କରୁଥିବା ସମୟରେ ଅଭିନେତା ଜିତେନ୍ଦ୍ର ଭାରସାମ୍ୟ ହରାଇ ହଠାତ୍ ପଡିଯାଇଥିଲେ । ତାଙ୍କୁ ପଡିଯାଇଥିବାର ଦେଖି ତୁରନ୍ତ ସ୍ଥାନୀୟ ଲୋକେ ଜିତେନ୍ଦ୍ରଙ୍କୁ ଉଠିବାରେ ସାହାଯ୍ୟ କରିଥିଲେ । ସୌଭାଗ୍ୟବସତଃ ଜିତେନ୍ଦ୍ରଙ୍କ ବିଶେଷ କ୍ଷୟକ୍ଷତି ହୋଇ ନଥିଲା ବୋଲି ସ୍ପଷ୍ଟ ହୋଇଛି । କିନ୍ତୁ ଜିତେନ୍ଦ୍ର ଏସବୁ ଘଟଣାକୁ ଧ୍ୟାନ ନଦେଇ ହସି ହସି ପୁଣି ଉଠିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋର ଧରିଛି ।
ଏହାରି ମଧ୍ୟରେ ଜିତେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ତାଙ୍କ ପ୍ରଶଂସକମାନେ ବ୍ୟସ୍ତ ହୋଇ ଉଠିଛନ୍ତି । ଏଥିସହ ଅଭିନେତାଙ୍କ ସୁସ୍ଥତା କାମନା ମଧ୍ୟ ପ୍ରଶଂସକମାନେ କରିଛନ୍ତି ।
Also Read : ଦିଲ୍ଲୀ ବିସ୍ଫୋରଣକୁ ନେଇ ବଲିଉଡ ଜଗତ ସ୍ତବ୍ଧ, ଶୋକ ପ୍ରକାଶ କଲେ ସେଲିବ୍ରିଟି