ସୁସ୍ଥହୋଇ ଘରକୁ ଫେରିଲେ ବଲିଉଡର ବର୍ଷିୟାନ କଳାକାର ଧର୍ମେନ୍ଦ୍ର, ପ୍ରଶଂସକଙ୍କୁ କହିଲେ ସବୁ ଜିନିଷ ଅତିରୁ ଇତି ହୋଇଥାଏ

କେନ୍ୟୁଜ୍(ବ୍ୟୁରୋ): ହସ୍ପିଟାଲରୁ ଘରକୁ ଫେରିଲେ ବଲିଉଡର ବର୍ଷିୟାନ କଳାକାର ଧର୍ମେନ୍ଦ୍ର । ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୮୬ ବର୍ଷୀୟ ଧର୍ମେନ୍ଦ୍ର ସୁସ୍ଥ ହୋଇଯିବା ପରେ ଏକ ଭିଡିଓ ଜରିଆରେ ପ୍ରଶଂସକଙ୍କୁ ଏକ ବାର୍ତ୍ତା ଦେଇଛନ୍ତି । ଅତିରୁ ଇତି ହୋଇଥାଏ ବୋଲି କହି କେଉଁ ବି କାମକୁ ଅଧିକ ନକରିବାକୁ ସେ କହିଛନ୍ତି ।

ଅତିରିକ୍ତ ବ୍ୟାୟାମ ହେତୁ ତାଙ୍କର ଅଣ୍ଟା ବେମାରୀ ବାହାରିଥିବା କଥା ସେ ପ୍ରଶଂସକଙ୍କୁ ଜଣାଇଛନ୍ତି । ପ୍ରଶଂସକମାନଙ୍କ ଭଲପାଇବା ପାଇଁ ସେ ଏବେ ପୂରା ଠିକ୍‌ ଅଛନ୍ତି ବୋଲି ମଧ୍ୟ କହିଛନ୍ତି । ଏଥିସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯେଉଁ ଗୁଜବ ପ୍ରଚାର ହେଉଛି ତାଠାରୁ ଦୂରେଇ ରହିବାକୁ ସେ ତାଙ୍କ ଫ୍ୟାନ୍ସଙ୍କୁ ଅପିଲ୍‌ କରିଛନ୍ତି ।

ଧର୍ମେନ୍ଦ୍ରଙ୍କ ପତ୍ନୀ ହେମାମାଲିନୀ ବି ଟ୍ଵିଟ୍‌ କରି ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଓ ସେ ଏବେ ଘରକୁ ଫେରିଥିବା ସୂଚନା ଦେଇଛନ୍ତି । ଏହା ସହ ଫ୍ୟାନ୍ସଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଆଜି ହେଉଛି ଧର୍ମେନ୍ଦ୍ର ଓ ହେମାମାଲିନୀଙ୍କ ବିବାହ ବାର୍ଷିକୀ । ହେମା ଓ ଧର୍ମେନ୍ଦ୍ର ହେଉଛନ୍ତି ବଲିଉଡର ଭେଟେରାନ୍‌ ଯୋଡି । ସେମାନଙ୍କ ବିବାହକୁ ପୁରିଛି ୪୨ବର୍ଷ । ଏହି ଖାସ୍‌ ଦିନରେ ଉଭୟଙ୍କୁ ଚାରିଆଡୁ ଶୁଭେଚ୍ଛା ଛୁଟୁଛି ।

Leave A Reply

Your email address will not be published.