ରାଜା ମାନସିଂହ ଏବଂ ରାଣୀ ପଦ୍ମାବତୀଙ୍କ ରୁମ୍‌ରେ ରହିବେ ବିକ୍କି ଓ କ୍ୟାଟ୍ରିନା, ଜାଣନ୍ତୁ ଦିନକୁ କେତେ ରହିଛି ଭଡ଼ା

ବଲିଉଡ ଷ୍ଟାର ବିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହ ପାଇଁ ଖୁବ୍ଶୀଘ୍ର ହେବାକୁ ଯାଉଛି। ବିବାହ ପାଇଁ କମ୍ ସମୟ ବାକି ଥିବାରୁ ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟ ଜୋରଦାର ଚାଲିଛି। ଦୁହେଁ ବିବାହକୁ ନେଇ ବେଶ୍‌ ବ୍ୟସ୍ତ ରହିଛନ୍ତି। ସେମାନେ ଡିସେମ୍ବର ୯ ରେ ରାଜସ୍ଥାନର ସୱାଇ ମାଧୋପୁରର ରିସୋର୍ଟର ସିକ୍ସ ସେନ୍ସ ଫୋର୍ଟ ବରୱାରାରେ ବିବାହ କରିବେ। ସଂଗୀତ ଏବଂ ମେହେନ୍ଦୀ ଡିସେମ୍ବର ୭- ୮ ରେ ଅନୁଷ୍ଠିତ ହେବ । ତେଣୁ ଏହାର ଆଖପାଖରେ ଥିବା ୪୫ ହୋଟେଲ ମଧ୍ୟ ବୁକ୍‌ ହୋଇସାରିଲାଣି। ଏହା ମଧ୍ୟରେ ଯେଉଁ ଖବର ସାମ୍ନାକୁ ଆସିଛି, ତାହା ଜାଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ।

କ୍ୟାଟ୍ରିନା ଏବଂ ବିକ୍କି ତାଙ୍କ ବିବାହ ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି। ୭୦୦ ବର୍ଷ ପୁରୁଣା ସୱାଇ ମାଧୋପୁର ଦୁର୍ଗରେ ଗୋଟିଏ ରାତି ପାଇଁ ଭଡା ପ୍ରାୟ ୭୭,୦୦୦ ଟଙ୍କା । କିନ୍ତୁ ଏହି ହୋଟେଲରେ କ୍ୟାଟ୍ରିନା ଏବଂ ବିକ୍କିଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁଇଟ୍ ମଧ୍ୟ ବୁକ୍ କରାଯାଇଛି।

resorts
PC: Fresherslive

ହୋଟେଲ ରାଜା ମାନସିଂହ ଏବଂ ରାଣୀ ପଦ୍ମାବତୀଙ୍କ ସବୁଠାରୁ ମହଙ୍ଗା ସୁଇଟ୍ ଉଭୟଙ୍କ ପାଇଁ ବୁକ୍ ହୋଇଛି। ଏହି ସୁଇଟ୍‌ର ଗୋଟିଏ ରାତିର ଭଡା ୭ ଲକ୍ଷ ଟଙ୍କା, ଅର୍ଥାତ୍ ଉଭୟ ରୁମର ମୂଲ୍ୟ ୧୪ ଲକ୍ଷ, ତାହା ପୁଣି ଗୋଟିଏ ରାତି ପାଇଁ। ବିକ୍କି ରାଜା ମାନସିଂହ ଏବଂ କ୍ୟାଟ୍ରିନା ରାଣୀ ପଦ୍ମାବତୀ ସୁଇଟରେ ରହିବେ। ହୁଏତ ଆପଣ ଏହି ଦାମ୍‌ରେ ଦୁଇ ଦୁଇଟି କାର ମଧ୍ୟ କିଣିପାରିବେ।

ଏହି ଦୁଇଟି କୋଠରୀର ବିଶେଷତ୍ୱ ହେଉଛି ଯେ, ସେଠାରେ ଗାର୍ଡେନ୍ ସହିତ ସୁଇମିଂ ପୁଲର ସୁବିଧା ଅଛି। ଉଭୟଙ୍କ କୋଠରୀରୁ ଅରାବଳୀ ପାହାଡର ସୁନ୍ଦର ଦୃଶ୍ୟ ଦେଖାଯାଏ। ଏହି ଦୁଇ ଷ୍ଟାରଙ୍କ ପାଇଁ ଏଠିକାର ସିକ୍ୟୁରିଟି ମଧ୍ୟ ବଢାଇଦିଆଯାଇଛି। ବିନା ଅନୁମତିରେ କାହାକୁ ପ୍ରବେଶ କରିବାକୁ ଦିଆଯିବନାହିଁ।

Leave A Reply

Your email address will not be published.