ପ୍ରେମିକା ରଶ୍ମିକାଙ୍କ ବିଷୟରେ ମୁହଁ ଖୋଲିଲେ ବିଜୟ ଦେବରକୋଣ୍ଡା
ବିଜୟ ଦେବରକୋଣ୍ଡା ନିଜର ବ୍ୟବସାୟ ଜୀବନ ସହିତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହିଥାନ୍ତି । ଦୀର୍ଘ ଦିନରୁ ଶୁଣିବାକୁ ମିଳୁଥିଲା ଦକ୍ଷିଣ ଭାରତର ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଛି । ରଶ୍ମିକା ଏବଂ ବିଜୟଙ୍କୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରିଥାନ୍ତି । ସେମାନେ ବହୁତ ସମୟ ଧରି ସାଙ୍ଗରେ ଥିବା ଦେଖିବାକୁ ମିଳିଛି । କିନ୍ତୁ କେବେ କିଛି ଖବର ସାମ୍ନାକୁ ଆସିନାହିଁ । ଏହି ସମୟରେ ଅଭିନେତା ବିଜୟ ନିଜ ପ୍ରେମ, ବିବାହ ଓ ସମ୍ପର୍କ ଉପରେ ନିଜ ଫ୍ୟାନ୍ସ ମାନଙ୍କ ଆଗରେ ନିଜ ଭାବନାକୁ ପ୍ରକାଶ କରିଛନ୍ତି ।
ଏକ ଇଣ୍ଟରଭିୟୁରେ ସେ ରିଲେସନସିପରେ ରହିଥିବା କଥା କହିଛନ୍ତି । ଏହାସହ ଜଣଙ୍କ ସହ ଡେଟ କରିଥିବା କଥା ସ୍ବୀକାର କରିଥିଲେ । ଅଭିନେତାଙ୍କ ଏହି କଥା ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା ।ଅଭିନେତା ଜଣଙ୍କ ମଜାଳିଆ ଢଙ୍ଗରେ କହିଥିଲେ ମୁଁ ୩୫ ବର୍ଷର । କଣ ଆପଣଙ୍କୁ ଲାଗୁଛି କି ମୁଁ ଏକୁଟିଆ ରହିବି । ତାଙ୍କୁ ପ୍ରଶ୍ନ କରାଯାଇଥିଲା ସେ କେବେ ଡେଟରେ ଯାଇଛନ୍ତି କି ତାହାର ଉତ୍ତରରେ ସେ ହଁ କହିଥିଲେ । ଅଭିନେତା ବିଜୟ କହିଛନ୍ତି ସେ ଏକ ରୋମାଞ୍ଚକ ସମ୍ପର୍କ ଗଢିବା ଆଗରୁ ମଜବୁତ ସମ୍ପର୍କ ତିଆରି କରିବାକୁ ଅଧିକା ପସନ୍ଦ କରନ୍ତି ।
ସେ କହିଛନ୍ତି ମୁଁ ଡେଟରେ ବାହାରକୁ ଯାଏ ନାହିଁ । ମୁଁ ବହୁତ ଲମ୍ବା ସମୟ ଧରି ଜଣଙ୍କୁ ଜାଣିଲା ପରେ ସାଙ୍ଗ ହେଲାପରେ ହିଁ ବାହାରକୁ ଯାଇଥାଏ । ବିଜୟ ଏବଂ ରଶ୍ମିକା ଗୀତା ଗୋବିନ୍ଦମ,ଡିୟର କାମରେଡ ଭଳି ଫିଲିମରେ ଦୁହିଁଙ୍କୁ ଦେଖିବାକୁ ମିଳିଥିଲା । ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଅଧିକ ମଜୁବୁତ ରହିଛି । ସେଥିପାଇଁ ଦୁହିଙ୍କ ଡେଟିଙ୍ଗର ଖୁବ ଚର୍ଚ୍ଚା ହୋଇଥାଏ । ରଶ୍ମିକା ମନ୍ଦାନା ବିଜୟଙ୍କ ଆଗାମୀ ପିଲିମ ବିଡି ୧୨ର ଲୁକକୁ ପସନ୍ଦ କରିଛନ୍ତି । ପୁଷ୍ପା ୨ ର ଟ୍ରେଲର ରିଲିଜ ପରେ ବିଜୟ ରଶ୍ମିକାଙ୍କୁ ପ୍ରଶଂସା କରିଥିଲେ । ବିଜୟ ବିନା ସର୍ତ୍ତରେ ପ୍ରେମ ଉପରେ କଥା ହୋଇଥିଲେ ।
ଏହାସହ ବାହାଘର ନେଇ ଯୋଜନା ସମ୍ପର୍କରେ ଜଣାଇଥିଲେ । ବିଜୟ କହିଛନ୍ତି କି ମୁଁ ଜାଣିଛି ଭଲ ପାଇବା କେମିତି ଅନୁଭବ ହୋଇଥାଏ । ମୋର ପ୍ରେମ ବିଶ୍ବାସ ସହ ହୋଇଥାଏ । ସର୍ତମୂଳକ ନୁହେଁ । ମୋତେ ଲାଗୁଛି ସବୁ ରୋମାଣ୍ଟିକ ହୋଇଯାଇଛି । ମୁଁ ଏବେ ପର୍ଯନ୍ତ ଜାଣି ପାରୁନାହୁଁ କି ବିନା ସର୍ତରେ ଭଲ ପାଇବା ବା ପ୍ରେମକୁ ଆଶା କରିବା ଠିକ କି ନୁହେଁ । ତେବେ ବିବାହ ମହିଳା ମାନଙ୍କ ପାଇଁ ଅଧିକ ଗୁରୁତ୍ୱପୁର୍ଣ ବିଷୟ ଅଟେ । ସେମାନଙ୍କ ମତରେ ବାହାଘର କାରିୟର ଭିତରେ ନ ହେବା ଉଚିତ । ମହିଳାଙ୍କ ପାଇଁ ବାହାଘର କଠିନ ଅଟେ । ବିବାହ ସମୟରେ ଅପଣ କେଉଁ ବୃତିରେ ଅଛନ୍ତି ତାହା ଗୁରୁତ୍ୱପୁର୍ଣ ଅଟେ ବୋଲି କହିଛନ୍ତି ଅଭିନେତା ବିଜୟ ।