ମନୋରଂଜନ

ବିକ୍କି-କ୍ୟାଟ୍‌ଙ୍କ ବିବାହ ପୂର୍ବରୁ ବିକ୍କିଙ୍କ ପୂର୍ବତନ ପ୍ରେମିକା ହରଲିନ ସେଠୀଙ୍କ ପୋଷ୍ଟ ଭାଇରଲ

ଅଭିନେତା ବିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହ ଖବର ଏବେ ସବୁ ମିଡିଆରେ ଶିରୋନାମା ପାଲଟିଛି। ଏହି ଦୁହେଁ ବିବାହ ପାଇଁ ପଇସାକୁ ପାଣି ପରି ଖର୍ଚ୍ଚ କରୁଛନ୍ତି। ଦାମୀ ଡ୍ରେସ, ବିବାହ ମେନ୍ୟୁ, ମେହେନ୍ଦୀ ସବୁକିଛି ଚର୍ଚ୍ଚାକୁ ଆସିବା ପରେ ଏବେ ବିକ୍କିଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡଙ୍କ ମେସେକୁ ନେଇ ଆଉ ଏକ ଚର୍ଚ୍ଚା ଶୁଣିବାକୁ ମିଳିଛି। ନିକଟରେ ବିକ୍କିଙ୍କ ପୂର୍ବତନ ପ୍ରେମିତା ହରଲିନ ସେଠୀଙ୍କ ଏକ ନୋଟ ସୋସିଆଲ ମିଡିଆରେ ଭାଇରଲ ହେଉଛି। ହରଲିନ ନିକ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ନୋଟ୍‌ ସେୟାର କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଚାଲିଛି।

ହରଲିନ ପୋଷ୍ଟ କରିଥିବା ପୋଷ୍ଟରେ ଲେଖାହୋଇଛି, ‘ଜୀବନର ଅର୍ଥକୁ କ୍ରମାଗତ ଭାବରେ ଖୋଜିବା ଏକ ଟୋଷ୍ଟ ର ଅର୍ଥରେ ଖୋଜିବା ପରି । ବେଳେବେଳେ କେବଳ ଟୋଷ୍ଟ ଖାଇବା ଭଲ। ତେବେ ଏହି ପୋଷ୍ଟରେ ହରଲିନ୍‌ହୁଏତ କାହାର ନାମ ନେଇ ନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ଦାବି ହେଉଛି ଯେ ଏହି ପୋଷ୍ଟଟି ତାଙ୍କ ପୂର୍ବତନ ପ୍ରେମିକା ବିକ୍କିଙ୍କ ପାଇଁ ହିଁ ହୋଇଛି।

ସୂଚନାଯୋଗ୍ୟ, ଅଭିନେତା ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ ବର୍ତ୍ତମାନ ରାଜସ୍ଥାନରେ ପହଞ୍ଚି ସାରିଛନ୍ତି । ତାଙ୍କ ପରିବାର ସହ ବନ୍ଧୁ ବାନ୍ଧବୀ ସମସ୍ତେ ସେଠାରେ ପହଞ୍ଚି ସାରିଛନ୍ତି । ଏଥିପାଇଁ ରାଜସ୍ଥାନର ସାୱାଇ ମାଧୋପୁର ‘ସିକ୍ସ ସେନ୍ସ ଦୁର୍ଗ’କୁ ରାଜକୀୟ ଭାବେ ସଜାଯାଇଛି । ଖୁବ୍‌ ଜୋରସୋରରେ ପ୍ରସ୍ତୁତି ମଧ୍ୟ ସରିଛି ।

ସୋସିଆଲ ମିଡିଆରେ ହରଲିନ ସେଟ୍ଟୀ ଖୁବ୍‌ ଆକ୍ଟିଭ୍ । ସେ ନିଜ ଇନଷ୍ଟାଗ୍ରାମରେ ନିଜର ହଟ୍‌ ଓ ଗ୍ଲାମଲର୍ସ ଫଟୋ ଚର୍ଚ୍ଚାରେ ରହିଥାନ୍ତି । ୨୦୧୯ରେ ବିକ୍କି ହରଲିନ ସେଟ୍ଟୀଙ୍କୁ ଡେଟ୍ କରୁଥିଲେ । ଯେତେବେଳେ ବିକ୍କି ଫିଲ୍ମ ‘ମନମାରଜିଆନ୍’ ଫିଲ୍ମର ପ୍ରମୋସନ କରୁଥିଲେ। ବିକ୍କି ହରଲିନ ଫିଲ୍ମ ‘ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ ରିଲିଜ୍ ପୂର୍ବରୁ ଦୁହେଁ ଅଲଗା ହୋଇଥିଲେ, କିନ୍ତୁ ସେମାନଙ୍କ ବ୍ରେକଅପ୍ ହେବାର କାରଣ କାହାକୁ ଜଣାନାହିଁ।

Swagatika

Recent Posts

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

1 min ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

4 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

10 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

22 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

28 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

32 mins ago