ପ୍ରସିଦ୍ଧ ବଙ୍ଗାଳି ଅଭିନେତା ଦେବରାଜ ରାୟଙ୍କ ନିଧନ, ସିନେମା ଜଗତରେ ଶୋକ

ଆଉ ନାହାନ୍ତି ବର୍ଷୀୟାନ ବଙ୍ଗାଳି ଅଭିନେତା ଦେବରାଜ ରାୟ । ଗୁରୁବାର ରାତିରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଅନେକ ମାସ ଧରି ଗମ୍ଭୀର ରୋଗରେ ପୀଡ଼ିତ ରହିବା ପରେ ଶେଷରେ ସେ ଆଖି ବୁଜିଛନ୍ତି । ରାୟଙ୍କ ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇପଡ଼ିଥିଲା । ଅଭିନେତାଙ୍କୁ ୬୯ ବର୍ଷ ହୋଇଥିଲା ।
ରିପୋର୍ଟ ମୁତାବକ, ଦେବରାଜ ରାୟଙ୍କୁ କିଛି ମାସ ତଳେ ବ୍ରେନ୍ ଷ୍ଟ୍ରୋକ୍ ମଧ୍ୟ ଆସିଥିଲା ଏବଂ ସେ ନ୍ୟୁରୋଲୋଜିକାଲ ସମସ୍ୟାରେ ପୀଡ଼ିତ ଥିଲେ ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିନେତା ଦେବରାଜ ରାୟଙ୍କ ନିଧନରେ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ସଦସ୍ୟ ଏବଂ ବନ୍ଧୁଙ୍କ ପ୍ରତି ନିଜର ସମବେଦନା ବ୍ୟକ୍ତ କରିଛନ୍ତି ।
Saddened by the demise of actor Debraj Roy. An actor who made our eminent directors proud, he was also a popular news reader on Doordarshan. I knew him well as a good man from Bhawanipore and feeling very sad by this loss.
My condolences to his family members and friends. Our…
— Mamata Banerjee (@MamataOfficial) October 17, 2024