ବାହାଘର ପରେ କ୍ୟାଟ୍ରିନାଙ୍କ ସହ ପ୍ରଥମ ଜନ୍ମ ଦିନ ପାଳିଲେ ଭିକ୍କି କୌଶଲ, ଫଟୋ ସେୟାର କରି କଲେ ମଜାଳିଆ କମେଣ୍ଟ

ବି-ଟାଉନ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ହେଉଛନ୍ତି କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲ। ବିବାହ ପରଠାରୁ ହିଁ ଉଭୟେ ପରସ୍ପର ପ୍ରତି ପ୍ରେମ ଦେଖାଉଥିବା ଦେଖିବାକୁ ମିଳୁଛି। ଏମିତି କୌଣସି ଉତ୍ସବ ନାହିଁ, ଯେବେ କ୍ୟାଟ୍ରିନା ନିଜ ସୋସିଆଲ ମିଡିଆରେ ସ୍ୱାମୀଙ୍କ ସହ ଫଟୋ ସେୟାର କରି ନଥିବେ। ଆଜି ଭିକ୍କି କୌଶଲଙ୍କ ଜନ୍ମ ଦିନରେ ବି ସେ ଜମା ପଛରେ ରହିନାହାନ୍ତି। ଆଜି ଭିକ୍କିଙ୍କ ଜନ୍ମ ଦିନରେ ବି କ୍ୟାଟ୍ରିନା କୌଶଲ ସ୍ୱାମୀଙ୍କୁ ସ୍ପେଶାଲ ଫିଲ୍‌ କରାଇଛନ୍ତି। ଭିକ୍କିଙ୍କ ୩୪ ତମ ଜନ୍ମ ଦିନରେ ତାଙ୍କ ପାଇଁ ଏକ ସୁନ୍ଦର ଜନ୍ମ ଦିନ ପୋଷ୍ଟ ସେୟାର କରିଛନ୍ତି କ୍ୟାଟ୍ରିନା କୈଫ୍‌।

ଭିକ୍କିଙ୍କ ସ୍ପେଶାଲ ଦିନରେ କ୍ୟାଟ୍ରିନା କୈଫ୍‌ ତାଙ୍କ ସହ ନ୍ୟୁୟର୍କ ଛୁଟି ବେଳର ୨ଟି ଫଟୋ ସେୟାର କରି ଖାସ୍‌ ଅନ୍ଦାଜରେ ଅଭିନନ୍ଦନ ଜଣାଇଛନ୍ତି। ଏକ ଫଟୋରେ କ୍ୟାଟ୍ରିନା ପ୍ରେମରେ ଭିକ୍କିଙ୍କୁ ଚାହୁଁଥିବା ବେଳେ ଅନ୍ୟଟିରେ ଭିକ୍କି ନିଜ ଲେଡି ଲଭ୍‌ଙ୍କୁ କିସ୍‌ କରୁଥିବା ଦେଖାଯାଇଛି।

 

View this post on Instagram

 

A post shared by Katrina Kaif (@katrinakaif)

ନ୍ୟୁୟର୍କର ସୁନ୍ଦର ପରିବେଶରେ ଭିକ୍କିଙ୍କ ସହ ଫଟୋ ସେୟାର କରି କ୍ୟାଟ୍ରିନା ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ରୋମାଣ୍ଟିକ୍‌ ଫଟୋର କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି- ‘ନ୍ୟୁୟର୍କବାଲା ବାର୍ଥ ଡେ। ମାଇଁ ହାର୍ଟ। ତୁମେ ସବୁ ଜିନିଷକୁ ଆହୁରି ଭଲ କରିଦିଅ’।

Also Read: ମୁଣ୍ଡରେ ଗଜରା ଲଗାଇ ଗାଉଁଳି ଲୁକ୍‌ରେ ନଜର ଆସିଲେ ଶେହନାଜ୍‌ ଗିଲ୍‌, ସାମ୍ନାକୁ ଆସିଲା ‘କଭି ଇଦ୍‌ କଭି ଦିଓ୍ଵାଲୀ’ର ଫାଷ୍ଟ ଲୁକ୍‌

ଅନ୍ୟପଟେ ଭିକ୍କି କୌଶଲ ମଧ୍ୟ ପତ୍ନୀ କ୍ୟାଟ୍ରିନାଙ୍କୁ ଅତି ପ୍ରେମଭରା ରିପ୍ଲାଏ ଦେଇଛନ୍ତି। ଭିକ୍କି କମେଣ୍ଟ ସେକ୍ସନ୍‌ରେ ଲେଖିଛନ୍ତି- ବିବାହିତବାଲା ଜନ୍ମଦିନ। ଏଥିସହ ସେ କିଛି ହାର୍ଟ ଇମୋଜି ବି ସେୟାର କରିଛନ୍ତି।

Katrina
Image Credit: Instagram

ଖବର ଲେଖା ହେବା ବେଳକୁ କ୍ୟାଟ୍ରିନାଙ୍କର ଏହି ପୋଷ୍ଟରେ ୮ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି। ସେହିପରି କମେଣ୍ଟରେ ଲୋକମାନେ ଭିକ୍କିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି।

Also Read: ୟୁକ୍ରେନ୍‌ ସେନାରେ ସାମିଲ ହେଲେ ଅଲମ୍ପିକ୍‌ ସୁଟର କ୍ରିଷ୍ଟିନା ଦିମିତ୍ରେଙ୍କୋ, ହାତରେ AK-203 ଧରି ରୁଷ୍‌ ସେନାକୁ ଦେଲେ ଚେତାବନୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.