ରଣବୀରଙ୍କ ନ୍ୟୁଡ ଫଟୋଶୁଟ୍‌ ବିବାଦ, ଅର୍ଜୁନଙ୍କ ପରେ ରଣବୀରଙ୍କ ସମର୍ଥନରେ ବାହାରିଲେ ବିଦ୍ୟା ବାଲାନ

ରଣବୀର ସିଂଙ୍କ ନ୍ୟୁଡ ଫଟୋଶୁଟ୍‌ ତାଙ୍କ ପାଇଁ ମହଙ୍ଗା ପଡିଛି। ଏବେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା। ପ୍ରଥମେ ରଣବୀର ସିଂଙ୍କ ବିରୋଧରେ ପୋଲିସରେ ଅଭିଯୋଗ ହୋଇଥିଲା। ଏବେ ମୁମ୍ବାଇ ପୋଲିସ ରଣବୀରଙ୍କ ବିରୋଧରେ ଏଫଆଇଆର ଦାଏର କରିଛି। ଏହା ମଧ୍ୟରେ ଇନ୍ଦୋରରେ ଲୋକେ ରଣବୀରଙ୍କ ବିରୋଧରେ ମୋର୍ଚ୍ଚା ବାହାର କରି ମାନସିକ ଦେବାଳିଆ ହୋଇଥିବା ନେଇ କପଡା ଦାନ କରିବାର ଅଭିଯାନ ଆରମ୍ଭ କରିଛନ୍ତି। ତେବେ ରଣବୀର ଉଲଗ୍ନ ହୋଇ ଫଟୋଶୁଟ୍‌ କରିବା ଠିକ୍‌ କି ଭୁଲ୍‌ ? ଏହାକୁ ନେଇ ବାଦ ବିବାଦ ଲାଗି ରହିଛି। ଏହା ମଧ୍ୟରେ ରଣବୀରଙ୍କ ସପୋର୍ଟରେ ଆସିଛନ୍ତି ବଲିଉଡ ଷ୍ଟାର।

ରଣବୀରଙ୍କ ସମର୍ଥନ ଅର୍ଜୁନ କପୁରଙ୍କ ପରେ ଏବେ ବିଦ୍ୟା ବାଲାନ ମଧ୍ୟ ରଣବୀର ସିଂଙ୍କ ସମର୍ଥନ କରିଛନ୍ତି। ମୁମ୍ବାଇରେ ଏକ ପୁସ୍ତକ ଲଞ୍ଚିଂ କାର୍ଯ୍ୟକ୍ରମରେ ରଣବୀରଙ୍କ ସହିତ ଜଡିତ ପ୍ରଶ୍ନର ମୁହଁତୋଡ ଜବାବ ଦେଇଥିଲେ ବିଦ୍ୟା ବାଲାନ। ଏହାକୁ ନେଇ ପଚାରା ଯାଇଥିବା ପ୍ରଶ୍ନର ଉତ୍ତରରେ କହିଥିଲେ, କ’ଣ ଭୁଲ୍‌ କରିଛନ୍ତି ରଣବୀର ? କେବେ କେବେ ଆମକୁ ନିଜ ଆଖି ପାଇଁ ମଧ୍ୟ ମନୋରଂଜନ ଦରକାର।

ରଣବୀରଙ୍କୁ ଏହି ମାମଲାରେ ଅର୍ଜୁନ କପୁର ମଧ୍ୟ ସମର୍ଥନ କରିଥିଲେ। ଅର୍ଜୁନ ନିଜ ଫିଲ୍ମ ‘ଏକ ଭିଲେନ ରିଟର୍ଣ୍ଣ’ର ପ୍ରମୋସନ ସମୟରେ କହିଥିଲେ, ରଣବୀର ଏମିତି କିଛି କରନ୍ତି, ଯାହା ତାଙ୍କ ଉପରେ ଜବରଦସ୍ତ ଲଦା ହୋଇଥାଏ। ସେ କେବେ ବି କୌଣସି ପ୍ରକାର ଶୋ ଅଫ୍‌ କରନ୍ତି ନାହିଁ। ଆପଣ ତାଙ୍କୁ ୧୦-୧୨ ବର୍ଷ ହେଲା ଦେଖିଛନ୍ତି। ସେ ସବୁ ମାହୋଲରେ ନିଜକୁ ଆଡଜଷ୍ଟ କରିଦିଅନ୍ତି।

ଏକ ଲୋକପ୍ରିୟ ମାଗାଜିନ୍‌ ପାଇଁ ରଣବୀର ସିଂହ ଏହି ନ୍ୟୁଡ୍‌ ବା ନଗ୍ନ ଫଟୋସୁଟ୍‌ କରିଥିଲେ। କିଛି ଫଟୋରେ ତ ତାଙ୍କ ଦେହରେ ସୂତା ଖିଅଟିଏ ବି ନଥିଲା । ରଣବୀର ସିଂହଙ୍କର ଏହି ନ୍ୟୁଡ୍‌ ପୋଜ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଫଟୋରେ ରଣବୀର ବେଶ୍‌ କନିଫିଡେଣ୍ଟ ନଜର ଆସିଛନ୍ତି ଓ ନିଜ ମସ୍କୁଲାର ବଡିକୁ ଦେଖାଉଥିବା ନଜର ଆସିଛନ୍ତି। ରଣବୀରଙ୍କୁ ଏ ଅବସ୍ଥାରେ ଦେଖି ତାଙ୍କ ଫ୍ୟାନ୍‌ମାନେ ଭିନ୍ନ ଭିନ୍ନ ରିଆକ୍ସନ୍‌ ଦେଉଛନ୍ତି। କିଛି ଫ୍ୟାନ୍‌ ତ ନିଜକୁ ବିଶ୍ୱାସ କରିପାରୁନଥିବା କହିଛନ୍ତି।

ତେବେ ପୂର୍ବରୁ ବିଭିନ୍ନ ଡିଜାଇନ୍‌ର ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ରହୁଥିବା ରଣବୀର, ଆଜି କିନ୍ତୁ ସମ୍ପୂର୍ଣ୍ଣ ନିଆରା ଲାଗୁଛନ୍ତି। ତାଙ୍କର ଏଭଳି ରୂପ ପୂର୍ବରୁ କେହି ଦେଖି ନଥିଲେ। ଏହି କାରଣରୁ କିଛି ଫ୍ୟାନ୍‌ ଏହାକୁ ଗ୍ରହଣ କରିପାରୁନାହାନ୍ତି। ସୂଚନାଯୋଗ୍ୟ ଯେ ଲାଇଗର ଫିଲ୍ମ ପାଇଁ ସାଉଥ୍‌ଷ୍ଟାର ବିଜୟ ଦେବରକୋଣ୍ଡା ନିକଟରେ ନ୍ୟୁଡ୍‌ ହୋଇଥିଲେ। ତାଙ୍କର ଏହି ଫଟୋ ସର୍ବସମ୍ମୁଖକୁ ଆସିବା ପରେ ସୋସିଆଲ ମିଡିଆରେ ଖୁବ୍‌ ହଙ୍ଗାମା ହୋଇଥିଲା। ବିଜୟ ନ୍ୟୁଡ୍‌ ଫଟୋସୁଟ୍‌ ବେଳେ ହାତରେ ଗୋଲାପ ଫୁଲ ଧରିଥିଲେ।

 

View this post on Instagram

 

A post shared by Karan Johar (@karanjohar)

Leave A Reply

Your email address will not be published.