ନିଜ ବାହାଘରରେ ସଲମାନ୍‌ଙ୍କୁ ନିମନ୍ତ୍ରଣ କରିନାହାନ୍ତି କ୍ୟାଟ୍ରିନା, ସ୍ପଷ୍ଟ କଲେ ଭଉଣୀ ଅର୍ପିତା

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲ। ରାଜସ୍ଥାନରେ ଏହି ସେଲିବ୍ରିଟି ଯୋଡ଼ି ରୟାଲ ବିବାହ କରିବେ। ଏଥିପାଇଁ ଅତିଥିମାନେ ବି ରାଜସ୍ଥାନରେ ପହଞ୍ଚି ସାରିଲେଣି। ତେବେ ଇତି ମଧ୍ୟରେ ଶୁଣିବାକୁ ମିଳୁଛି ଯେ କ୍ୟାଟ୍ରିନା ତାଙ୍କ ବିବାହରେ ସଲମାନ୍‌ ଖାନ୍‌ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ନିମନ୍ତ୍ରଣ କରିନାହାନ୍ତି। କ୍ୟାଟ୍ରିନା ନିଜ ବିବାହରେ ସଲମାନଙ୍କୁ ଡାକି ନଥିବା ବେଳେ ତାଙ୍କ ଭଉଣୀ ଅର୍ପିତା କିନ୍ତୁ ବାହାଘରକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। କିନ୍ତୁ ଏହି ମାମଲାରେ ଏବେ ମୁହଁ ଖୋଲିଛନ୍ତି ସଲମାନଙ୍କ ଭଉଣୀ ଅର୍ପିତା।

 

View this post on Instagram

 

A post shared by Vicky Kaushal (@vickykaushal09)


ନିକଟରେ ଏକ ରିପୋର୍ଟରେ କୁହାଯାଇଥିଲା ଯେ ଅର୍ପିତା ଓ ଅଲବୀରା ଖାନ୍‌ ନିଜ ନିଜ ସ୍ୱାମୀଙ୍କ ସହ କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲଙ୍କ ବିବାହରେ ଯୋଗ ଦେବେ। କିନ୍ତୁ ଏବେ ସଲମାନଙ୍କ ଭଉଣୀ ଅର୍ପିତା କହିଛନ୍ତି, ତାଙ୍କୁ ବିବାହ ନିମନ୍ତ୍ରଣ ହିଁ ମିଳିନାହିଁ। ଏକ ଗଣମାଧ୍ୟମକୁ ଦେଇଥିବା ଇଣ୍ଟରଭ୍ୟୁରେ ଅର୍ପିତା କହିଛନ୍ତି, ତାଙ୍କୁ କିମ୍ବା ତାଙ୍କ ପରିବାରକୁ କ୍ୟାଟ୍ରିନାଙ୍କ ପକ୍ଷରୁ କୌଣସି ନିମନ୍ତ୍ରଣ ଦିଆଯାଇନାହିଁ। ଏଣୁ ସେମାନେ ବାହାଘରକୁ ଯିବାର ପ୍ରଶ୍ନ ଉଠୁନି। ଏଥିସହ ଅର୍ପିତା ଗଣମାଧ୍ୟମ ଉପରେ ବି ବିରକ୍ତ ହୋଇ କହିଛନ୍ତି, ଗଣମାଧ୍ୟମ ବିନା କୌଣସି ଆଧାରରେ ଏମିତି ଖବର ପରିବେଷଣ କରୁଛନ୍ତି। ଏସବୁ ଭୁଲ ବୋଲି କହିଛନ୍ତି ଅର୍ପିତା।

 

View this post on Instagram

 

A post shared by Salman Khan (@beingsalmankhan)


ପ୍ରକାଶ ଯେ କ୍ୟାଟ୍ରିନା ଓ ଭିକ୍କି କୌଶଲ ଆଜି ବିବାହ କରୁଛନ୍ତି। ରାଜସ୍ଥାନ ସଓ୍ଵାଇ ମାଧୋପୁର ଜିଲ୍ଲା ସ୍ଥିତ ସିକ୍ସ ସେନ୍‌ସ ବରଓ୍ଵାଡ଼ା ଫୋର୍ଟରେ କ୍ୟାଟ୍‌ ଓ ଭିକ୍କିଙ୍କ ବିବାହ ଆୟୋଜିତ ହେବ। ବିବାହରେ ବଛା ବଛା ୧୨୦ ଜଣ ଅତିଥି ଯୋଗ ଦେବେ ବୋଲି କୁହାଯାଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ବିବାହ ପରେ ଉଭୟେ ମୁମ୍ବାଇରେ ଗ୍ରାଣ୍ଡ ରିସେପସନ୍‌ ଦେବେ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.