୧ ବର୍ଷର ହେଲା ବିକ୍ରାନ୍ତ ମେସିଙ୍କ ପୁଅ ‘ବରଦାନ’, ଫେସ୍ ରିଭିଲ୍ କଲେ ଅଭିନେତା

ହିନ୍ଦୀ ଫିଲ୍ମ ଏବଂ ଟିଭି ଦୁନିଆର ଜଣାଶୁଣା ଅଭିନେତା ବିକ୍ରାନ୍ତ ମେସିଙ୍କ ପୁଅକୁ ୧ ବର୍ଷ ପୂରିଛି । ୨୦୨୫ ଫେବୃୟାରୀ ୭ରେ ବିକ୍ରାନ୍ତ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶୀତଲ ଠାକୁର ପୁଅର ପ୍ରଥମ ଜନ୍ମଦିନ ଧୁମଧାମରେ ପାଳନ କରିଥିଲେ । ଏହି ଖାସ୍ ଅବସରରେ ବିକ୍ରାନ୍ତ ପୁଅର ଫେସ୍ ରିଭିଲ୍ କରିଛନ୍ତି । ଫ୍ୟାନମାନଙ୍କୁ ସେ ପୁଅର ଚେହେରା ଦେଖାଇଛନ୍ତି ।

ସୋସିଆଲ ମିଡିଆରେ ସେୟାର କରାଯାଇଥିବା କିଛି ଫଟୋରେ କପଲ୍ ପୁଅ ‘ବରଦାନ’ ସହ ଖୁସିରେ ପୋଜ୍ ଦେଇଥିବାର ନଜର ଆସିଛନ୍ତି । ହ୍ୱାଇଟ୍ ଶାର୍ଟ, ବ୍ରାଉନ୍ ପ୍ୟାଣ୍ଟରେ ବରଦାନ ବହୁତ କ୍ୟୁଟ୍ ଦେଖାଯାଉଛି । ଷ୍ଟାରକିଡର କ୍ୟୁଟନେସ୍ ଫ୍ୟାନ୍ ଓ ସେଲିବ୍ରିଟିମାନଙ୍କ ହୃଦୟ ଜିତିଛି ।

ବରଦାନକୁ ପାପା ବିକ୍ରାନ୍ତ କୋଳରେ ଧରିଛନ୍ତି । କପଲଙ୍କ ଫ୍ୟାମିଲି ଫଟୋକୁ ୟୁଜରମାନେ ପରଫେକ୍ଟ ବୋଲି କହିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ଲଭଲି ଫ୍ୟାମିଲି’ ।

ପୁଅର ଜନ୍ମଦିନରେ ବିକ୍ରାନ୍ତ ଟ୍ୟାନ୍ ବ୍ଲେଜର, ହ୍ୱାଇଟ୍ ଶାର୍ଟ ଏବଂ ବେଜ୍ ପ୍ୟାଣ୍ଟ ସହ ନିଜର ଲୁକ୍ କମ୍ପ୍ଲିଟ୍ କରିଥିବା ବେଳେ ବରଦାନ ହ୍ୱାଇଟ୍ ଶାର୍ଟ, ବ୍ରାଉନ୍ ପ୍ୟାଣ୍ଟ ଏବଂ ହ୍ୱାଇଟ୍ ଶୁଜ୍ କ୍ୟାରି କରିଥିଲା । ଶୀତଲ ବେଜ୍ ଫିଟ୍ ଆଣ୍ଡ ଫ୍ଲେୟର ସ୍ଲିଭଲେସ୍ ଡ୍ରେସ୍ କ୍ୟାରି କରିଥିଲେ । ନିଜର ଲୁକକୁ ସେ ଆକ୍ସେସରିଜ୍, ଲୋ ପୋନିଟେଲ୍ ଏବଂ ନ୍ୟାଚୁରାଲ ମେକଅପ୍ ସହ ପୂରା କରିଥିଲେ ।

ପୁଅର ଜନ୍ମଦିନରେ ଫଟୋଗୁଡ଼ିକୁ ସେୟାର କରି ଅଭିନେତା ଲେଖିଛନ୍ତି, ‘ଶୀତଲ, ତୁମ ସହିତ ଖୁବ୍ ବଢ଼ିଆ ଜର୍ଣ୍ଣି ରହିଲା । ପ୍ୟାରେଣ୍ଟିଙ୍ଗର ୧ ବର୍ଷ ଶୁଭେଚ୍ଛା । ବରଦାନକୁ ତୁମଠାରୁ ଭଲ ମା’ ମିଳିପାରି ନ ଥାଆନ୍ତା’ । ବିକ୍ରାନ୍ତ ଓ ଶୀତଲଙ୍କର ୨୦୧୯ରେ ନିର୍ବନ୍ଧ ହୋଇଥିଲା । ୨୦୨୨ ଫେବୃୟାରୀ ୧୮ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହିମାଚଳ ରୀତିନୀତି ଅନୁସାରେ ଦୁହିଁଙ୍କ ବିବାହ ହୋଇଥିଲା ।

କହି ରଖୁଛୁ, ଗତବର୍ଷ ବିକ୍ରାନ୍ତ ମେସିଙ୍କର ଫିଲ୍ମ ‘ଦ ସାବରମତୀ ରିପୋର୍ଟ’ ରିଲିଜ୍ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ବିକ୍ରାନ୍ତ ମେସିଙ୍କ ୟୁ ଟର୍ଣ୍ଣ…କହିଲେ, ‘ମୁଁ ଅଭିନୟ ଛାଡ଼ିନି କି ଅବସର ନେଇନି’