ଭିକି ଡୋନରର ଷ୍ଟାର ଭୂପେଶ ପାଣ୍ଡ୍ୟାଙ୍କ ନିଧନ, ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଯୁଝୁଥିଲେ

ଆରପାରିରେ ବଲିଉଡ୍‌ ଅଭିନେତା ଭୂପେଶ ପାଣ୍ଡ୍ୟ। ଦୀର୍ଘଦିନ ଧରି ଫୁସ୍‌ଫୁସ୍‌ କର୍କଟ ରୋଗ ସହ ଲଢ଼ିବା ପରେ ଆଜି ଭୂପେଶ ଆଖି ବୁଜିଛନ୍ତି। ଆୟୁଷ୍ମାନ୍‌ ଖୁରାନାଙ୍କ ପ୍ରଥମ ଫିଲ୍ମ ‘ଭିକି ଡୋନର’ରେ ଭୂପେଶ ଅଭିନୟ କରିଥିଲେ। ଉକ୍ତ ଫିଲ୍ମ ପାଇଁ ତାଙ୍କୁ ବହୁ ପ୍ରଂଶସା ମିଳିଥିଲା। ଭୂପେଶ ଜାତୀୟ ନାଟ୍ୟ ବିଦ୍ୟାଳୟ(ଏନ୍‌ଏସ୍‌ଡି)ର ପୂର୍ବତନ ଛାତ୍ର ଥିଲେ।

ଏନ୍‌ଏସ୍‌ଡିର ଅଫିସିଆଲ ଟ୍ଵିଟରରେ ଭୂପେଶଙ୍କ ନିଧନର ସୂଚନା ଦିଆଯାଇଛି।


ଭୂପେଶଙ୍କ ବିୟୋଗରେ ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ଓ ଗଜରାଜ ରାଓଙ୍କ ସମେତ ଅନେକ କଳାକାର ଟ୍ଵିଟ୍‌ କରି ଶୋକବ୍ୟକ୍ତ କରିଛନ୍ତି।


ନିକଟରେ ଏହି ଦୁଇ ଷ୍ଟାର ଭୂପେଶଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରୁଥିଲେ। ସୂଚନାଯୋଗ୍ୟ ଯେ ଭୂପେଶ ଫିଲ୍ମ ବ୍ୟତୀତ ଅନ୍ୟ ୱେବ୍‌ସିରିଜ୍‌ରେ ବି କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.