ଭିକ୍କି-କ୍ୟାଟ୍ରିନା ରୋମାଣ୍ଟିକ ମୁଡ୍ରେ ପାଳିଲେ ବିବାହ ପରର ପ୍ରଥମ ଲୋହରୀ; ଦେଖନ୍ତୁ ଇନ୍ସାଇଡ ଫଟୋ

ଲୋହରୀ ଏବଂ ମକର ସଂକ୍ରାନ୍ତି ପର୍ବ ପୂରା ଦେଶରେ ଏକ ଖୁସିର ମଉକା ନେଇ ଆସିଛି। କରୋନା ମହାମାରୀ ସହ ମୁକାବିଲା କରୁଥିଲେ ମଧ୍ୟ ଦେଶ ଏହି ପର୍ବକୁ ବଡ଼ ଧୁମ୍ଧାମରେ ପାଳନ କରୁଛି। କେତେଜ ସ୍ଥାନରେ ଗୁରୁବାର ଲୋହରୀ ପର୍ବ ଆନନ୍ଦ, ଉତ୍ସାହର ସହ ପାଳନ କରାଯାଇଥିଲା। ଏହି ବର୍ଷ ବଲିଉଡର ଅନେକ ସେଲିବ୍ରିଟି ଦମ୍ପତିଙ୍କ ପାଇଁ ଏହା ପ୍ରଥମ ଲୋହରୀ ଥିଲା। ଏମିତିରେ ପାୱାର କପଲ୍ କ୍ୟାଟ୍ରିନା କୈଫ୍ ଓ ଭିକ୍କି କୌଶଲ ମଧ୍ୟ ଏହି ପର୍ବକୁ ଖାସ୍ ଢଙ୍ଗରେ ପାଳନ କରିଥିଲେ। କ୍ୟାଟ୍ରିନା ସୋସିଆଲ ମିଡିଆରେ ନିଜ ଫ୍ୟାନମାନଙ୍କ ସହିତ ବିବାହ ପରର ପ୍ରଥମ ଲୋହରୀର କିଛି ମୁହୂର୍ତ୍ତ ସେୟାର କରିଛନ୍ତି।
ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ଭିକ୍କି-କ୍ୟାଟ୍ରିନା
ଏହି ଅବସରରେ କ୍ୟାଟ୍ରିନା ନିଜ ସ୍ୱାମୀ ଭିକ୍କିଙ୍କ କାନ୍ଧରେ ମୁଣ୍ଡ ରଖି ଅନେକ ଫଟୋ ପୋଷ୍ଟ କରିଛନ୍ତି। ଉଭୟଙ୍କ ସାମ୍ନାରେ ଲୋହରୀର ଅଗ୍ନି ନଜର ଆସୁଛି। ଫଟୋଗୁଡ଼ିକରେ କ୍ୟାଟ୍ରିନା ପାରମ୍ପରିକ ଲୁକରେ ନଜର ଆସିଛନ୍ତି। ପ୍ରଥମ ଫଟୋରେ ଭିକ୍କି କୌଶଲ କ୍ୟାଟ୍ରିନାଙ୍କ କାନ୍ଧ ଉପରେ ହାତ ରଖି ଛିଡ଼ା ହୋଇଛନ୍ତି। ଦ୍ୱିତୀୟ ଫଟୋରେ ସେ ସ୍ତ୍ରୀଙ୍କୁ ନିଜ ହାତରେ ଧରି ତାଙ୍କ ଆଡକୁ ଚାହିଁଥିବାର ନଜର ଆସିଛନ୍ତି। ସମସ୍ତ ଫଟୋରେ ଉଭୟ ସ୍ୱାମୀ, ସ୍ତ୍ରୀ ବହୁତ ଖୁସି ନଜର ଆସୁଛନ୍ତି। ଦୁଇ ଜଣଙ୍କର ଲୁକ୍ ବିଷୟରେ କଥା ହେବା ତ କ୍ୟାଟ୍ରିନା ଲାଲ୍ ରଙ୍ଗର ସାଲୱାର ସୁଟ୍ ପିନ୍ଧିଛନ୍ତି। ଏହା ଉପରେ ସେ କଳା ରଙ୍ଗର ଜ୍ୟାକେଟ୍ ପିନ୍ଧିଛନ୍ତି। ଯେତେବେଳେ କି, ଭିକ୍କି କୌଶଲ ବ୍ଲାକ ହୁଡି ଏବଂ ଟ୍ରାକ ପ୍ୟାଣ୍ଟ ପିନ୍ଧିଥିବାର ଦେଖା ଯାଉଛନ୍ତି। ଏବେ ଏହି ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ଅନେକ ଲୋକ ସେୟାର କରୁଛନ୍ତି। ଦମ୍ପତି ୭ ଜନ୍ମ ପାଇଁ ଏକାଠି ରହିବା ବିଷୟରେ କହିଛନ୍ତି।
ବିବାହକୁ ଗୋଟିଏ ମାସ ପୂରିଲା
ଏଠି ଆମେ ମନେ ପକାଇ ଦେଉଛୁ କି, ଡିସେମ୍ବର ୯ରେ କ୍ୟାଟ୍ରିନା ଓ ଭିକ୍କି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ରାଜସ୍ଥାନର ସାୱାଇ ମାଧୋପୁରରେ ଅନୁଷ୍ଠିତ ରାଜକୀୟ ଉତ୍ସବରେ ଦମ୍ପତି ସାତ ଫେରା ନେଇଥିଲେ। ଏହି ବିବାହରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ସାମିଲ ହୋଇଥିଲେ।
View this post on Instagram
View this post on Instagram