ଆଉ ଏକ ବାୟୋପିକ୍ରେ ନଜର ଆସିବେ ଅଭିନେତ୍ରୀ ବିଦ୍ୟା ବାଲାନ୍

୨୦୧୯ରେ ଆଉ ଏକ ବାୟୋପିକ୍ରେ କାମ କରିବେ ଅଭିନେତ୍ରୀ ବିଦ୍ୟା ବାଲାନ୍ । ଗଣିତଜ୍ଞ ଶଂକୁନ୍ତଳା ଦେବୀଙ୍କ ଜୀବନି ଉପରେ ଏକ ଫିଲ୍ମ ନିର୍ମାଣ କରାଯାଉଛି । ଯେଉଁଥିରେ ବିଦ୍ୟା ମୁଖ୍ୟ ଭୂମିକାରେ ଅଭିନୟ କରିବେ ।
ଶଂକୁନ୍ତଳା ଦେବୀଙ୍କୁ ହ୍ୟୁମାନ୍ କେଲକୁଲେଟର କୁହାଯାଏ । ତାଙ୍କ ନାଁ ଗିନିଜ୍ ବୁକ ଅଫ ଓ୍ଵାଲର୍ଡ ରେକର୍ଡରେ ସ୍ଥାନ ପାଇଛି । ଫିଲ୍ମରେ ଅଭିନୟ କରିବା ପାଇଁ ବିଦ୍ୟା ହଁ ଭରିଛନ୍ତି । ତେବେ ସ୍କ୍ରିପ୍ଟ ଫାଇନାଲ ହେବା ପରେ ବିଦ୍ୟା ଫିଲ୍ମ ସାଇନ କରିବେ । ଅନୁ ମେନନ ଫିଲ୍ମର ନିର୍ଦ୍ଦେଶନା ଦେବେ । ତେବେ ଏହାର ପ୍ରଯୋଜନା କରିବେ ରୋନି ସ୍କ୍ରୁବାଲା ।