ଭାଲେଣ୍ଟାଇନ ଡେ’ରେ ଲୁଚାଛପା ଭାବେ ଭାବିପତ୍ନୀ ଶୀତଲଙ୍କୁ ବିବାହ କଲେ ବିକ୍ରାନ୍ତ ମେସୀ
ଭାଲେଣ୍ଟାଇନ ଡେ ବଲିଉଡର ଅନେକ ସେଲିବ୍ରିଟି ନିଜ ପ୍ରେମ ପାଇଁ କିଛି ଖାସ୍ କରିଛନ୍ତି। ଏହି ଦିନରେ ନିଜ ପ୍ରେମକୁ ମନେ ରଖିବା ପାଇଁ ଅଭିନେତା ବିକ୍ରାନ୍ତ ମେସୀ ମଧ୍ୟ ଏମିତି କିଛି କାମ କରିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ମିର୍ଜାପୁର ଫେମ୍ ଅଭିନେତା ବିକ୍ରାନ୍ତ ମେସୀ ଭାବିପତ୍ନୀ ଶୀତଲ ଠାକୁରଙ୍କୁ ୧୪ ଫେବୃଆରୀରେ ଲୁଚିଛପି ବିବାହ କରିଛନ୍ତି। ତାଙ୍କ ବିବାହରେ କେବଳ ପରିବାର ଲୋକ ସାମିଲ ରହିଥିଲେ।
ସୂଚନାଯୋଗ୍ୟ, ଦୁହିଁଙ୍କ ବିବାହ ଅନେକ ଦିନରୁ ହେବାର ଥିଲା କିନ୍ତୁ କରୋନା ଯୋଗୁଁ ବିଳମ୍ବିତ ହେଉଥିଲା। ତେବେ ଦୁହେଁ ଗତକାଲି ବିବାହ କରିନେଇଥିବା ଖବର ମିଳିଛି। ପିଙ୍କଭିଲ୍ଲା ରିପୋର୍ଟ ଅନୁସାରେ, ବିକ୍ରାନ୍ତ ମେସୀ ଏବଂ ଶୀତଲ ନିଜର ବର୍ସୋବା ଘରେ ରେଜିଷ୍ଟ୍ରି ମ୍ୟାରେଜ କରିଥିବା ବେଳେ ଏହି ଅବସରରେ କେବଳ ଏମାନଙ୍କ ଅନ୍ତରଙ୍ଗ ବନ୍ଧୁ ସାମିଲ ରହିଥିଲେ। ଗତ କିଛିଦିନ ତଳେ ଦୁହିଁଙ୍କ ବିବାହ ତାରିଖ ଘୋଷଣା ହୋଇଥିଲା। ବିବାହ ପରେ ଦୁହିଁଙ୍କ ପରିବାର ବେଶ୍ ଖୁସି ରହିଥିଲା।
ଦୁହେଁ ପରସ୍ପରକୁ କିଛି ବର୍ଷ ହେଲାଣି ଡେଟ୍ କରୁଥିଲେ। ବିକ୍ରାନ୍ତ ଏବଂ ଶୀତଲ ଗତ ୨୦୧୯ରେ ଡିସେମ୍ବରରେ ନିର୍ବନ୍ଧ କରିଥିଲେ। କେବଳ ବିକ୍ରାନ୍ତ ନୁହଁନ୍ତି ଶୀତଲ ମଧ୍ୟ ଜଣେ ଅଭିନେତ୍ରୀ। ‘ବ୍ରୋକେନ ବଟ୍ ବିୟୁଟିଫୁଲ’ େଓ୍ଵବ ସିରିଜରେ ବିକ୍ରାନ୍ତ ଏବଂ ଶୀତଲ ଏକାଠି କାମ କରିଛନ୍ତି। ଖୁବଶୀଘ୍ର ବିକ୍ରାନ୍ତ ଲଭ୍ ହଷ୍ଟେଲରେ ନଜର ଆସିବେ।