ଜୟପୁର ରୟାଲ ୱେଡିଂକୁ ଯିବା ପୂର୍ବରୁ ବାହା ହୋଇଯିବେ ବିକ୍କି ଓ କ୍ୟାଟ୍ରିନା ! ସିକ୍ରେଟ ପ୍ଲାନ୍‌ ହେଲା ଲିକ୍‌

ବଲିଉଡରେ ଏବେ ବିବାହ ଋତୁ ଚାଲିଛି। ରାଜକୁମାର ରାଓ ଓ ପତ୍ରଲେଖାଙ୍କ ବିବାହ ପରେ ଏବେ କ୍ୟାଟ୍ରିନା ଏବଂ ବିକ୍କିଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି। ଦୁହିଁଙ୍କ ବିବାହ ଦିନ ଯେତେ ପାଖେଇ ଆସୁଛି ଖବରକୁ ନେଇ ସେତେ ନୂଆ ଅପଡେଟ୍ ଆସୁଛି । ଦୁହେଁ ଜୟପୁରରେ ଗ୍ରାଣ୍ଡ ଅନ୍ଦାଜରେ ବିବାହ କରିବେ। କିନ୍ତୁ ଏହା ମଧ୍ୟରେ ଖବର ଶୁଣିବାକୁ ମିଳୁଛି ଯେ, ଏହି ଗ୍ରାଣ୍ଡ ବିବାହ ପୂର୍ବରୁ ବିକ୍କି ଏବଂ କ୍ୟାଟ୍‌ ବିବାହ କରିନେବେ। ଆଉ ଦୁହେଁ ରାଜସ୍ଥାନ ଯିବା ପୂର୍ବରୁ ବିବାହ କରିବେ। ଉଭୟ ଆସନ୍ତା ସପ୍ତାହରେ ମୁମ୍ବାଇରେ କୋର୍ଟ ବିବାହ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ଉଭୟ ପ୍ରଥମେ ନଭେମ୍ବରର ଶେଷ ସପ୍ତାହରେ ମୁମ୍ବାଇରେ କୋର୍ଟ ବିବାହ କରିବେ ଏବଂ ପରେ ରାଜସ୍ଥାନରେ ରୟାଲ ୱେଡିଂକୁ ଯିବେ। ଉଭୟଙ୍କ ଟିମ୍‌ ଗତ କିଛି ଦିନ ହେବ ରାଜସ୍ଥାନରେ ବିବାହ ପ୍ରସ୍ତୁତିକୁ ନେଇ ବ୍ୟସ୍ତ ଅଛନ୍ତି ।

ଖବର ମୁତାବକ, ବିକ୍କି-କ୍ୟାଟ୍ରିନାଙ୍କ ବିବାହକୁ ଆସୁଥିବା ଅତିଥିମାନେ ବିବାହ ସ୍ଥଳରେ ପ୍ରବେଶ କରିବା ପରେ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ। ରିପୋର୍ଟ ଅନୁଯାୟୀ, ବିକ୍କି ଏବଂ କ୍ୟାଟ୍ରିନା ରାଜସ୍ଥାନର ସଓ୍ଵାଇ ମାଧୋପୁରର ଚୌଥ ବରଓ୍ଵାଡା ସ୍ଥିତ ସିକ୍ସ-ସେନ୍ସ ଫୋର୍ଟ ହୋଟେଲରେ ବିବାହ କରିବେ। ଦୁହିଁଙ୍କ ବିବାହରେ ବରୁନ ଧଓ୍ଵନ, ରୋହିତ ସେଟ୍ଟୀ, କରନ ଜୋହର, ଅଲ୍ଲୀ ଆବାସ ଜଫର, କବୀର ଖାନ, ମିନି ମାଥୁର, ସିଦ୍ଧାର୍ଥ ମଲହୋତ୍ରା, କିଆରା ଆଡଭାନୀ ଏବଂ ନତାଶା ଦଲାଲ ପ୍ରମୁଖ ସେଲିବ୍ରିଟି ଭାବେ ସାମିଲ ରହିଛନ୍ତି।

kat-vicky
PC: India Tv News

ସଓ୍ଵାଇ ମାଧୋପୁରର ଚୌଥ ବରଓ୍ଵାଡାସ୍ଥିତ ସିକ୍ସ ସେନ୍ସ ଫୋର୍ଟ ହୋଟେଲରେ ବିବାହର ସମସ୍ତ ଉତ୍ସବ ୭ରୁ ୧୨ ଡିସେମ୍ବର ମଧ୍ୟରେ ଆୟୋଜନ ହେବ। ଏହା ସତ୍ତ୍ୱେ ବଲିଉଡ୍‌ ଅଭିନେତା ସଲମାନ ଖାନ ଓ ଅନ୍ୟ କେତେଜଣ ବଡ଼ ସେଲିବ୍ରିଟି ଫଙ୍କ୍‌ଶନରେ ଯୋଗଦେବା ନେଇ ପୂରା ସମ୍ଭାବନା ରହିଛି। ଏହା ମଧ୍ୟ ସୂଚନା ମିଳିଛି କି, ବିବାହର ମୁଖ୍ୟ କାର୍ଯ୍ୟକ୍ରମ ଜନାନା ମହଲରେ ହେବ। ବିବାହ ସମାରୋହରେ ସୁରକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ବ୍ୟକ୍ତିଗତ ସୁରକ୍ଷା ଗାର୍ଡ ସମ୍ଭାଳିବେ।

ସୂଚନାଯୋଗ୍ୟ ମୁତାବକ, ତେବେ ଦୁହିଁଙ୍କ ବିବାହ ପାଇଁ ବୁକ ହୋଇଥିବା ହୋଟେଲ ୱେବସାଇଟ ମୁତାବକ, ଗୋଟିଏ ଦିନ ପାଇଁ ଏହି ହୋଟେଲକୁ ୬୪,୦୦୦ରୁ ୯୦,୦୦୦ଟଙ୍କା ପର୍ଯ୍ୟନ୍ତ ଦେଇ ବୁକ କରାଯାଏ। ତେବେ ବିକ୍କି ଓ କ୍ୟାଟ୍ରିନା ନିଜ ବିବାହକୁ ନେଇ ମୁହଁ ଖୋଲି ନଥିବା ବେଳେ ପ୍ରତିଦିନ ସେମାନଙ୍କ ବିବାହକୁ ନେଇ ନୂଆନୂଆ ଖବର ସାମ୍ନାକୁ ଆସିଛି।

Leave A Reply

Your email address will not be published.