ଜୋତା ଚୋରି ରୀତିରେ ରାଗି ଯାଇଥିଲେ କ୍ୟାଟ୍ରିନା, ବିବାହର ମଜାଦାର କାହାଣୀ ସେୟାର କଲେ ବିକି କୌଶଲ

୨୦୨୧ ମସିହାରେ ପରସ୍ପରର ହାତ ଧରିଥିଲେ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ ।  ଏହି ବିବାହକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା  ଏବଂ  ତାହା  ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏହି ବିବାହ ବିଷୟରେ କାହାକୁ କୌଣସି ସୂଚନା ମିଳିନଥିଲା ।  କେବଳ ଗୁଜବ ଥିଲା ଯେ ସେମାନଙ୍କର ପ୍ରେମ ସମ୍ପର୍କ ଅଛି  କିନ୍ତୁ ଯେତେବେଳେ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା ।  ୯ ଡିସେମ୍ବର ୨୦୨୧ରେ ଭିକି-କ୍ୟାଟ୍ରିନାଙ୍କୁ ବିବାହ କରିଥିଲେ ।  ତେବେ ଏହି ବିବାହରେ କ୍ୟାଟ୍ରିନା କୈଫ୍ ରାଗି ଯାଇଥିଲେ ।  ଆପଣ ଜାଣିଛନ୍ତି କି ସେ କାହିକିଁ ରାଗିଥିଲେ ?

ବିକି କୌଶଲ ଏବଂ କିୟାରା ଆଡଭାନୀ ଫିଲ୍ମ ଗୋବିନ୍ଦ ଆଲା ରେ (୨୦୨୨)ର ପ୍ରମୋସନ ପାଇଁ ‘ଦ କପିଲ ଶର୍ମା ଶୋ’ କୁ ଯାଇଥିଲେ । ଏହି ସମୟରେ ଯେତେବେଳେ କପିଲ ଶର୍ମା ଭିକିଙ୍କୁ ଜୋତା ଚୋରି ରୀତି ବିଷୟରେ ପଚାରିଥିଲେ । ଏହି ସମ୍ପର୍କରେ ଅଭିନେତା ଏକ ମଜାଦାର କାହାଣୀ କହିଥିଲେ ଆସନ୍ତୁ ଜାଣିବା ?

କପିଲ ଶର୍ମା ବିକିଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ।  ଯାହାର ଉତ୍ତର ଖୁବ ମଜାଦାର ଥିଲା  ।  କ୍ୟାଟ୍ରିନାଙ୍କର ୬ ଭଉଣୀ  ତେଣୁ ବିବାହରେ ଯେଉଁ ଜୋତା ଚୋରି କରିବାର ବିଧି ରହିଛି । ଏହା ନିଶ୍ଚୟ ଆପଣଙ୍କୁ ବହୁତ ମହଙ୍ଗା ପଡ଼ିଥିବ ? ଏହା ଶୁଣି ହସି ହସି ବିକି କୌଶଳ ଉତ୍ତର ଦେଇଥିଲେ । କପିଲ ଶର୍ମା ପଚାରିଲେ ସେମାନେ ସମସ୍ତେ ଇଂରେଜ କିନ୍ତୁ ସେମାନେ ଜୋତା ଚୋରି କରିବାର ଏହି ରୀତି ବିଷୟରେ ଜାଣିଥିଲେ କି?  ଏହା ଉପରେ ବିକି କହିଲେ, ‘ହଁ, ହଁ, ସେମାନେ ବିବାହର ବାକି ବିଷୟରେ ଜାଣିନାହାଁନ୍ତି କିନ୍ତୁ ଏହି ରୀତିନୀତି ଏହି ବିଷୟରେ ଭଲକି ଜାଣିଥିଲେ  ।

ମୋର ଦୁଇ ଭାଇ ଲୁଧିଆନାରୁ ଆସିଥିଲେ ଏବଂ ସେମାନେ କହିଲେ ଚିନ୍ତା କରନାହିଁ, ଆମେ ସବୁକିଛି କରିବୁ । ତେଣୁ ଆମେ ମଣ୍ଡପକୁ ଯିବା ମାତ୍ରେ ଭଉଣୀମାନେ ଆସି ଆମକୁ ଟାଣିବା ଆରମ୍ଭ କରିଦେଇଥିଲେ । ଉଭୟ ଭାଇ ମଧ୍ୟ ଝଗଡ଼ା କରିବାକୁ ଲାଗିଲେ ମୁଁ କହିଲି ଯିଏ ଯାହା ନେବାକୁ ଚାହୁଁଛ ନେଇଯାଅ । କିଛି ସମୟ ପରେ ସେମାନେ ଜୋତାକୁ ନେଇ କୌଣସି ସ୍ଥାନରେ ଲୁଚାଇ ରଖିଥିଲେ । ଏହି ରୀତି ଗୁଡିକ ଅପରାହ୍ନରେ ଥିଲା ଯେତେବେଳେ ଏହିସବୁ କାମ ସରିଗଲା ।

ବିକି କହିଥିଲେ ସେମାନେ ଜୋତା ନେଇ ଚାଲିଗଲେଣି ଓ ଜୋତାକୁ ନେଇଁ କେଉଁଠି ଲୁଚାଇ ଦେଇଛନ୍ତି । ଦ୍ବିପ୍ରହରରେ ସେମାନଙ୍କୁ ସାତଫେରା ନେବାର ଥିଲା । ଫେରା ଯେତେବେଳେ ଶେଷ ହେଲା ସେତେବେଳେ କ୍ୟାଟ୍ରିନାଙ୍କୁ ସୂର୍ଯ୍ୟାସ୍ତ ସମୟରେ କିଛି ଫଟୋସୁଟ୍ କରିବାକୁ ପଡିଥିଲା । କିନ୍ତୁ ଏହି ସମୟରେ ବିକିଙ୍କ ପାଖରେ ତାଙ୍କ ଜୋତା ନଥିଲା । ଯାହା ଦେଖିଲା ପରେ କ୍ୟାଟ୍ରିନା ବିକିଙ୍କ ଉପରେ ହଠାତ୍ ରାଗି ଯାଇଥିଲେ ।

କ୍ୟାଟ୍ରିନା ଗାଳି କରିଥିଲେ ଓ ଜୋତା କେଉଁଠି ବୋଲି ପଚାରିଥିଲେ । ବିକି କହିଥିଲେ ମୁଁ କିପରି ଜାଣିବି, ତୁମେ ଜାଣ, ତୁମ ଭଉଣୀମାନଙ୍କ ପାଖରେ ମୋ ଜୋତା ଅଛି ।  ଏହାପରେ କ୍ୟାଟ୍ରିନା ନିଜେ ବିକିଙ୍କ ଜୋତା ଆଣିବାକୁ ଭଉଣୀମାନଙ୍କୁ କହିଥିଲେ ।
ଭଉଣୀ ମାନେ ଆଣୁଛନ୍ତି କହି ବହୁତ ସମୟ ରହିଯାଇଥିଲେ । ଏହାପରେ କ୍ୟାଟ୍ରିନା ତାଙ୍କ ଭଉଣୀଙ୍କୁ ଜୋତା ତୁରନ୍ତ ଅଣିବାକୁ କହିଥିଲେ । ଏହାପରେ ଭଉଣାମାନେ ଜୋତା ଆଣିଥିଲେ ।

Also read: ଭିକିଙ୍କ ସହ ପ୍ରଥମ କରୱାଚୌଥ ପାଳିଲେ କ୍ୟାଟ୍ରିନା: ମଥାରେ ସିନ୍ଦୁର, ବେକରେ ମଙ୍ଗଳ ସୂତ୍ର ପକାଇ ଟ୍ରାଡିସନାଲ୍‌…