ଝିଅର ନାମକରଣ କଲେ ବିରୁଷ୍କା, ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ବଲିଉଡ୍‌ ଇଣ୍ଡଷ୍ଟ୍ରୀ ଓ ଖେଳ ଜଗତର ସବୁଠୁ ଲୋକପ୍ରିୟ ଯୋଡ଼ି ବିରାଟ ଓ ଅନୁଷ୍କା ଶର୍ମାଙ୍କ ଘରେ ଜାନୁଆରୀ ୧୧ରେ ଏକ କୁନି ପରୀ ଜନ୍ମ ନେଇଛି। କୁନି ଝିଅ ଆସିବା ପରେ ଉଭୟ କୋହଲି ଓ ଶର୍ମା ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଝିଅ ଜନ୍ମ ହେବା ଖବର ଦେଇଥିଲେ ମଧ୍ୟ ବିରାଟ କିମ୍ବା ଅନୁଷ୍କା କେହି ବି ଝିଅର ଫଟୋ ସୋସିଆଲ ମିଡିଆରେ ସେୟାର କରିନଥିଲେ। ଏଣୁ ଫ୍ୟାନ୍‌ମାନେ ଜାଣିପାରିନଥିଲେ ଝିଅ କେମିତି ଦିଶୁଛି। ମାତ୍ର ଫ୍ୟାନ୍‌ଙ୍କର ଏହି ଅପେକ୍ଷା ଏବେ ଶେଷ ହୋଇଛି। ବିରାଟ ଏବେ ନିଜ ଝିଅର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

କେବଳ ଏତିକି ନୁହେଁ, ସେ ଝିଅର ନାମକରଣ ମଧ୍ୟ କରିଛନ୍ତି। ଅନୁଷ୍କା ଶର୍ମା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ବିରାଟ ଓ ଝିଅ ସହ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋରେ ଉଭୟ ବିରାଟ ଓ ଅନୁଷ୍କା ବେଶ୍‌ ଖୁସି ଜଣାପଡ଼ୁଛନ୍ତି। ଅନୁଷ୍କା କହିଛନ୍ତି, ସେ ନିଜ କୁନି ଝିଅର ନାଁ ବାମିକା ରଖିଛନ୍ତି। ସୂଚନାଯୋଗ୍ୟ ଯେ ଦେବୀ ଦୁର୍ଗାଙ୍କର ଅନ୍ୟ ନାମ ହେଉଛି ବାମିକା।

 

View this post on Instagram

 

A post shared by AnushkaSharma1588 (@anushkasharma)

ଅନୁଷ୍କା କ୍ୟାପସନ୍‌ରେ ଲେଖିଛନ୍ତି, ‘ଆମେ ଜୀବନକୁ ଭଲ ପାଇ ଏକାଠି ରହୁଛୁ କିନ୍ତୁ ବାମିକା ଆସିବା ପରେ ଆମକୁ ଆଉ ଏକ ନୂଆ ଲକ୍ଷ୍ୟ ମିଳିଛି। ମାତ୍ର କିଛି ମିନିଟ୍‌ରେ ଲୁହ, ହସ, ଚିନ୍ତା, ଆନନ୍ଦ ସବୁର ଅନୁଭବ ହୋଇଛି। ଆମ ନିଦ ହଜିଛି କିନ୍ତୁ ମନ ଖୁସି ଅଛି। ଆପଣ ସମସ୍ତଙ୍କର ପ୍ରାର୍ଥନା ଓ ଭଲ ପାଇବା ପାଇଁ ଧନ୍ୟବାଦ’।

Leave A Reply

Your email address will not be published.