ମନୋରଂଜନ

ସାମ୍ୱାଦିକ ମାନଙ୍କୁ ଉପହାର ସହିତ ଚିଠି ଲେଖି ପଠାଇଲେ ବିରୁସ୍କା, କିନ୍ତୁ କାହିଁକି….

ସେଲିବ୍ରିଟିଙ୍କ ପିଲାଙ୍କ ଗୋଟେ ଝଲକ ନେବା ପାଇଁ ମିଡ଼ିଆ ଯେମିତି ଚାତକ ପରି ଚାହିଁ ବସିଥାଏ । ଜନ୍ମ ନ ହେଉଣୁ ସେମାନଙ୍କୁ ନେଇ ନ୍ୟୁଜ କରିବା ଆରମ୍ଭ କରିଦିଅନ୍ତି ମିଡ଼ିଆ ଟିମ । ଆଉ ସଦ୍ୟ ଜନ୍ମ ନେଇଥିବା ବିରୁସ୍କାଙ୍କ ସନ୍ତାନ ଏଥିରୁ ବାଦ ଯାଆନ୍ତେ କିପରି । ଜନ୍ମ ନ ହେଉଣୁ ହିଁ ସାମ୍ବାଦିକ ମାନେ ବିରୁସ୍କାଙ୍କ ସନ୍ତାନଙ୍କୁ ନେଇ ଉତ୍ସାହିତ ଥିଲେ । ଆଉ ୧୧ ତାରିଖରେ ଜନ୍ମ ହେବା ପରେ ତାର ଗୋଟେ ଝଲକ ନେବା ପାଇଁ ଖୁବ ଅସ୍ତବ୍ୟସ୍ତ ବି ହେଉଥିଲେ । କିନ୍ତୁ ଏହାକୁ ନେଇ ଉଭୟ ବିରାଟ ଓ ଅନୁଷ୍କା ଖୁବ ବିରକ୍ତି ପ୍ରକାଶ କରିଛନ୍ତି । ଏଦୁହେଁ ମୁମ୍ବାଇର ସମସ୍ତ ପ୍ରେସ ଫଟୋଗ୍ରାଫରଙ୍କୁ ବ୍ୟକ୍ତିଗତ ଭାବରେ ଚିଠି ଲେଖି ଅନୁରୋଧ କରିଛନ୍ତିକି, “ଯେବେ ଯାଏଁ ତାଙ୍କ ଝିଅ ବୁଝିବା ଶୁଝିବା ବୟସରେ ନ ପହଂଚିଛି, ସେ ଯାଏଁ ତା ଫଟୋ ନ ଉଠାନ୍ତୁ । ଗୋଟେ ଝିଅର ଅଭିଵାବକ ଭାବେ ହିଁ ଆମେ ଏପରି କହୁଛୁ ।

ଆଉ ଏହା ମଧ୍ୟ ଲେଖିଛନ୍ତିକି, ତାଙ୍କ ଝିଅ ଏବେ ଖୁବ ଛୋଟ ଅଛି । ତା ବ୍ୟକ୍ତିଗତ ସ୍ୱାଧୀନତା ଭଙ୍ଗ ହେବା ଉଚିତ ନୁହେଁ ।” ଚିଠି ଲେଖିବା ପାଇଁ ବିରାଟ ଓ ଅନୁଷ୍କାଙ୍କ ପାଇଁ କାମ କରୁଥିବା ଟିମ ଗତ କିଛି ଦିନ ହେବ ମୁମ୍ବାଇର ବିଭିନ୍ନ ଫଟୋଗ୍ରାଫର ଓ ଭିଡିଓ ଗ୍ରାଫର ମାନଙ୍କ ନାଁ ଏକାଠି ଲେଖିବା ଆରମ୍ଭ କରି ଦେଇଥିଲେ । ସୂଚନାରୁ ଜଣାଯାଇଛିକି ଏହି ମାନେ ପତ୍ର ପତ୍ରିକା, ନ୍ୟୁଜ ଚ୍ୟାନେଲ, ଏଣ୍ଟରଟେନମେଣ୍ଟ ପୋର୍ଟାଲ ପାଇଁ କାମ କରିଆସୁଥିଲେ । ଖାଲି ସେତିକି ନୁହେଁ ଫ୍ରି ଲାନ୍ସ ଫଟୋଗ୍ରାଫର ମାନଙ୍କର ଏକ ଲିସ୍ଟ ବି କରାଯାଇଥିଲା । ଏହିମାନେ ଫିଲ୍ମ ଓ କ୍ରିକେଟ ଇଭେଣ୍ଟ ଗୁଡିକୁ ଖବର କରିଥାନ୍ତି । ବିରୁସ୍କା ଯେ ଏମାନଙ୍କୁ ଅନୁରୋଧ କରି ଚିଠି ଲେଖିଛନ୍ତି ତାହା ନୁହେଁ, ଏମାନଙ୍କ ପାଖକୁ ସୁନ୍ଦର ତଥା ଆକର୍ଷଣୀୟ ଉପହାର ବି ପଠାଇଛନ୍ତି ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

13 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

22 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

38 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago