ତବସୁମଙ୍କ ଶେଷ ଇଚ୍ଛା ହେଲା ପୂର୍ଣ୍ଣ, ମା’ର କଥା ରଖି ମରିବାର ୨ ଦିନ ଯାଏଁ କାହାକୁ କହିନଥିଲେ ପୁଅ

ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ ‘ଫୁଲ ଖିଲେ ହେଁ ଗୁଲସନ ଗୁଲସନ’କୁ ୨୦ ବର୍ଷ ଧରି ହୋଷ୍ଟ କରିଥିବା ବଲିଉଡର ଅଭିନେତ୍ରୀ ତବସୁମଙ୍କ ପରଲୋକ ହୋଇଛି । ତବସୁମ ୭୮ ବର୍ଷ ବୟସରେ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି । ଖବର ଅନୁଯାୟୀ, ତବସୁମଙ୍କର ହୃଦଘାତ ହୋଇଥିଲା । ଯେଉଁଥିପାଇଁ ତାଙ୍କୁ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତବସୁମଙ୍କ ମୃତ୍ୟୁ ଖବରରେ ବଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି ।

ତବସୁମଙ୍କ ନିଧନ ଖବର ଶୁଣିବା ପରେ କେବଳ ବଲିଉଡ ନୁହେଁ ବରଂ ତାଙ୍କ ଫ୍ୟାନ୍ସ ମଧ୍ୟ ଅଭିନେତ୍ରୀଙ୍କ ପୁରୁଣା ଶୋ ଏବଂ ସିନେମାରେ ତାଙ୍କର ଅବଦାନକୁ ମନେ ପକାଇ ଭାବପ୍ରବଣ ହେଉଛନ୍ତି । ଗତ କିଛିଦିନ ହେଲାଣି ତବସୁମ ଗ୍ୟାଷ୍ଟ୍ରୋଇନଣ୍ଟାଇଲ ସମସ୍ୟାରେ ପୀଡିତ ଥିଲେ। ତେବେ ତାଙ୍କ ଶେଷ ଇଚ୍ଛା ଥିଲା କି, ଅନ୍ତିମ ଯାତ୍ରା ଶାନ୍ତିପୂର୍ଣ୍ଣ ହେଉ। ତେଣୁ ମରିବା ପରେ ଅତି କମରେ ୨ ଦିନ ଯାଏ କେହି ଜାଣନ୍ତୁ ନାହିଁ ବୋଲି ଶେଷ ଇଚ୍ଛା କରିଥିଲେ ଅଭିନେତ୍ରୀ । ତବସୁମ ଶୁକ୍ରବାର ରାତି ୮.୪୦ରେ ମୃତ୍ୟୁବରଣ କରିଥିଲେ।

ତବସୁମ ଶିଶୁ ଅଭିନେତ୍ରୀ ଭାବରେ ବଲିଉଡରେ ପ୍ରବେଶ କରିଥିଲେ । ତବସୁମଙ୍କ ପ୍ରଥମ ଫିଲ୍ମ ମେରା ସୁହାଗ ୧୯୪୭ ମସିହାରେ ରିଲିଜ ହୋଇଥିଲା। ଏହା ପରେ ‘ମଜଧାର’, ‘ବଡ଼ି ବେହେନ’, ‘ଦିଦାର’ ଏବଂ ‘ବୈଜୁ ବାୱାରା’ ସାମିଲ ଥିଲା । ତବସୁମଙ୍କ ବିବାହ ଲୋକପ୍ରିୟ ଟିଭି ଷ୍ଟାର ଅରୁଣ ଗୋବିଲଙ୍କ ଭାଇ ବିଜୟ ଗୋବିଲଙ୍କ ସହିତ ହୋଇଥିଲା।

ଲୋକପ୍ରିୟ ଶୋ ‘ଫୁଲ ଖିଲେ ହେଁ ଗୁଲସନ ଗୁଲସନ’କୁ ୨୦ ବର୍ଷ ଧରି ହୋଷ୍ଟ କରିଥିଲେ ।  ଏହି ଟକ୍ ସୋ ବହୁତ ପ୍ରସିଦ୍ଧ ହୋଇଥିଲା, ଯାହାର ନାମ ‘ଫୁଲ୍ ଖିଲେ ହେଁ ଗୁଲଶନ୍ ଗୁଲଶନ୍’ । ଏହି ଟକ୍ ସୋ ୧୯୭୨ ରୁ ୧୯୯୩ ପର୍ଯ୍ୟନ୍ତ ପ୍ରାୟ ୨୧ ବର୍ଷ ଧରି ଟେଲିଭିଜନରେ ପ୍ରସାରିତ ହୋଇଥିଲା । ଅନେକ ବଲିଉଡ ତାରକା ଏହି ଟକ୍ ସୋରେ ଯୋଗଦେଇ ସେମାନଙ୍କ ଜୀବନ ବିଷୟରେ ଅନେକ ଖୁଲାସା କରିଥିଲେ । ଏହି ଶୋ ପରେ, ତବସୁମ ୧୯୮୫ ମସିହାରେ ପ୍ରଥମ ଚଳଚ୍ଚିତ୍ର ଲେଖିଥିଲେ, ଯାହାର ନାମ ‘ତୁମ ପର ହମ କୁର୍ବାନ’ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.