ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଅବସ୍ଥା ସଙ୍କଟାପନ୍ନ, ୧୫ ଦିନ ହେବ ହସ୍ପିଟାଲରେ ଭର୍ତ୍ତି

ବଲିଉଡ୍ର ଭେଟେରାନ ଅଭିନେତା ବିକ୍ରମ ଗୋଖଲେ ଗତ ୧୫ ଦିନ ହେବ ପୁଣେର ଦୀନାନାଥ ମଙ୍ଗେଶକର ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ରିପୋର୍ଟ ମୁତାବକ, ଅଭିନେତା ପୁଣେରେ ନିଜ ପତ୍ନୀଙ୍କ ସହ ରୁହନ୍ତି। ଯଦିଓ ବିକ୍ରମ ଗୋଖଲେଙ୍କ ପରିବାର ତରଫରୁ ଏ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ଅଫିସିଆଲ ବୟାନ ସାମ୍ନାକୁ ଆସିନାହିଁ।
ଅଭିନେତା ସଞ୍ଜୟ ଲୀଳା ଭଂସାଲୀଙ୍କ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବାପାଙ୍କ ଭୂମିକାରେ ଅଭିନୟ କରିଥିଲେ। ସେ ଭୁଲ୍ ଭୁଲୈୟା, ଦିଲ୍ ସେ, ଦେ ଦନାଦନ, ହିଚକୀ, ନିକମ୍ମା ଓ ମିଶନ ମଙ୍ଗଲ ଭଳି ଅନେକ ବଲିଉଡ୍ ହିଟ୍ ଫିଲ୍ମରେ ଜବରଦସ୍ତ ଅଭିନୟ କରିଛନ୍ତି।