ପ୍ରଖ୍ୟାତ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ, ଦୀର୍ଘଦିନରୁ ଭେଣ୍ଟିଲେଟରରେ ହେଉଥିଲେ ଚିକିତ୍ସିତ

ଭେଟେରାନ କଳାକାର ବିକ୍ରମ ଗୋଖଲେଙ୍କ ପରଲୋକ । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନରୁ ଅସୁସ୍ଥ ହୋଇ ପୁନେ ସ୍ଥିତି ହସପିଟାଲରେ ଭେଣ୍ଟିଲେଟରରେ ରଖାଯାଇଛି। ବିକ୍ରମଙ୍କର ମଲ୍ଟିଅର୍ଗାନ ଫେଲିଅର ହେବା ଯୋଗୁଁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ବହୁ ପରିଶ୍ରମ ପରେ ବି ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ଆଜି ସନ୍ଧ୍ୟା ୪ଟାରେ ତାଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ କରାଯିବ । ବିକ୍ରମ ଗୋଖଲେଙ୍କ ମୃତ୍ୟୁ ଖବର ଶୁଣି ଶୋକର ଛାୟା ଖେଳିଯାଇଛି।
ଗତକାଲି ଅଭିନେତାଙ୍କର ଜଣେ ବନ୍ଧୁ ରାଜେଶ ଦାମଲେ କହିଥିଲେ, ବିକ୍ରମ ଗୋଖଲଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିଲା । ଡାକ୍ତର ନିଜ ତରଫରୁ ସମସ୍ତ ଚେଷ୍ଟା ଜାରି ରଖିଥିଲେ । ଡାକ୍ତରଙ୍କ କହିବାନୁଯାୟୀ, ତାଙ୍କ ଶରୀର ଏବେ କୌଣସି ଚିକିତ୍ସାକୁ ଗ୍ରହଣ କରୁନାହିଁ। ଗତ ୨୪ ଘଣ୍ଟା ହେଲାଣି ଜୀବନ ସହିତ ଯୁଦ୍ଧ କରୁଥିଲେ। ମଲ୍ଟିଅର୍ଗାନ ଫେଲିଅର ହେବା ଯୋଗୁଁ ଭେଣ୍ଟିଲେଟରରେ ରହିଥିଲେ। ଡାକ୍ତର ସମସ୍ତ ପ୍ରକାରର ଚେଷ୍ଟା ବଞ୍ଚାଇ ପାରିଲେ ନାହିଁ।
Veteran Actor #VikramGokhale passes away in Pune
Track latest updates – https://t.co/KrCcwcZzgC
(ANI) pic.twitter.com/qScGJaa9zO
— Hindustan Times (@htTweets) November 26, 2022
ସୂଚନାଯୋଗ୍ୟ, ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ରଖାଯାଇଥିଲା । ହେଲେ ଗତ ୪ ଦିନ ତଳୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଗୁଜବ ପ୍ରଚାରିତ ହୋଇଥିଲା। ଯେଉଁଥିପାଇଁ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଉ ଏହି ଖବରକୁ ଖଣ୍ଡନ କରି ଏକ ଷ୍ଟେଟମେଣ୍ଟ ଜାରି କରିଥିଲେ ତାଙ୍କ ଝିଅ। ଏନେଇ ତାଙ୍କ ଝିଅ ନେହା କହିଥିଲେ ଯେ, ବିକ୍ରମ ଗୋଖଲେ କୋମାରେ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଏବଂ ତାଙ୍କ ମୃତ୍ୟୁ ଖବର ଏକ ଗୁଜବ। ଏଠାରେ, ଗୋଖଲେଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଅନେକ ସେଲିବ୍ରେଟ୍ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଥିଲେ।
ବିକ୍ରମ ଗୋଖଲେ ୨୬ ବର୍ଷ ବୟସରେ ୧୯୭୧ରେ ଅଭିତାଭ ବଚ୍ଚନଙ୍କ ସହିତ ଫିଲ୍ମ ‘ପରଓ୍ଵାନା’ରେ କ୍ୟାରିଅର ଆରମ୍ଭ କରିଥିଲେ । ୪୦ ବର୍ଷରୁ ଅଧିକ ସମୟ କ୍ୟାରିଅରରେ ଗୋଖଲେ ମରାଠୀ, ବଲିଉଡ ଫିଲ୍ମରେ କାମ କରିଛନ୍ତି। ୧୯୯୦ରେ ଅଗ୍ନିପଥ, ୧୯୯ରେ ସଞ୍ଜୟ ଲୀଳା ଭଂସାଲୀଙ୍କ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବାପାଙ୍କ ଭୂମିକାରେ ଅଭିନୟ କରିଥିଲେ। ସେ ଭୁଲ୍ ଭୁଲୈୟା, ଦିଲ୍ ସେ, ଦେ ଦନାଦନ, ହିଚକୀ, ନିକମ୍ମା ଓ ମିଶନ ମଙ୍ଗଲ ଭଳି ଅନେକ ବଲିଉଡ୍ ହିଟ୍ ଫିଲ୍ମରେ ଜବରଦସ୍ତ ଅଭିନୟ କରିଛନ୍ତି।